ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପରେ ଅତ୍ୟଧିକ ଚାପ ସୃଷ୍ଟି କରିଥିଲା । ତେବେ କୋଭିଡ୍ କହର କମିବା ପରେ ପୁଣି ଥରେ କେବଳ ଦଶମ ଶ୍ରେଣୀରେ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି ।
ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ଗୁରୁତ୍ୱବହନ କରୁଥିବା ଏ ପରୀକ୍ଷାକୁ ସୁରୁଖୁରୁରେ କରିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ମାଟ୍ରିକ୍ ସମେଟିଭ୍ ପରୀକ୍ଷା ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଅଛି। କରୋନା କଟକଣା ସହ ପରୀକ୍ଷା ହେବ। ଆସନ୍ତାକାଲିଠୁ ରାଜ୍ୟରେ ପ୍ରଥମ ଥର ପାଇଁ ମାଟ୍ରିକ୍ ଛାତ୍ରଛାତ୍ରୀ ସମେଟିଭ୍ ପରୀକ୍ଷା ଦେବେ।