ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କଲେ ଦିଲ୍ଲୀ ସରକାର । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଅନଲାଇନ୍ରେ ହେବ କ୍ଲାସ୍ । ଦିଲ୍ଲୀରେ ଦୃଶ୍ୟମାନ ଦୂରତା ବି ହ୍ରାସ ହୋଇଛି ।
ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲାଯିବା ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସରକାର ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ପୁନଃ ଖୋଲାଯିବା ନିମନ୍ତେ ନିର୍ଦ୍ଦେଶ ଜାରି କରିଥିଲେ। ଏହି ନିର୍ଦ୍ଦେଶ ମୁତାବକ ଆସନ୍ତାକାଲି ସ୍କୁଲ୍ ଖୋଲିବାର ଥିଲା।