Advertisment

ଗଣିତ ପଢା ସାଙ୍ଗକୁ ସ୍ନାକ୍ସ ଖିଆ: ଏଭଳି କିଛି ନିଆରା ପ୍ରୟାସ କରିଛନ୍ତି ଏହି ଯୁବକ..

ଆପଣମାନେ କଫି କାଫେ ଦେଖିଥିବେ, ନେଟ୍ କାଫେ ବି ଦେଖିଥିବେ, ହେଲେ କେବେ ମାଥମେଟିକ୍ସ କାଫେ ଦେଖିଛନ୍ତି କି? କେଉଁଠି ରହିଛି ଏମିତି କାଫେ ଏବଂ କଣ ହୁଏ ସେହି କାଫେରେ ଆସନ୍ତୁ ଜାଣିବା । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଶିଖରପୁରରେ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Mathematics Cafe

Mathematics Cafe

ଆପଣମାନେ କଫି କାଫେ ଦେଖିଥିବେ, ନେଟ୍ କାଫେ ବି ଦେଖିଥିବେ, ହେଲେ କେବେ ମାଥମେଟିକ୍ କାଫେ ଦେଖିଛନ୍ତି କି? କେଉଁଠି ରହିଛି ଏମିତି କାଫେ ଏବଂ କଣ ହୁଏ ସେହି କାଫେରେ ଆସନ୍ତୁ ଜାଣିବା । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଟକ  ଶିଖରପୁରରେ ।

Advertisment

ଟେବୁଲ୍ ଉପରେ ପଢ଼ା ବହି ସହ ରହିଛି ସ୍ନାକ୍ସ ବିସ୍କୁଟ୍ । ପିଲାମାନେ ମଧ୍ୟ ପାଠ ପଢ଼ିବା ସହ ସ୍ନାକ୍ସର ମଜା ନେଉଥିବାର ଦେଖିବାକୁ ମିଳିଛି । ଆପଣ ଭାବୁଥିବେ ପିଲାମାନେ ଘରେ ବସି ପାଠ ପଢ଼ୁଥିବେ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହା କେଉଁ ପିଲା ଘରେ ବସି ପାଠପଢା ହେଉନାହିଁ ବରଂ କଟକ ଶିଖରପୁରର ଏକ କୋଚିଂ ସେଣ୍ଟରରେ ଦେଖିବାକୁ ମିଳିଛି । ଏହାକୁ ମ୍ୟାଥମେଟିକ୍ କାଫେ ମଧ୍ୟ କୁହାଯାଉଛି । ଏହି କାଫେ ଚଳାଉଛନ୍ତି ଜଣେ ସ୍ଥାନୀୟ ଯୁବକ ସବ୍ୟସାଚୀ ରାଉତ, ବୟସ ମାତ୍ର ୨୪ ବର୍ଷ । ଏଠାରେ ସେ ପିଲାମାନଙ୍କୁ ମାଗଣାରେ ପଢ଼ାଇବା ସହ ସ୍ନାକ୍ସ ବିସ୍କୁଟ୍ ମଧ୍ୟ ଖାଇବାକୁ ଦେଉଛନ୍ତି । ପିଲାମାନେ ମଧ୍ୟ ସ୍ନାକ୍ସ ଖାଇ ଖୁସି ହେବା ସହ ଖୋଲା ମନରେ ପାଠ ପଢୁଥିବାର ଦେଖିବାକୁ ମିଳିଛି ।

ସବ୍ୟସାଚୀ ପେସାରେ ଜଣେ ଗଣିତ ଶିକ୍ଷକ । କରୋନା କାଳରେ ଅନ୍‌ଲାଇନ୍ କ୍ଳାସ୍ ଆରମ୍ଭ ହେବା ପରେ ଛାତ୍ରଛାତ୍ରୀଙ୍କର ଗଣିତ ପ୍ରତି ରୁଚି ଅନେକାଂଶରେ କମି ଯାଇଥିଲା । ସେମାନଙ୍କ ଭିତରେ ଏହି ରୁଚିକୁ ବଢାଇବା ପାଇଁ ସେ ଏଭଳି ନିଆରା ପ୍ରୟାସ କରିଥିବା କଥା ସେ କହିଛନ୍ତି । ମାଥମେଟିକ୍ସ କାଫେରେ ତୃତୀୟରୁ MBA ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆସି ନିଃଶୁଳ୍କରେ କୋଚିଂ ନେଉଛନ୍ତି ।

Advertisment

ଦୀର୍ଘ ୭ ବର୍ଷ ହେବ ସବ୍ୟସାଚୀ ଶିକ୍ଷାଦାନ କରୁଥିବା ବେଳେ ଆଗକୁ ଉଚ୍ଚଶିକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି । ଚଳିତ ବର୍ଷ ସେ ମାଥମେଟିକ୍ସ ଡେଲି ଓ ଏନ୍ସିଇଆରଟି ସଲ୍ୟୁସନ ନାମକ ଦୁଇଟି ବହି ମଧ୍ୟ ଲେଖିଛନ୍ତି, ଯାହା ଅନ୍‌ଲାଇନରେ ଉପଲବ୍ଧ ହେଉଛି । ଏତେ କମ୍ ବୟସରେ ସବ୍ୟଙ୍କ ଏହି ପଦକ୍ଷେପକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।

Cuttack Mathematics Cafe
Advertisment
Advertisment