• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରଥମ ଥର ଲାଗି ସମ୍ମେଟିଭ ପରୀକ୍ଷା ଦେବେ ଓଡ଼ିଆ ମିଡିୟମ ସ୍କୁଲ୍‌ର ମାଟ୍ରିକ୍ ଛାତ୍ରଛାତ୍ରୀ । ଆସନ୍ତାକାଲିଠାରୁ ଦଶମ ପିଲାଙ୍କ ଲାଗି ଆରମ୍ଭ ହେବାକୁ ଥିବା ଏହି ପରୀକ୍ଷା ଲାଗି ସବୁ ପ୍ରକାର ପ୍ରସ୍ତୁତି କରିଛି ବୋର୍ଡ । ନୋଡାଲ୍ ସେଣ୍ଟରଗୁଡିକରେ OMR ସିଟ୍ ପହଞ୍ଚି ସାରିଥିବା ବେଳେ ସଂକ୍ରମଣମୁକ୍ତ ପରୀକ୍ଷା ଲାଗି ବିଦ୍ୟାଳୟଗୁଡିକୁ ବିଶୋଧନ କରାଯାଇଛି ।

ଓମିକ୍ରନ୍‌ର ଆଶଙ୍କା ଭିତରେ କାଲିଠାରୁ ଆରମ୍ଭ ହେବ ଦଶମ ସମ୍ମେଟିଭ ପରୀକ୍ଷା । ଚାରିଦିନ ଧରି ପରୀକ୍ଷା ଚାଲିବ । ପ୍ରଥମ ତିନିଦିନ ଥିଓରୀ ପରୀକ୍ଷା ଥିବାବେଳେ ୮ ତାରିଖରେ କେବଳ ପ୍ରାକ୍ଟିକାଲ ପରୀକ୍ଷା ହେବ । ସକାଳ ୧୦ଟାରୁ ୧୧ଟା ଓ ଦିନ ୧୨ଟାରୁ ଗୋଟାଏ ଯାଏଁ ଏଭଳି ଦୁଇଟି ସିଟିଂରେ ପରୀକ୍ଷା ହେବ । ମଲଟିପୁଲ୍ ଚଏସ୍ ବେସଡ୍ ଓଏମ୍ଆର ସିଟ୍‌ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ମୋଟ୍ ୫୦ ମାର୍କର ପରୀକ୍ଷା ହେବ । ଏଥିପାଇଁ ୩୧୧ଟି ନୋଡାଲ୍ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିସାରିଛି । ସକାଳ ୮ଟାରୁ ନୋଡାଲ୍ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନପତ୍ର । ପରୀକ୍ଷା ଦେବେ ୫ଲକ୍ଷ ୭୬ ହଜାର ୨୨୩ ଜଣ ଛାତ୍ରଛାତ୍ରୀ । ପ୍ରତି କ୍ଲାସ୍‌ରୁମ୍‌ରେ ଅତି ବେଶୀରେ ୨୪ ଜଣ ଛାତ୍ରଛାତ୍ରୀ ବସିବେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଓ କୋଭିଡ ଗାଇଡ୍ ଲାଇନ୍‌କୁ କ଼ଡା କଡି ଭାବେ ପାଳନ କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଗତ ବର୍ଷ କରୋନା ପାଇଁ ମାଟ୍ରିକ୍ ପରୀକ୍ଷା ବାତିଲ ହୋଇଥିଲା । ବିକଳ୍ପ ମୂଲ୍ୟାୟନ ଆଧାରରେ ମାର୍କ ଦିଆଯାଇଥିଲା । ଯାହାକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷ ଦେଖାଦେଇଥିଲା । ମାଧ୍ୟମିକ ଶିକ୍ଷା ପରିଷଦର ଅଦୂରଦର୍ଶିତା ଲାଗି ପିଲାଙ୍କ କ୍ୟାରିୟର ପ୍ରଭାବିତ ହୋଇଥିବା ଅଭିଯୋଗ ଆସିବା ପରେ ଚଳିତ ବର୍ଷ ଠାରୁ ପ୍ରଥମ ଥର ଲାଗି ୪ଟି ଫର୍ମେଟିଭ ଓ ଦୁଇଟି ସମ୍ମେଟିଭ ପରୀକ୍ଷା କରିବାକୁ ବୋର୍ଡ ଘୋଷଣା କରିଥିଲା । ଯାହାଦ୍ୱାରା ମହାମାରୀ ପାଇଁ ବୋର୍ଡ ପରୀକ୍ଷା ଯଦି ବା ବାତିଲ୍ ହୁଏ ତେବେ ଫର୍ମେଟିଭ ଓ ସମ୍ମେଟିଭ ପରୀକ୍ଷା ଆଧାରରେ ମୂଲ୍ୟାୟନ କରାଯାଇପାରିବ । ସେପଟେ ଛାତ୍ରଛାତ୍ରୀ ବି ସମ୍ମେଟିଭ ପରୀକ୍ଷାକୁ ନେଇ ଉତ୍ସାହିତ ।

ଆସନ୍ତାକାଲି ପ୍ରଥମ ସିଟିଂରେ ଓଡ଼ିଆ ବିଷୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଦ୍ୱିତୀୟ ସିଟିଂରେ ଗଣିତ ବିଷୟ ଲାଗି ଅଧିକ ୧୫ ମିନିଟ୍ ସମୟ ମିଳିବ । ଆସନ୍ତା ମାର୍ଚ୍ଚ ମାସରେ ଦ୍ୱିତୀୟ ସମ୍ମେଟିଭ ପରୀକ୍ଷା କରିବାକୁ ଲକ୍ଷ୍ୟ ରଖିଛି ବୋର୍ଡ ।