• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

Examination
ଅଗଷ୍ଟ ୨୭ରେ ଓଏଏସ୍ ପ୍ରିଲିମ୍ ପରୀକ୍ଷା

ରାଜ୍ୟରେ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ସମ୍ବଲପୁର ଆଦି ୫ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର କରାଯାଇଛି। ପ୍ରଥମ ପେପରରେ ୧୦୦ ଅବଜେକ୍ଟିଭ୍ ପ୍ରଶ୍ନ ସହ ମଲ୍ଟିପଲ୍ ଚଏସ୍ ଉତ୍ତର ରହିବ। ସେହିପରି ୨ୟ ପେପର ୮୦ ମାର୍କର ପ୍ରଶ୍ନ ରହିଛି।

railway3
ରେଳ ବିଭାଗ ସହାୟକ ଲୋକୋ ପାଇଲଟ୍‌ ଓ ଟେକ୍ନିସିଆନ୍‌ ପଦବୀ ସଂଖ୍ୟା ବଢ଼ାଇଲା

ଆପଣ ରେଳ ବିଭାଗରେ ଚାକିରି ପାଇଁ ଆବେଦନ କରିଛନ୍ତି କି ? ଏବେ ଆଉ ଚିନ୍ତା କରନ୍ତୁନି। ରେଳ ବିଭାଗ ଏହାର ଖାଲି ଥିବା ଲୋକୋ ପାଇଲଟ୍‌ ଓ ଟେକ୍ନିସିଆନ୍‌ ପଦବୀ ସଂଖ୍ୟାକୁ ୨୬ହଜାର ୫୦୨ରୁ ୬୦ ହଜାରକୁ ବଢ଼ାଇଦେଇଛି। ଏହାର ଅନ୍‌ଲାଇନ୍‌ ନିଯୁକ୍ତି ପରୀକ୍ଷା ୯ ଅଗଷ୍ଟରେ ଅନୁଷ୍ଠିତ ହେବ। ଏଣୁ ଏହାର ଏକ ସପ୍ତାହ ପୂର୍ବରୁ ରେଳ ବିଭାଗ ଆବେଦନକାରୀଙ୍କୁ ଏହି ବଡ଼ ଖୁସି ଖବର ଦେଇଛି। ରେଳବିଭାଗ ଏକ ସୂଚନା ମାଧ୍ୟମରେ ଏହି […]

  • Monday, 19 July 2021
+2---kala
୨୬ରେ ସ୍କୁଲ ଖୋଲିବ, ହେଲେ ଯୁକ୍ତ ୨ କଳା, ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଲାନି

ଭୁବନେଶ୍ୱର: ଆରମ୍ଭ ହେଲା ନୂଆ ସେସନ୍ । ଆଜିଠାରୁ ଖୋଲିଛି ସବୁ କଲେଜ୍ । ହେଲେ ଏଯାଏଁ ପ୍ରକାଶ ପାଇପାରିଲାନି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ। ଯାହାକୁ ନେଇ ଚିନ୍ତାରେ ପରୀକ୍ଷାର୍ଥୀ ଓ ଅଭିଭାବକ। ଏପଟେ ପରିଷଦ ତାରିଖ ସ୍ପଷ୍ଟ କରି ନ ଥିବା ବେଳେ ଜୁନ୍ ୩ୟ ସପ୍ତାହରେ ଫଳ ପ୍ରକାଶ ପାଇବ ବୋଲି କୁହାଯାଇଛି। ରେଜଲଟ୍ ପ୍ରକାଶ ପାଇ ନ ଥିତବାରୁ ଆଶା ଆଶଙ୍କା ଭିତରେ ରହିଛନ୍ତି […]

aiims
AIIMS ରେ ଚାକିରୀ ପାଇଁ ବିଜ୍ଞପ୍ତି ପ୍ରକାଶ , ଆଶାୟୀ ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ ଯୋଧପୁର( AIIMS, Jodhpur) ଖାଲି ଥିବା ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି । ଏଥିପାଇଁ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିପାରିବେ। ପ୍ରଫେସର,ଆସିଷ୍ଚାଣ୍ଟ ପ୍ରଫେସର ଓ ଅନ୍ୟ ପଦବୀ ଗୁଡ଼ିକ ପାଇଁ ବି‍ଜ୍ଞପ୍ତି ପ୍ରକାଶ ପାଇଛି । ନିମ୍ନ ସୂଚୀ ଅନୁସାରେ ଆବେଦନ କରିପାରିବେ । ସମୁଦାୟ ପଦ ସଂଖ୍ୟା :  ୭୩ ଆସିଷ୍ଟାଣ୍ଟ୍ ପ୍ରଫେସର : ୧୨ ଆସୋସିଏଟ୍ ପ୍ରଫେସର : ୧୮ ଆଡିଶନାଲ୍ ପ୍ରଫେସର : ୧୮ ପ୍ରଫେସର : ୨୫ […]

  • Monday, 19 July 2021
iimc
ପ୍ରକାଶ ପାଇଲା ଆଇଆଇଏମ୍‌ସି ପ୍ରବେଶିକା ପରୀକ୍ଷା ଫଳ

ଭୁବନେଶ୍ୱର: ପ୍ରକାଶ ପାଇଛି ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି) ଢେଙ୍କାନାଳ ଶାଖାର ପ୍ରବେଶିକା ପରୀକ୍ଷା ଫଳ। ଆଇଆଇଏମସିର ନିଜସ୍ୱ ୱେବସାଇଟ୍‌ରେ ଛାତ୍ରଛାତ୍ରୀ ମାନେ ଏହି ପରୀକ୍ଷା ଫଳ ଦେଖିପାରିବେ। ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ଇଂରାଜୀ ଓ ଓଡ଼ିଆ ସାମ୍ବାଦିକତାରେ ନାମଲେଖା ପାଇଁ ଫଳ ପ୍ରକାଶ ପାଇଛି। ତେବେ ଓଡ଼ିଆ ସାମ୍ବାଦିକତା ପାଇଁ ଆବେଦନ କରିଥିବା ପିଲାମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୨ ଜଣ ପିଲାଙ୍କୁ ଚୟନ କରାଯାଇଛି। ଜାତୀୟସ୍ତରୀୟ ଏହି ସଂସ୍ଥାନରେ ଓଡ଼ିଆ ସାମ୍ବାଦିକତା  ଶିକ୍ଷା […]

  • Monday, 19 July 2021
std
ପ୍ରଥମ ଶ୍ରେଣୀ ପିଲା ଶିଖିବେ ସ୍ପୋକନ୍ ଇଙ୍ଗଲିସ୍

ଭୁବନେଶ୍ୱର : ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ସହ ଇଂରାଜି ଭାଷାରେ ପ୍ରାଧାନ୍ୟ ଦେବାକୁ ଅଭିଭାବକମାନେ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରି ସେମାନଙ୍କୁ ଘରୋଇ ସ୍କୁଲରେ ପ‍ଢ଼ାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏଣିକି ସରକାରୀ ସ୍କୁଲରେ ମଧ୍ୟ ପିଲାଙ୍କୁ ଇଂରାଜୀ ଶିକ୍ଷା ଦିଆଯିବା ଉପରେ ଗୁରୁତ୍ୱ ଦିଆଯିବ। ଖୁବ୍‌ ଶୀଘ୍ର ସରକାରୀ ସ୍କୁଲରେ ପ୍ରଥମ ଶ୍ରେଣୀ ପିଲାଙ୍କୁ ଦିଆଯିବ ସ୍ପୋକନ ଇଂଲିଶ ଶିକ୍ଷା। ପିଲାମାନଙ୍କୁ ଇଂରାଜୀ ଶିକ୍ଷା ଦେବାକୁ ଅଭିଭାବକଙ୍କ ଆଗ୍ରହ ଦେଖି ଏପରି ନିଷ୍ପତ୍ତି ନିଆଯାଇଥିବା […]

  • Monday, 19 July 2021
exam
ଏଣିକି ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ପାସ୍ କରିବା ବାଧ୍ୟତାମୂଳକ

ବାଲେଶ୍ୱର/ ଭୁବନେଶ୍ୱର : ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷା ହେବ। କଡ଼ାକଡ଼ି ପ୍ରଥମ ବର୍ଷ ପରୀକ୍ଷା ପାସ୍ ନକଲେ ଦ୍ୱିତୀୟ ବର୍ଷକୁ ଯାଇପାରିବେନି ଛାତ୍ରଛାତ୍ରୀ। ଏଭଳି ସଂସ୍କାର ମୂଳକ ପଦକ୍ଷେପ ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ପ୍ରଥମ ବର୍ଷ ପରୀକ୍ଷାରେ ୩୩ ପ୍ରତିଶତ ମାର୍କ ରଖିବା ବାଧ୍ୟତାମୂଳକ। ପ୍ରଥମ ବର୍ଷ ପାସ୍ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ଦୁଇଟି ସୁଯୋଗ ଦିଆଯିବ । ପ୍ରଥମ ପରୀକ୍ଷାଟି ଫେବୃଆରୀ ୧୫ରୁ ୨୯ ମଧ୍ୟରେ କରାଯିବ । ଏଥିରେ […]

  • Monday, 19 July 2021
ANSU--
ଓଡ଼ିଆ ଛାତ୍ର ଅଂଶୁମାନ କାମିଲା ହେଲେ IES ଟପ୍ପର

ଭୁବନେଶ୍ୱର :  ଓଡ଼ିଆ ପୁଅ ଅଂଶୁମାନ କାମିଲା ହେଲେ ଇଣ୍ଡିଆନ୍ ଇକୋନୋମିକ୍‌ ସର୍ଭିସ୍‌ (ଆଇଇଏସ୍‌) ଟପ୍ପର। ଆଇଇଏସ୍‌ ୨୦୧୯ ପରୀକ୍ଷାରେ ଯୋଗ୍ୟ ବିବେଚିତ ୩୨ ଜଣଙ୍କ ମଧ୍ୟରେ ସେ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି। ଅଂଶୁମାନ ହେଉଛନ୍ତି ପୂର୍ବତନ ଚିଫ୍ ପୋଷ୍ଟମାଷ୍ଟର ଜେନେରାଲ ସନ୍ତୋଷ କାମିଲା ଓ ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ତଥା ଅର୍ଥଶାସ୍ତ୍ର ପ୍ରଫେସର ମିତାଲି ଚିନାରାଙ୍କ ପୁଅ। ଅଂଶୁମାନ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଡିଏଭିରେ ପାଠପଢ଼ା ଶେଷ କରିବା ପରେ ଦିଲ୍ଲୀର ଷ୍ଟିଫେନ୍ […]

  • Monday, 19 July 2021
OAS3
ବିଜୁଳି ନଥିବା ଘରେ ପାଠ ପଢ଼ି ଓଏଏସ୍‌ ପାଇଲେ ଜନ୍

ପାରାଦୀପ/ଢ଼େଙ୍କାନାଳ : ଘରେ ବିଜୁଳି ନଥିଲା, ହେଲେ କଠିନ ପରିଶ୍ରମ କରି ସଫଳତାର ଶିଖରରେ ପହଞ୍ଚିଛନ୍ତି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ବାଲିଆ ବଡ଼ବନ୍ଧ ଗାଁର ଜନ୍ ମେଜର୍ ଦଳାଇ । ସେ ଓଡ଼ିଶା ସିଭିଲ ସର୍ଭିସରେ କୃତକାର୍ଯ୍ୟ ହୋଇ ୧୩୯ ତମ ରାଙ୍କ ହାସଲ କରିଛନ୍ତି। ନୂଆଣିଆ ଘରେ ପାଠ ପଢ଼ି ସେ ଏବେ ସିଭିଲ୍ ସର୍ଭିସ୍‌ରେ ସଫଳତା ହାସଲ କରିଛନ୍ତି । ଯାହାକୁ ନେଇ ତାଙ୍କ ପରିବାର ଓ ସମ୍ପର୍କୀୟ ଖୁସି ବ୍ୟକ୍ତ କରିଛନ୍ତି […]

  • Monday, 19 July 2021
PrimarySchool
ଏଣିକି ଖରାଛୁଟିରେ ସ୍କୁଲରେ ହେବ ଏକ୍ସଟ୍ରା କ୍ଲାସ

ଭୁବନେଶ୍ୱର  : ଏଣିକି ଖରାଛୁଟିରେ ପ୍ରାଥମିକ ସ୍କୁଲରେ ହେବ ଏକ୍ସଟ୍ରା କ୍ଲାସ। ପାଠପଢ଼ାରେ ଦୁର୍ବଳ ଥିବା ପିଲାଙ୍କ କ୍ଲାସ ନେବେ ଶିକ୍ଷକ। ଏ ନେଇ ସୂଚନା ଦେଇଛନ୍ତି  ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ।  ସେ କହିଛନ୍ତି, ଛୁଟି ସମୟରେ ବି ଶିକ୍ଷକମାନଙ୍କ ରୋଟେସନ ଡ୍ୟୁଟି ଥାଏ।  ସେହି ସମୟରେ ଡ୍ୟୁଟିକୁ ଆସୁଥିବା ଶିକ୍ଷକ ଏକ୍ସଟ୍ରା କ୍ଲାସ ନେବେ । ଶିକ୍ଷକମାନଙ୍କୁ ଖରାଛୁଟି ମିଳିବନି ଯାହା କୁହାଯାଉଛି, ସେମିତି ନୁହେଁ  ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

  • Monday, 19 July 2021
oas topper 2018
‘ୟୁଟ୍ୟୁବର ଭିଡିଓ ପରୀକ୍ଷା ପ୍ରସ୍ତୁତିରେ ବହୁତ ସାହାଯ୍ୟ କରିଛି ’

ଭୁବନେଶ୍ୱର : ୨୦୧୮ ଓଏଏସ୍ ପରୀକ୍ଷାରେ ଟପ୍ପର ହୋଇଥିବା ସୁନ୍ଦରଗଡ଼ ବଣାଇର ଦେବାଶିଷ ପଣ୍ଡା ରେଜଲ୍ଟ ବାହାରିବା ପରେ ପ୍ରଥମେ ଓଟିଭିକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କଠିନ ପରିଶ୍ରମ କଲେ ସଫଳତା ନିଶ୍ଚିତ। ବିନା କୋଚିଂରେ ଓଏଏସ୍ ଟପ୍ପର ହୋଇଥିବାରୁ ଦେବାଶିଷ ବହୁତ ଖୁସି ବୋଲି କହିଛନ୍ତି । ୟୁଟ୍ୟୁବର ଭିଡିଓ ଓ ଇଣ୍ଟରନେଟ ପରୀକ୍ଷା ପ୍ରସ୍ତୁତିରେ ବହୁତ ସାହାଯ୍ୟ କରିଥିବା କହିଛନ୍ତି ଦେବାଶିଷ । ସେପଟେ ଓଏଏସ୍ ପରୀକ୍ଷାରେ ତୃତୀୟ ସ୍ଥାନ ପାଇଥିବା ଆକାଶ ପଣ୍ଡା […]

  • Monday, 19 July 2021
deba-1
ପ୍ରକାଶ ପାଇଲା OAS ରେଜଲ୍ଟ ; ଦେବାଶିଷ ପଣ୍ଡା ଟପ୍ପର

ଭୁବନେଶ୍ୱର :  ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ ୨୦୧୮ ରେଜଲ୍ଟ। ଦେବାଶିଷ ପଣ୍ଡା  ହୋଇଛନ୍ତି OAS ଟପ୍ପର । ଦ୍ୱିତୀୟରେ ଅଛନ୍ତି ଋତୁପର୍ଣ୍ଣା ମହାପାତ୍ର, ୩ୟରେ ଆକାଶ କୁମାର ପଣ୍ଡା, ୪ର୍ଥରେ ସନ୍ତୋଷିନୀ ଦାଶ, ୫ରେ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ଷଷ୍ଠରେ ଶକ୍ତିଶ୍ରୀ ଅନୀଲ ରଂଜନ ସାହୁ, ସପ୍ତମରେ ଶତାବ୍ଦୀ ରାୟ, ୮ମ ଦମୟନ୍ତୀ ସାହୁ, ୯ମ ଶକ୍ତି ମହାପାତ୍ର,  ଓ ଦଶମରେ ସ୍ମରଣିକା ଟୁଲୋ। ମୋଟ ୨୧୮ ଜଣ ପରୀକ୍ଷାର୍ଥୀ ସିଭିଲ ସର୍ଭିସରେ କୃତକାର୍ଯ୍ୟ […]

  • Monday, 19 July 2021
CBSE Class 10 Board Exams 2021 results
ଆସନ୍ତାକାଲି ପ୍ରକାଶ ପାଇପାରେ CBSE ୧୦ମ ଶ୍ରେଣୀ ରେଜଲ୍ଟ

CBSE ଦଶମ ଶ୍ରେଣୀ ରେଜଲ୍ଟ ଜାଣିବା ପାଇଁ ଛାତ୍ରଛାତ୍ରୀମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ବିନା ପରୀକ୍ଷାରେ ଫଳାଫଳ କ‘ଣ ହେବ ତାହା ଜାଣିବା ପାଇଁ ସମସ୍ତେ ବ୍ୟସ୍ତ।

maharathy
ସ୍ୱର୍ଣ୍ଣ ପଦକ ପାଇଲେ ମହାରଥୀଙ୍କ ଝିଅ

ଭୁବନେଶ୍ୱର : ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ଅଧ୍ୟାପିକା ତଥା କବୟିତ୍ରୀ ପ୍ରତିଭା ମହାରଥୀଙ୍କ ସୁକନ୍ୟା ପଲ୍ଲବୀ ମହାରଥୀ ଓଡ଼ିଶା ପାଇଁ ଗୌରବ ଆଆଣିଛନ୍ତି। ସମ୍ପ୍ରତି ସେ ଚେନ୍ନାଇସ୍ଥିତ ଏସ୍ଆର୍‌ଏମ୍ ବିଶ୍ୱବିଦ୍ୟାଳୟରୁ ପେଡିଆଟ୍ରିକ୍(ଶିଶୁ ରୋଗ) ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ଲାଭ କରିଛନ୍ତି।  ଗୁଣ୍ଟୁର୍ ସୈନିକ ସ୍କୁଲ୍‌ରୁ ମାଟ୍ରିକ୍‌ ଏବଂ କିଟ୍ ବିଶ୍ୱବିଦ୍ୟାଳୟରୁ ଯୁକ୍ତ ଦୁଇ ସମାପ୍ତି ପରେ ପଲ୍ଲବୀ ପଣ୍ଡିଚେରୀସ୍ଥିତ ମହାତ୍ମା ଗାନ୍ଧୀ ମହାବିଦ୍ୟାଳୟରୁ ଏମ୍‌ବିବିଏସ୍ କରିଛନ୍ତି। […]

  • Monday, 19 July 2021
biometric
ଏଣିକି ସ୍କୁଲରେ ଅନ୍‌ଲାଇନ୍‌ରେ ଉପସ୍ଥାନ

ଭୁବନେଶ୍ୱର : ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ଲାଗୁହେବ ଅନ୍‌ଲାଇନ୍‌ରେ ଉପସ୍ଥାନ ବ୍ୟବସ୍ଥା। ପ୍ରଥମେ ଗୋଟିଏ ଜିଲ୍ଲାର ଗୋଟିଏ ସ୍କୁଲରେ ପାଇଲଟ୍‌ ପ୍ରକଳ୍ପ ଭାବେ ଏହି ବ୍ୟବସ୍ଥା ଲାଗୁ ହେବ। ଏହା ମାଧ୍ୟମରେ ସ୍କୁଲରେ କେଉଁ ଶିକ୍ଷକ ଓ କେତେ ପିଲା ଉପସ୍ଥିତ ଅଛନ୍ତି, ତାହା ସହଜରେ ଜାଣିହେବ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ। ଛାତ୍ରଛାତ୍ରୀଙ୍କ ଉନ୍ନତ ପ୍ରଣାଳୀରେ ଶିକ୍ଷା ଦେବା ପାଇଁ […]

  • Monday, 19 July 2021
air force recruitment
କୋରାପୁଟରେ ରାଜ୍ୟସ୍ତରୀୟ ବାୟୁସେନା ନିଯୁକ୍ତି ମେଳା

କୋରାପୁଟ : କୋରାପୁଟରେ ଚାଲିଛି ରାଜ୍ୟସ୍ତରୀୟ ବାୟୁସେନା ନିଯୁକ୍ତି ମେଳା । କୋରାପୁଟ ଷ୍ଟାଡିୟମରେ ଆୟୋଜିତ ଏହି ମେଗା ନିଯୁକ୍ତି ମେଳା ୨ଟି ପର୍ଯ୍ୟାୟରେ କରାଯାଉଛି। ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବହୁ ଆଶାୟୀ ପ୍ରାର୍ଥୀ ଅଂଶଗ୍ରହଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ, ଭଦ୍ରକ, ଜଗତସିଂହପୁର, ବରଗଡ଼, ବୌଦ୍ଧ, ଝାରସୁଗୁଡ଼ା, କଟକ, ନୟାଗଡ଼, ଖୋର୍ଦ୍ଧା, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ସୁବର୍ଣ୍ଣପୁର, ବଲାଙ୍ଗିର, ସୁନ୍ଦରଗଡ଼ ଆଦି ୧୫ଟି ଜିଲ୍ଲାର ୪୫୦ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରୁ ୧୬୯ ଜଣ ଲିଖିତ […]

  • Monday, 19 July 2021
IRCTC
ପ୍ରକାଶ ପାଇଲା ଆଇଆରସିଟିସି ନିଯୁକ୍ତି ବିଜ୍ଞପ୍ତି

ପଦବି- ସୁପରଭାଇଜର ପଦବି ସଂଖ୍ୟା- ୧୨ ଶିକ୍ଷାଗତ ଯୋଗ୍ୟତା – ହସ୍ପିଟାଲିଟି ହୋଟେଲ ଆଡ଼ମିନିଷ୍ଟ୍ରେସନରେ ବିଏସସି । ପ୍ରାର୍ଥୀ NCHMCT/AICTE/UGC ଏବଂ ଭାରତ ସରକାରଙ୍କ  ଦ୍ୱାରା ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ପାସ କରିଥିବା ଆବଶ୍ୟକ । ଏହI ସହ ଅତି କମ୍‌ରେ ଦୁଇ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ । ବୟସ ସୀମା- ୩୦ବର୍ଷ ଏସ୍‌ସି / ଏସ୍‌ଟି ପ୍ରାର୍ଥୀମାନଙ୍କ ପାଇଁ ବୟସସୀମା ୫ବର୍ଷ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ  ୩ ବର୍ଷ କୋହଳ ଦରମା-୨୫୦୦୦ ଏବଂ […]

  • Monday, 19 July 2021
otet
ଓଟିଇଟିର ପିଛା ଛାଡୁନି ବିବାଦ

ଭୁବନେଶ୍ୱର : ଓଟିଇଟିର ପିଛା ଛାଡୁନି ବିବାଦ। ଅଗଷ୍ଟରେ ହୋଇଥିବା ଅନ୍‌ଲାଇନ୍ ପରୀକ୍ଷାର ଆନ୍ସର କିରେ ବ୍ୟାପକ ତ୍ରୁଟି ଥିବା ପରିଲକ୍ଷିତ ହୋଇଛି। ଯାହାକୁ ନେଇ ପରୀକ୍ଷାର୍ଥୀ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ପ୍ରଶ୍ନ ପିଛା ଚ୍ୟାଲେଞ୍ଜ୍ ପାଇଁ ୫୦୦ ଟଙ୍କା ଫି ଧାର୍ଯ୍ୟ ହୋଇଥିବା ବେଳେ ପୂଜାଛୁଟିରେ ଆନ୍ସର କି ପ୍ରକାଶକୁ ନେଇ ଉଠିଛି ପ୍ରଶ୍ନ। ପ୍ରଶ୍ନ ନମ୍ବର ଏକ- ଓଡିଶାର ୨୬ତମ ଗଭର୍ଣ୍ଣର କିଏ ? ଉତ୍ତର ହେଲା ନବୀନ ପଟ୍ଟନାୟକ […]

  • Monday, 19 July 2021
school exam
ଜାନୁଆରୀ ୫ରେ ହେବ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର : ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ଜାନୁଆରୀ ୫ ତାରିଖରେ ହେବ। ରାଜ୍ୟର ୭ଟି ସହର ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, ଢେଙ୍କାନାଳ, କୋରାପୁଟ, ରାଉରକେଲା ଓ ସମ୍ବଲପୁରରେ ଏହି ପରୀକ୍ଷା ହେବ। ଏଥିପାଇଁ ସେପ୍ଟେମ୍ବର ୨୩ ରହିଛି ଆବେଦନର ଶେଷ ତାରିଖ। ଷଷ୍ଠ ଓ ନବମ ଶ୍ରେଣୀରେ ନାମ ଲେଖାଇବାକୁ ଇଚ୍ଛୁକ ଯୋଗ୍ୟ ଛାତ୍ରାଛାତ୍ରୀ ମାନେ ଆବେଦନ କରିପାରିବେ। ଓଡ଼ିଶାର ଯେଉଁ ଅବିଭାବକ ମାନଙ୍କ ବାର୍ଷିକ ଆୟ ୩ […]

  • Monday, 19 July 2021
admission
ଆଜିଠୁ ଯୁକ୍ତ ୩ ସ୍ପଟ୍‌ ଆଡମିସନ

ଭୁବନେଶ୍ୱର :  ପ୍ଲସ୍‌ ଥ୍ରୀ କଲେଜ ଗୁଡ଼ିକରେ ଖାଲିପଡ଼ିଥିବା ସିଟ୍ ଗୁଡ଼ିକ ପୂରଣ ପାଇଁ ଆଜିଠାରୁ ଆରମ୍ଭ ହେଉଛି ସ୍ପଟ ଆଡମିସନ ପ୍ରକ୍ରିୟା। ଛାତ୍ରଛାତ୍ରୀମାନେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଭିତରେ କଲେଜ ଯାଇ ନାମ ପଞ୍ଜୀକରଣ କରିବେ। ୧୮ ତାରିଖରେ କଲେଜ ଗୁଡ଼ିକ ସିଲେକ୍ସନ ତାଲିକା ପ୍ରକାଶ କରିବେ । ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ସିଲେକ୍ସନ ତାଲିକାରେ ଥିବା ଛାତ୍ରଛାତ୍ରୀ ଅନଲାଇନରେ ଆଡମିସନ ଫି ଡିପୋଜିଟ କରିବେ।  ୨୩ ତାରିଖରେ ନାମଲେଖା […]

  • Monday, 19 July 2021
std
ବଢିଲା CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫି'

ଭୁବନେଶ୍ୱର : ବଢିଲା CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫି। ଉଭୟ SC/ST ଓ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଫି’ରେ ବୃଦ୍ଧି କରିଛନ୍ତି ସିବିଏସଇ କର୍ତ୍ତୃପକ୍ଷ। ପୂର୍ବରୁ SC/ST ଛାତ୍ରଛାତ୍ରୀ ପରୀକ୍ଷା ଫି’ ୫୦ ଟଙ୍କା ଥିବା ବେଳେ ଏହା ଏବେ ୧୨ଶହ ଟଙ୍କା ହୋଇଛି। ସେହିପରି ସାଧାରଣ ବର୍ଗର ଛାତ୍ରଛାତ୍ରୀ ୭୫୦ ଟଙ୍କା ପରିବର୍ତ୍ତେ ୧୫ ଶହ ଟଙ୍କା ଦେବେ। ମାଇଗ୍ରେସନ୍ ଫି’ ୧୫୦ ଟଙ୍କା ବଦଳରେ ୩୫୦ ଟଙ୍କାକୁ ବୃଦ୍ଧି କରିଛି ସିବିଏସଇ। […]

  • Monday, 19 July 2021
RESULT
+୨ ଇନଷ୍ଟାଣ୍ଟ ପରୀକ୍ଷା ଫଳ ପ୍ରକାଶିତ

ଭୁବନେଶ୍ୱର : ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ +୨ ଇନଷ୍ଟାଣ୍ଟ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ ମୋଟ ଛାତ୍ରଛାତ୍ରୀଙ୍କ ପାସ୍ ହାର ୭୪.୮୪% ରହିଛି। କଳାରେ ପାସ୍ ହାର ୮୨.୬୦% ଥିବାବେଳେ ବାଣିଜ୍ୟରେ ୮୭.୩୭% ଓ ବିଜ୍ଞାପନରେ ୬୭.୭୦% କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ଧନ୍ଦାମୂଳକ ଶିକ୍ଷାରେ ୩୫.୭% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଜୁଲାଇ ୧୮ରୁ ୨୦ତାରିଖ ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷାରେ ଫେଲ୍ […]

  • Monday, 19 July 2021
rani
ସ୍ୱପ୍ନ ଆଗରେ ବାଧକ ସାଜୁଛି ଅର୍ଥ : ପାଠ ପଢ଼ିବା ପାଇଁ ପର ଘରେ ମୂଲ ଲାଗୁଛି ମେଧାବୀ ଝିଅ ରାଣୀ

ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ବ୍ଲକ ସଙ୍ଗମ ଗାଁର ରାଣୀ ହେମ୍ବ୍ରମ । ଅଭାବ ଅନଟନ ଭିତରେ ହଜି ଯାଇଛି ମାଟ୍ରିକ ସଫଳତାର ଖୁସି । ରାତି ପାହିଲେ ଘାରୁଛି ପେଟ ଚିନ୍ତା ।

School
ସୁରକ୍ଷା ବଳୟ ଭିତରେ ଖୋଲିବ ସ୍କୁଲ୍

ଜିଲ୍ଲା ଶିକ୍ଷା ଅଧିକାରୀଙ୍କର ସହ  ଭିଡିଓ କନଫରେନ୍ସିଂରେ ଆଲୋଚନା କରିବା ସହ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରସ୍ତୁତ ଏସ୍ଓପି କଡ଼ାକଡ଼ି ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଛି।

Matric Exam
ଅଗଷ୍ଟ ୨୨ ମଧ୍ୟରେ ମାଟ୍ରିକ ରେଜଲ୍ଟ

ଯେଉଁ ଛାତ୍ରଛାତ୍ରୀମାନେ ଅଫଲାଇନ୍‌ରେ ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଛନ୍ତି, ସେମାନଙ୍କ ପରୀକ୍ଷାଫଳ ଅଗଷ୍ଟ ୨୨ ସୁଦ୍ଧା ବାହାର କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଯୋଜନା କରିଛି।