• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

admission
ଆଜିଠୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। SAMS ୱେବ୍‌ସାଇଟ୍‌ରେ ସେପ୍ଟେମ୍ବର ୪ ତାରିଖ ରାତି ୧୧ଟା ଯାଏ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ସେପ୍ଟେମ୍ବର ୯ରେ ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ। ଏହି ପର୍ଯ୍ୟାୟର ନାମଲେଖା ସେପ୍ଟେମ୍ବର ୧୧ରୁ ୧୮ ତାରିଖ ଯାଏ ହେବ। ସେପ୍ଟେମ୍ବର ୨୩ ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ୍ ଲିଷ୍ଟ। ଏହି ପର୍ଯ୍ୟାୟର ନାମଲେଖା ୨୪ରୁ ୨୮ ତାରିଖ ଯାଏ ହେବ। ଅକ୍ଟୋବର […]

  • Sunday, 04 July 2021
samir das
‘ଏଇ ସପ୍ତାହରେ ସିଲାବସ୍ ଉପରେ ନିଷ୍ପତ୍ତି ନିଆଯିବ’

ଭୁବନେଶ୍ୱର: ଏଇ ସପ୍ତାହରେ ସିଲାବସ୍ ଉପରେ ନିଷ୍ପତ୍ତି ନିଆଯିବ ଓ ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ୍ୱ ଦୂର ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି। ସିଲାବସ୍ ସମ୍ପର୍କରେ ବିଭାଗୀୟ ସଚିବଙ୍କ ଦ୍ୱାରା ଯାଞ୍ଚ ଚାଲିଛି। ଏନେଇ ବିଶେଷଜ୍ଞ କମିଟି ରିପୋର୍ଟ ଦେଇଛନ୍ତି। ତେବେ କେତେ ପ୍ରତିଶତ ସିଲାବସ୍ କମିବ ଏ ଯାଏ ନିଷ୍ପତ୍ତି ହୋଇ ନ ଥିବା ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। CBSE ସିଲାବସ୍ କାଟିବା ପରେ କିଛି ବିଷୟକୁ ନେଇ ଦ୍ୱନ୍ଦ୍ୱ ଥିଲା। ତାହା ଯେପରି […]

  • Sunday, 04 July 2021
exam
Odisha Civil Services Exam: କରୋନା ପାଇଁ ଘୁଞ୍ଚିଲା ପରୀକ୍ଷା

ଭୁବନେଶ୍ୱର: କରୋନା ପାଇଁ ଘୁଞ୍ଚିଲା ଓଡ଼ିଶା ସିଭିଲ ସର୍ଭିସ ମେନ୍ ଲିଖିତ ପରୀକ୍ଷା(Main Written Test)। ସେପ୍ଟେମ୍ବର ବଦଳରେ ନଭେମ୍ବରରେ ହେବ ପରୀକ୍ଷା। ସରକାରଙ୍କ ଗାଇଡଲାଇନ ଦେଖି ପରୀକ୍ଷା ତାରିଖ ସ୍ଥିର କରାଯିବ ବୋଲି Odisha Public Service Commission(OPSC) ପକ୍ଷରୁ କୁହାଯାଇଛି।

  • Sunday, 04 July 2021
exam
PG Common Entrance: ବଢ଼ିଲା ଆବେଦନର ଅବଧି

ଭୁବନେଶ୍ୱର: ବଢ଼ିଲା ପିଜି କମନ ଏଣ୍ଟ୍ରାନ୍ସ ଆବେଦନର ଅବଧି। ସେପ୍ଟେମ୍ବର ୧୦ ଯାଏ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ପ୍ରବେଶିକା ପରୀକ୍ଷା ଅକ୍ଟୋବର ୧୦ରୁ ୧୯ ପର୍ଯ୍ୟନ୍ତ ହେବ। ନଭେମ୍ବର ୭ରେ ମେରିଟ ଲିଷ୍ଟ ବାହାରିବ ଓ ଡିସେମ୍ବର ୩ରେ କ୍ଲାସ ଆରମ୍ଭ ହେବ। ଅନ୍ୟପକ୍ଷରେ, କରୋନା ପାଇଁ ଓଡ଼ିଶା ସିଭିଲ ସର୍ଭିସ ମେନ୍ ଲିଖିତ ପରୀକ୍ଷାକୁ(Main Written Test) ଘୁଞ୍ଚାଇ ଦିଆଯାଇଛି। ସେପ୍ଟେମ୍ବର ବଦଳରେ ନଭେମ୍ବରରେ ହେବ ପରୀକ୍ଷା। ସରକାରଙ୍କ ଗାଇଡଲାଇନ ଦେଖି ପରୀକ୍ଷା ତାରିଖ ସ୍ଥିର କରାଯିବ […]

  • Sunday, 04 July 2021
exam
NEET, JEE Exams 2020: ପରୀକ୍ଷାର୍ଥୀଙ୍କ ଯା’ଆସ, ରହଣି ପାଇଁ ଓଡ଼ିଶାରେ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: କାଲିଠୁ JEE (Main) 2020 ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ, NEET (UG) ପରୀକ୍ଷା ସେପ୍ଟେମ୍ବର ୧୩ରେ ହେବ। କରୋନା ମହାମାରୀ ସମୟରେ ଏହି ପରୀକ୍ଷା ଅନୁଷ୍ଠିତ ହେଉଥିବାରୁ ଏହାକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ୬ ରାଜ୍ୟ। ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ରାଜସ୍ଥାନ, ପଞ୍ଜାବ, ଛତିଶଗଡ଼ ଓ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ review ପିଟିସନ୍ ଦାଖଲ କରାଯାଇଛି। ଅନ୍ୟପକ୍ଷରେ, ଓଡ଼ିଶାରେ ପରୀକ୍ଷା ସୁପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୧୬ ହଜାର ପରୀକ୍ଷାର୍ଥୀଙ୍କ […]

  • Sunday, 04 July 2021
JEE (Main) 2020: କରୋନା କଟକଣା ଭିତରେ ଆଜିଠୁ ପରୀକ୍ଷା, ଓଡ଼ିଶାରେ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: କରୋନା ମହାମାରୀ କଟକଣା ଭିତରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି JEE (Main) 2020 ପରୀକ୍ଷା। ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ଓଡ଼ିଶାର ୭ଟି ସହରର ୨୬ଟି ପରୀକ୍ଷା କେନ୍ଦ୍ରରେ ୩୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପ୍ରଥମ ସିଟିଂ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଓ ଦ୍ୱିତୀୟ ସିିଟିଂ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ଯାଏ ହେବ। ନିୟମ ଅନୁସାରେ, ପରୀକ୍ଷା ଆରମ୍ଭର ୨ ଘଣ୍ଟା ପୂର୍ବରୁ ଛାତ୍ରଛାତ୍ରୀମାନେ […]

  • Sunday, 04 July 2021
results 11
Odisha Plus II Arts Results 2020: ସେପ୍ଟେମ୍ବର ୫ରେ ବାହାରିବ ରେଜଲ୍ଟ

ଭୁବନେଶ୍ୱର: ଶନିବାର ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ରେଜଲ୍ଟ। ଶନିବାର ଅପରାହ୍ଣ ୪ଟାରେ CHSE କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇବ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀମାନେ CHSE ୱେବ୍‌ସାଇଟ୍‌ରେ ରେଜଲ୍ଟ ପାଇପାରିବେ। ଚଳିତ ବର୍ଷ କଳାରେ ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ଯୋଜନା ରଖିଥିଲା। ତେବେ […]

  • Sunday, 04 July 2021
results
ଆଜି ବାହାରିବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ। ଅପରାହ୍ଣ ୪ଟାରେ CHSE କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇବ। ଏ ନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ମନ୍ତ୍ରୀ ସମୀର ରଞ୍ଜନ ଦାଶ ରେଜଲ୍ଟ ପ୍ରକାଶ କରିବେ। ଛାତ୍ରଛାତ୍ରୀମାନେ CHSE ୱେବ୍‌ସାଇଟ୍‌ରେ ରେଜଲ୍ଟ ପାଇପାରିବେ। ଚଳିତ ବର୍ଷ ଯୁକ୍ତ ୨ କଳାରେ ୨ […]

  • Sunday, 04 July 2021
Utkal-University
ସେପ୍ଟେମ୍ବର ୨୯ରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ କଲେଜର +୩ ଷଷ୍ଠ ସେମିଷ୍ଟର ପରୀକ୍ଷା

ଭୁବନେଶ୍ୱର: ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ କଲେଜର +୩ ଶେଷ ବର୍ଷର ଶେଷ ଅର୍ଥାତ୍‌ ଷଷ୍ଠ ସେମିଷ୍ଟର ପରୀକ୍ଷା। ସେପ୍ଟେମ୍ବର ୨୯ରୁ ପରୀକ୍ଷା ଆରମ୍ଭ ହୋଇ ଅକ୍ଟୋବର ୩ ଯାଏ ଚାଲିବ। ସମସ୍ତ ଥିଓରି ପେପର୍ ପାଇଁ ୧ ଘଣ୍ଟା ପରୀକ୍ଷା ହେବ। ୧ ଘଣ୍ଟାରେ ଛାତ୍ରଛାତ୍ରୀଙ୍କ ପାଇଁ OMR ବେସ୍‌ଡ୍‌ multiple ଚଏସ୍‌ ଥିଓରୀ ପରୀକ୍ଷା ହେବ। ଏହା ପୂର୍ବରୁ ସେପ୍ଟେମ୍ବର ୨୨ରୁ ୨୬ ମଧ୍ୟରେ ଅନ୍‌ଲାଇନ୍‌ରେ ହେବ ପ୍ରାକ୍ଟିକାଲ୍‌ ପରୀକ୍ଷା। […]

  • Sunday, 04 July 2021
ସେପ୍ଟେମ୍ବର ୧୪ରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର: ସେପ୍ଟେମ୍ବର ୧୪ରୁ ୨୪ ଯାଏ ମାଟ୍ରିକ୍‌ ଓ ଓପନ ସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ। ମାଟ୍ରିକ୍ ପାଇଁ ୧୫୩ଟି ଏବଂ ଓପନ ସ୍କୁଲ ପାଇଁ ୮୮ ପରୀକ୍ଷା କେନ୍ଦ୍ର ହୋଇଛି। ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ପ୍ରତିଦିନ ସାନିଟାଇଜ୍ କରାଯିବ। ଏହାସହ ଭିଡ଼ ଯେପରି ନ ହେବ ସେନେଇ ବ୍ୟବସ୍ଥା ହେବ। କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରାଯାଇ ପରୀକ୍ଷା ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ଚଳିତ ବର୍ଷ ୨୨, ୬୪୯ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍‌ […]

  • Sunday, 04 July 2021
neet exam
NEET 2020: ପରୀକ୍ଷାର୍ଥୀଙ୍କ ପାଇଁ ଗଡ଼ିବ ୪ ସ୍ପେଶାଲ୍‌‌ ଟ୍ରେନ୍‌

ଭୁବନେଶ୍ୱର: ଆସନ୍ତାକାଲି ହେବ National Eligibility cum Entrance Test(NEET)। ଏଥିପାଇଁ ରାଜ୍ୟର ବିଭିନ୍ନ ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଦୂରଦୂରାନ୍ତର ଆସୁଥିବା ଛାତ୍ରଛାତ୍ରୀମାନେ କିଭଳି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ସେନେଇ ମଧ୍ୟ ପ୍ରସ୍ତୁତି କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଲ୍‌ୱେ ପକ୍ଷରୁ ୪ଟି ସ୍ପେଶାଲ ଟ୍ରେନ୍ ଗଡ଼ିବ। ଖରିଆର ରୋଡ୍‌ରୁ ଭାୟା ଟିଟିଲାଗଡ ଦେଇ ଆଜି ସମ୍ବଲପୁରକୁ ଏକ ସ୍ପେଶାଲ ଟ୍ରେନ୍‌ ଗଡ଼ିବ। ସେହିପରି ରାୟଗଡାରୁ ସମ୍ବଲପୁର, ଭଦ୍ରକରୁ ଭୁବନେଶ୍ୱର ଭାୟା କଟକ, […]

  • Sunday, 04 July 2021
exam
ଆଜି NEET ପରୀକ୍ଷା, ପରୀକ୍ଷାର୍ଥୀଙ୍କ ପାଇଁ ଓଡ଼ିଶାରେ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ଆଜି ସାରା ଦେଶରେ ସର୍ବଭାରତୀୟ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା(NEET) ହେବ। ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଓଡ଼ିଶାରେ ୩୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିପାଇଁ ୭ଟି ସହରରେ ୮୩ଟି ପରୀକ୍ଷା କେନ୍ଦ୍ର ହୋଇଛି। ଆଜି ଅପରାହ୍ଣ ୨ଟାରୁ ୫ଟା ଯାଏ ପରୀକ୍ଷା ହେବ। ଏହାର ଅଢେଇ ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପାଇଁ କୁହାଯାଇଛି। JEE Main ପରୀକ୍ଷା ଭଳି NEET ଲାଗି ସବୁ ପରୀକ୍ଷା କେନ୍ଦ୍ରରେ […]

  • Saturday, 03 July 2021
cut off mark
ପ୍ରକାଶ ପାଇଲା +୨ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ

ଭୁବନେଶ୍ୱର: ଯୁକ୍ତ ଦୁଇ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ ଆଜି ପ୍ରକାଶ ପାଇଛି। କଳାରେ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଛି। ସେହିପରି ବିଜ୍ଞାନ ଓ ବାଣିଜ୍ୟରେ ମଧ୍ୟ ପ୍ରଥମ ସ୍ଥାନରେ  ରେଭେନ୍ସା ଜୁନିଅର କଲେଜ ରହିଛି। କଳାରେ କଟ୍ ଅଫ୍ ମାର୍କ ୭୨.୫% ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଛି। ୭୧.୮୩% ସହ ଦ୍ୱିତୀୟରେ ବିଜେବି ଜୁନିଅର କଲେଜ ରହିଛି। ୬୭.୮୩% ସହ ୩ୟରେ ରାଉରକେଲା ସରକାରୀ ଜୁନିଅର କଲେଜ ରହିଛି। ବିଜ୍ଞାନରେ […]

  • Saturday, 03 July 2021
admission 1
ଆଜିଠୁ +୨ ଆଡମିଶନ୍‌

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଯୁକ୍ତ ଦୁଇରେ ନାମଲେଖା ଆରମ୍ଭ ହେବ। ପ୍ରଥମ କଟ୍ ଅଫ୍ ମାର୍କ ପାଇଁ ଆଜିଠାରୁ ହାୟର ସେକେଣ୍ଡାରୀ ସ୍କୁଲ ଗୁଡ଼ିକରେ ନାମ ଲେଖାଯିବ। ଆସନ୍ତା ୨୬ ତାରିଖ ଯାଏ ଆଡମିଶନ ପ୍ରକ୍ରିୟା ଚାଲିବ। କୋଭିଡ୍ ଗାଇଡଲାଇନ୍ସ ପାଳନ କରି ଆଡମିଶନ୍‌ କରାଇବାକୁ କ୍ୟାମ୍ପସରେ ବ୍ୟବସ୍ଥା କରାଯାଇଛି। ଏହାସହ ଯେଉଁ ଛାତ୍ରଛାତ୍ରୀ ସ୍ଲାଇଡ୍ ଅପ୍ ପ୍ରକ୍ରିୟାରେ ଭାଗ ନେବାକୁ ଚାହିଁବେ ସେମାନେ ଆଡମିଶନ୍‌ ପରେ ୨୧ରୁ ୨୯ ତାରିଖ ଯାଏ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। […]

  • Saturday, 03 July 2021
students
OJEE 2020: ଆଜି ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ

ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ OJEE(Odisha Joint Entrance Examination) ପାଇଁ ଆଜି ରାତି ୧୨ଟା ପୂର୍ବରୁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଯେଉଁ ଛାତ୍ରଛାତ୍ରୀ OJEE ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିଥିବେ, ସେମାନେ ଆସନ୍ତାକାଲି ଦିନ ୧୧ଟା ସୁଦ୍ଧା ଅନ୍‌ଲାଇନ୍ ଫି’ ଜମା କରିବା ପାଇଁ ଡେଡ୍‌ଲାଇନ୍‌ ରଖାଯାଇଛି। www.ojee.nic.in / www.odishajee.comରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଆସନ୍ତା ଅକ୍ଟୋବର ୧୨ରୁ ଆରମ୍ଭ ହେବ OJEE ପରୀକ୍ଷା ଓ ଏହା ଅକ୍ଟୋବର ୧୯ରେ ଶେଷ ହେବ। ମୋଟ ୫୩ଟି ସେଣ୍ଟରରେ ହେବ […]

  • Saturday, 03 July 2021
exam
ଅକ୍ଟୋବର ୧୨ରୁ ଓଡ଼ିଶାରେ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟର ବିଭିନ୍ନ ବିଶ୍ୱ ବିଦ୍ୟାଳୟର ପିଜି ଶ୍ରେଣୀରେ ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା ହେବ। ଆସନ୍ତା ୧୨ ତାରିଖରୁ ଏହି ପରୀକ୍ଷା ଆରମ୍ଭ ହେବ। ୨୨ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ରାଜ୍ୟର ୨୬ଟି ସେଣ୍ଟରରେ ପରୀକ୍ଷା ହେବ। ଚଳିତବର୍ଷ ୮୩ଟି ବିଷୟରେ ନାମଲେଖା ହେବ। ୭୦% ମାର୍କ ଏଣ୍ଟ୍ରାନ୍ସ ଓ ୩୦% ମାର୍କ କ୍ୟାରିୟରକୁ ନେଇ ଚୟନ କରାଯିବ। ନଭେମ୍ବର ୭ରେ ବାହାରିବ ମେରିଟ୍ ଲିଷ୍ଟ। ବର୍ତ୍ତମାନ ସୁଦ୍ଧା ୬୨ ହଜାର […]

  • Friday, 02 July 2021
ଆଜିଠୁ ଆରମ୍ଭ OJEE, ୩ଟି ସିଫ୍ଟରେ ହେବ ପରୀକ୍ଷା

ଭୁବବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି Odisha Joint Entrance Examination (OJEE)। ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। JEE(Main) ଢାଞ୍ଚାରେ କମ୍ପ୍ୟୁଟର ବେସ୍‌ଡ୍‌ ଟେଷ୍ଟ ମାଧ୍ୟମରେ ଦିନକୁ ୩ଟି ସିଫ୍ଟରେ ପରୀକ୍ଷା ହେବ। ସକାଳ ୯ଟାରୁ ୧୧ଟା, ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ଣ ୨ଟା ୩୦ ଏବଂ ଅପରାହ୍ଣ ୪ଟାରୁ ୬ଟା ଯାଏ ୩ଟି ସିଫ୍ଟରେ ପରୀକ୍ଷା ହେବ। କୋଭିଡ୍ କଟକଣାକୁ ମାନି ମାସ୍କ ପିନ୍ଧି, ସାମାଜିକ ଦୂରତା ବଜାୟ ରଖି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ। […]

  • Friday, 02 July 2021
students
୭୦% ସିଲାବସ୍‌ ମଧ୍ୟରେ ହେବ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ମାର୍କିଂରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଫ୍‌ଲାଇନ୍‌ରେ ପରୀକ୍ଷା ହେବ। ଏଥିପାଇଁ ଆସନ୍ତା ୫ ତାରିଖରୁ ଫର୍ମ ଫିଲପ୍ ପ୍ରକ୍ରିୟା ଆରମ୍ଭ ହେବ। ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଫର୍ମ ଫିଲପ୍ ଚାଲିବ। ଜୁଲାଇ ୩୦ରୁ ଅଗଷ୍ଟ…

  • Friday, 02 July 2021
students
ମାଟ୍ରିକ ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ

କରୋନା କଟକଣା ଯୋଗୁ ଚଳିତ ବର୍ଷ ବିନା ପରୀକ୍ଷାରେ ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ। ଏନେଇ ଛାତ୍ରଛାତ୍ରୀଙ୍କ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

matric results
କାଲି ବାହାରିବ ମାଟ୍ରିକ୍‌ ରେଜଲ୍ଟ

କଟକ: ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ। ଏହାସହ ଷ୍ଟେଟ୍‌ ଓପନ୍‌ ସ୍କୁଲ୍‌ ଓ ମଧ୍ୟମା ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ। କଟକ BSE ମୁଖ୍ୟାଳୟରେ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ରେଜଲ୍ଟ। ସନ୍ଧ୍ୟା ୬ଟା ପରେ ୱେବ୍‌ସାଇଟ୍‌ରେ ରେଜଲ୍ଟ ଉପଲ୍ଲବ୍ଧ…

students
‘ଚଳିତ ବର୍ଷ ଯୁକ୍ତ ଦୁଇରେ ପାସ୍ ହାର ୯୦% ଟପିବ’

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯୁକ୍ତ ୨ ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟା ଚୟନ କରାଯାଇଛି। ତେବେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଯୁକ୍ତ ୨ରେ ମୋଟ ପାସ୍ ହାର ୯୦ ପ୍ରତିଶତରୁ ଅଧିକ ରହିବ। ମୂଲ୍ୟାୟନ ପ୍ରକ୍ରିୟା ଉପରେ…

  • Sunday, 20 June 2021
online class
୨୧ରୁ ୟୁଟ୍ୟୁବ୍‌ରେ ପାଠ ପଢ଼ିବେ ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀ

୨୧ରୁ ଜୁଲାଇ ୨ ଯାଏ ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀ ୟୁଟ୍ୟୁବ୍‌ରେ ପାଠ ପଢ଼ିବେ ୟୁଟ୍ୟୁବ୍‌ରେ ଲାଇଭ୍‌ କ୍ଲାସ୍‌ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପଢ଼ାଯିବ ୟୁଟ୍ୟୁବ୍‌ରେ କ୍ଲାସ୍‌ ଲାଗି ୮ଟି ଜିଲ୍ଲାକୁ ଦାୟିତ୍ୱ ଭୁବନେଶ୍ୱର: ଆସନ୍ତା ୨୧ ତାରିଖରୁ ଜୁଲାଇ ୨ ଯାଏ…

  • Thursday, 17 June 2021