• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

School Students
ରାଜ୍ୟର ଟପ୍‌ ୧୦୦୦ ମେଧାବୀଙ୍କୁ ଦିଆଯିବ ସର୍ବୋତ୍କୃଷ୍ଟ ଶିକ୍ଷା

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉତ୍କର୍ଷ କେନ୍ଦ୍ରରେ ଆକର୍ଷଣୀୟ କ୍ଲାସରୁମ, ବିଶ୍ୱସ୍ତରୀୟ ବିଜ୍ଞାନଗାର, ଗ୍ରନ୍ଥାଗାର, ଗଣିତ ଓ ଭାଷା ବିଜ୍ଞାନଗାର, ଉନ୍ନତ କମ୍ପ୍ୟୁଟର ଲାବୋରାଟୋରୀ ଆଦିର ନିର୍ମାଣ କରିବା ପାଇଁ ଯୋଜନା ରହିଛି। ଶହେ କୋଟି ଟଙ୍କାରେ ନିର୍ମାଣ ହେଉଥିବା ଏହି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ OB & CC ଲିମିଟେଡକୁ ଦାୟିତ୍ୱ ଦିଆଯାଇଛି। ଆସନ୍ତା ୧୮ ମାସ ମଧ୍ୟରେ ନିର୍ମାଣ କାମ ଶେଷ ହେବ। 

bhaskar sir
ଗୁରୁଙ୍କ ପରି ଗୁରୁ ଦୃଷ୍ଟିବାଧିତ ଭାସ୍କର ସାର୍ : ଶିକ୍ଷାର ଆଲୋକ ବାଣ୍ଟି ପିଲାଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ କରୁଛନ୍ତି

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଲୁଙ୍ଗା ପଂଚାୟତ ନୂଆସାହିର ଭାସ୍କର ସାର୍ । ବୟସ ୬୦ ପାରି ହେଲାଣି । ଦୃଷ୍ଟିଶକ୍ତିକୁ ନାହିଁ ସତ, ହେଲେ ମେଧାଶକ୍ତି ବଳରେ ସେ ବହୁ ମେଧାବୀ ଛାତ୍ର ତିଆରୀ କରି ଚାଲିଛନ୍ତି । ସକାଳ ସନ୍ଧ୍ୟା ଦୁଇ ବେଳା ତାଙ୍କ ଘର ପାଖରେ ପିଲାମାନଙ୍କ ଭିଡ ଲାଗୁଛି । ପିଲାଟି ବେଳୁ ଜଣେ ମେଧାବୀ ଛାତ୍ର ଭାବେ ପରିଚିତ ଥିଲେ ଭାଷ୍କର ସାର୍ ।

CET College
ସିଇଟିକୁ ମିଳିଲା ବିଶ୍ୱବିଦ୍ୟାଳୟ ମାନ୍ୟତା

ଓଡ଼ିଶା ବୈଷୟିକ ଗବେଷଣା ବିଶ୍ୱବିଦ୍ୟାଳୟ ବିଲରେ ସିଇଟି କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି। ଏହି ଶିକ୍ଷାଅନୁଷ୍ଠାନରେ ଇଂଜିନିୟରିଂ ଏବଂ ବିଜ୍ଞାନ ଓ କାରିଗରୀ, ବୈଷୟିକ ଜ୍ଞାନ କୌଶଳ, ସ୍ଥପତି ଓ ମ୍ୟାନେଜମେଣ୍ଟ ଏବଂ ଗବେଷଣା କ୍ଷତ୍ରରେ ଅଧିକ ସହାୟକ ହୋଇପାରିବ। ତେବେ ଗୃହରେ ଆଜି ଏହିସବୁ ବିଲ ଉପସ୍ଥାପନ ବେଳେ କଂଗ୍ରେସ ସଦସ୍ୟମାନେ କକ୍ଷ ତ୍ୟାଗ କରିଥିଲେ।

ABVP Help Desk
କଲେଜ କ୍ୟାମ୍ପସ୍‌ରେ ରାଜନୀତିର ବାସ୍ନା, ହେଲ୍‌ପ୍‌ ଡେସ୍କ ଖୋଲି ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରୁଛନ୍ତି ଛାତ୍ର ସଂଗଠନ

ଆସନ୍ତା ୬ ତାରିଖରୁ ଖୋଲିବ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ। ଆଗକୁ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇପାରନ୍ତି। ତେବେ ପୂର୍ଣ୍ଣ ମାତ୍ରାରେ କ୍ୟାମ୍ପସ ଖୋଲିବା ପୂର୍ବରୁ ରାଜନୈତିକ ଉଷ୍ମତା ଆସ୍ତେ ଆସ୍ତେ ବଢିବାକୁ ଲାଗିଲାଣି।

School reopen
ଏବେ ଖୋଲିବ କି ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ?

କେବଳ ଡିଜିଟାଲ ମୋଡରେ ଅନଲାଇନ୍ ପାଠପଢାକୁ ବିକଳ୍ପ ଭାବେ ନେଇ ମୋବାଇଲ ଓ କମ୍ପ୍ୟୁଟରକୁ ଛାତ୍ରଛାତ୍ରୀ ଆପଣାଇଛନ୍ତି। ତେବେ ଏହି ବ୍ୟବସ୍ଥାରେ ଶୀଘ୍ର ପୂର୍ଣ୍ଣଚ୍ଛେଦ ପଡିବା ଚାହୁଁଛନ୍ତି ଉଭୟ ପିଲା ଓ ଅଭିଭାବକ। ତେବେ ତୃତୀୟ ଲହର ଆଶଙ୍କା ମନରେ ଭୟ ବି ସୃଷ୍ଟି କରୁଛି।

Odisha Plus 2 Offline Exam
ଯୁକ୍ତ ୨ ଅଫ୍‌ଲାଇନ୍‌ ପରୀକ୍ଷା: ଆସନ୍ତାକାଲିଠୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା

ଚଳିତ ବର୍ଷ ପ୍ରକାଶ ପାଇଥିବା ଯୁକ୍ତ ଦୁଇ ରେଜଲ୍ଟରେ ଯେଉଁ ଛାତ୍ରଛାତ୍ରୀ ସନ୍ତୁଷ୍ଟ ନାହାନ୍ତି ସେମାନେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇ ପାରିବେ।ସେପ୍ଟେମ୍ବର ୩ରୁ ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ଅନ୍‌ଲାଇନ୍‌ ଯୋଗେ ଆବେଦନ କରିପାରିବେ। ସେପ୍ଟେମ୍ବର ୭ ହେଉଛି ଆବେଦନର ଶେଷ ତାରିଖ।

Technical Institutions
ଆସନ୍ତା ୬ରୁ ଖୋଲିବ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ 

ଆସନ୍ତା ୬ ତାରିଖରୁ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ। ସବୁ ସେମିଷ୍ଟର ପାଇଁ କ୍ଲାସ୍‌ ରୁମ୍‌ ଶିକ୍ଷାଦାନ ଆରମ୍ଭ ହେବ। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଅଜୟ ନାୟକ ସବୁ ବୈଷୟିକ ଶିକ୍ଷାନୁଷ୍ଠାନକୁ ଚିଠି ଲେଖିଛନ୍ତି। ଏହାସହ SOP ମଧ୍ୟ ଜାରି ହୋଇଛି।

RI Exam
ଆଡମିଟ୍‌ କାର୍ଡ ଧରି ସେଣ୍ଟର ଖୋଜୁଛନ୍ତି RI ପରୀକ୍ଷାର୍ଥୀ

ଘଟଣାସ୍ଥଳରେ ଟିଟିଲାଗଡ ଉପଜିଲ୍ଲାପାଳ ଓ ପୋଲିସ ପହଞ୍ଚି ବୁଝାସୁଝା କରୁଛନ୍ତି। ପରୀକ୍ଷାର୍ଥୀଙ୍କୁ ବଲାଙ୍ଗିର ସ୍ଥିତ ପରୀକ୍ଷା କେନ୍ଦ୍ରକୁ ନିଆଯିବ କହିଲେ। ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ବସ୍‌ରେ ପରୀକ୍ଷାର୍ଥୀଙ୍କୁ ବଲାଙ୍ଗିର ନିଆଯିବ। ଦିନ ୧୨ଟାରୁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ସୁଯୋଗ ଦିଆଯିବ ବୋଲି ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। 

Tusarkanti tripathy
ଏଥର ବି +୨ରେ ହ୍ରାସ ପାଇବ ସିଲାବସ୍, ତିନି ମାସରେ ଥରେ ପରୀକ୍ଷା

ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହେବ +୨ ସିଲାବସ୍‌ରେ ପରିବର୍ତ୍ତନ । ପାଖାପାଖି ୩୦% ସିଲାବସ୍ ହ୍ରାସ କରାଯିବ । ଏଭଳି ଏକ ବଡ଼ ନିଷ୍ପତି ନେଇଛି ଉଚ୍ଚଶିକ୍ଷା ବିଭାଗ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାଉନସିଲ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

OPSC
ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ ବୋର୍ଡ ବିବାଦ ପରେ ଏବେ OPSCକୁ ନେଇ ବିବାଦ

ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ ବୋର୍ଡ ବିବାଦ ପରେ ଏବେ ଓପିଏସସି ବା ଓଡିଶା ପବ୍ଲିକ୍‌ ସର୍ଭିସ କମିଶନକୁ ନେଇ ବିବାଦ ଦେଖା ଦେଇଛି। ତ୍ରୁଟିପୂର୍ଣ୍ଣ ପରୀକ୍ଷା ସହ UPSC ପରୀକ୍ଷା ସମୟରେ ଚଳିତ ବର୍ଷ ପୁଣି OPSC ପରୀକ୍ଷା କରିବା ନିଷତ୍ତିକୁ ପରୀକ୍ଷାର୍ଥୀ ବିରୋଧ କରିଛନ୍ତି।  

matric-exam
ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ୍ ପରୀକ୍ଷା ରେଜଲ୍ଟ, ପାସ୍ ହାର ୮୦ ପ୍ରତିଶତ

କରୋନା ପାଇଁ ଏଥର ମାଟ୍ରିକ ପରୀକ୍ଷା ହୋଇପାରିନଥିଲା। ସେଥିପାଇଁ ଏକ ନିର୍ଦ୍ଦିଷ୍ଟ ପଦ୍ଧତିରେ ପିଲାଙ୍କୁ ମାର୍କ ଦେଇ ଯାଇ ବାହାର କରାଯାଇଥିଲା ରେଜଲ୍ଟ  କିନ୍ତୁ ସେଥିରେ ଅନେକ ପିଲା ଅସନ୍ତୋଷ ପ୍ରକାଶ କରିଥିବାରୁ ସେମାନଙ୍କ ପାଇଁ ପରୀକ୍ଷାର ବ୍ୟବସ୍ଥା କରାଯାଇଥିଲା।

law Student
ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସାମ୍ନାରେ ଆଇନ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସାମ୍ନାରେ ଆଇନ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ତରବରିଆ ଭାବେ ୬ମାସରେ ୪ଟି ସେମିଷ୍ଟରର ଅଫଲାଇନ ପରୀକ୍ଷା କରାଇବା ନିଷ୍ପତ୍ତି ବିରୋଧରେ ବିକ୍ଷୋଭ କରୁଛନ୍ତି ଛାତ୍ରଛାତ୍ରୀ ।

Historic MPC College
ଜରାଜୀର୍ଣ୍ଣ ଅବସ୍ଥାରେ ଏମପିସି କଲେଜ କୋଠା : ରକ୍ଷଣାବେକ୍ଷଣ ଅଭାବରୁ ଶିଉଳି ଲାଗି ନଷ୍ଟ ହେବାକୁ ବସିଲାଣି

ସାମନାକୁ ଚକଚକ୍ ଦେଖାଯାଉଥିବା ମୟୂରଭଞ୍ଜ ରାଜପ୍ରାସାଦ ଭିତରୁ ନଷ୍ଟ ହେବାକୁ ବସିଲାଣି । ଲଣ୍ଡନର ବକିଂହାମ ପାଲେସ ଭଳି ଦେଖାଯାଉଥିବା ରାଜବାଡ଼ି ୧୮୦୪ରେ ମୟୂରଭଞ୍ଜର ମହାରାଣୀ ସୁମିତ୍ରା ଦେବୀଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଗ୍ରୀକ୍ ଓ ଭୋରିଆ ଇଂଜିନିଅରଙ୍କ ସ୍ଥାପତ୍ୟ କଳାରେ ତିଆରି ଏହି କୋଠାରେ ୧୨୬ଟି କୋଠରୀ ରହିଛି । ମହାରାଜା କୃଷ୍ଣଚନ୍ଦ୍ର ଭଂଜଦେଓ, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓ ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ଏହି ରାଜପ୍ରାସାଦରୁ ହିଁ ଶାସନ କରୁଥିଲେ

Dharmendra Pradhan
ଖୁବଶୀଘ୍ର ଓଡ଼ିଶାକୁ ମିଳିବ ରୁଷାର ବକେୟା ଅର୍ଥ: ଧର୍ମେନ୍ଦ୍ର

ଖୁବଶୀଘ୍ର ଓଡ଼ିଶାକୁ ମିଳିବ ରୁଷାର ବକେୟା ଅର୍ଥ । ରାଜ୍ୟରେ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗର ସ୍ଥିତିି ନେଇ ଆଜି ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ଜାତୀୟ ଶିକ୍ଷାନୀତି ଉପରେ ମଧ୍ୟ ଆଲୋଚନା ହୋଇଛି ।

BPEd Student Protest
ନଅତାଲାରେ BPEd ଛାତ୍ରଛାତ୍ରୀଙ୍କ ହଙ୍ଗାମା, ପୋଲିସ ଟେକି ନେଇ ବାହାରେ ଛାଡ଼ିଲା

ମାଧ୍ୟମିକ ଶିକ୍ଷା ନିର୍ଦେଶଳାୟ କାର୍ଯ୍ୟାଳୟ ଘେରିଲେ ବ୍ୟାଚଲର ଅଫ୍ ଫିଜିକାଲ ଏଜୁକେଶନ ବା BPEd ଛାତ୍ରଛାତ୍ରୀ । ଶତାଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ନତାଲାର ଷଷ୍ଠ ମହଲାରେ ଥିବା ମାଧ୍ୟମିକ ଶିକ୍ଷା ନିର୍ଦେଶଳାୟ ସମ୍ମୁଖରେ ଧାରଣାରେ ବସିଲେ ।

sonepur
ପିଲାଙ୍କ ପାଇଁ ଶିକ୍ଷାସେତୁ ବ୍ୟବସ୍ଥା : ମହାମାରୀ ଭୟ ଭିତରେ ଘରକୁ ଘର ଯାଇଁ ଡାଉଟ୍ କ୍ଲିୟର କରୁଛନ୍ତି ଶିକ୍ଷକ

କୋଭିଡ ମହାମାରୀ ପାଇଁ କ୍ଲାସ ବନ୍ଦ । ପ୍ରଥମରୁ ଅଷ୍ଟମ ଯାଏଁ ସ୍କୁଲ ଖୋଲିନି । ଆରମ୍ଭ ହୋଇନି ପିଲାଙ୍କ ପାଠପଠା । ଅନେକ ପିଲାଙ୍କ ପାଖରେ ଆଣ୍ଡ୍ରଏଡ୍ ମୋବାଇଲ ଫୋନ୍ ନଥିବାରୁ ପାଠଶାଳା, ୟୁଟ୍ୟୁବ ଓ ଅନଲାଇନ୍ କ୍ଲାସରୁ ବଂଚିତ ହେଉଛନ୍ତି । ସମସ୍ତଙ୍କୁ ଶିକ୍ଷା ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହୋଇଛି ଶିକ୍ଷା ସେତୁ । ଏଇ ଶିକ୍ଷାସେତୁରେ ବିନିକା ସହରର ମନହରୀପଡା ଏବଂ ନୂଆପାଲିରେ ପିଲାଙ୍କ ଘରକୁ ଘର ଯାଇ ପାଠ ପଢାଉଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ ।

Plus Two Student
ଏଣିକି ଯୁକ୍ତ ଦୁଇ ଛାତ୍ରଛାତ୍ରୀ ମଧ୍ୟ ୟୁଟ୍ୟୁବ୍‌ରେ ପାଠ ପଢ଼ିବେ

ଏଣିକି ୟୁଟ୍ୟୁବ୍‌ରେ ପାଠ ପଢ଼ିବେ ଯୁକ୍ତ ଦୁଇ ପ୍ରଥମ ଓ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ । ୟୁଟ୍ୟୁବ୍‌ରେ ପାଠ ପଢ଼ିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

+3 Admissions
୨୦ରୁ +୩ ନାମଲେଖା ଆବେଦନ

ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ +୩ ନାମଲେଖା ପାଇଁ ଆବେଦନ। ଯୁକ୍ତ ୩ ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଅଗଷ୍ଟ ୨୦ରୁ ସେମ୍ବେର ୪ ତାରିଖ ଯାଏଁ ଅନଲାଇନ୍ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ସେପ୍ଟେମ୍ବର ୯ରେ ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ ବୋଲି ସୂଚନା ମିଳିଛି। ସେପ୍ଟେମ୍ବର ୯ରୁ ୧୪ ଯାଏଁ ସାମ୍ସ ପୋର୍ଟାଲରେ ଅନଲାଇନ୍ ଫି ଦାଖଲ କରିବେ ଛାତ୍ରଛାତ୍ରୀ। ଏହାସହ ସେପ୍ଟେମ୍ବର ୨୧ରେ ଦ୍ୱିତୀୟ ମେରିଟ୍ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।

odisha school reopening
ଆଜିଠୁ ଆରମ୍ଭ ହେଲା ନବମ ଶ୍ରେଣୀ କ୍ଲାସ୍‌

ଆଜିଠାରୁ ବିଦ୍ୟାଳୟରେ ନବମ ଶ୍ରେଣୀ କ୍ଲାସ୍‌ ଆରମ୍ଭ ହୋଇଛି। ସକାଳ ୯ଟାରୁ ଦିନ ସାଢ଼େ ୧୨ଟା ଯାଏ କ୍ଲାସ୍‌ରୁମ୍‌ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀମାନେ ଅଭିଭାବକଙ୍କର ଅନୁମତି ପତ୍ର ନେଇ ସ୍କୁଲ ଆସିଥିବା ବେଳେ ପ୍ରବେଶ ସମୟରେ ଛାତ୍ରଛାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା।

Plus II Arts Results announced
ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ

ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। CHSE କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଗଣଶିକ୍ଷା ମନ୍ତ୍ରୀ ରେଜଲ୍ଟ ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀମାନେ orissaresults.nic.in ୱେବ୍‌ସାଇଟ୍‌କୁ ଯାଇ ରେଜଲ୍ଟ ଚେକ୍‌ କରିପାରିବେ। 

plus two result
ଆଜି ଦିନ ୧ଟାରେ ପ୍ରକାଶ ପାଇବ +୨ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ

କଳାରେ ୨ ଲକ୍ଷରୁ ଅଧିକ ଏବଂ ଧନ୍ଦାମୂଳକ ଶିକ୍ଷାରେ ପ୍ରାୟ ୫ ହଜାର ପିଲାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । କରୋନା ପାଇଁ ଏଥର ପରୀକ୍ଷା ବାତିଲ ହୋଇଥିବାରୁ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଫଳ ପ୍ରକାଶ କରାଯିବ ।

plus two result
ଆଜି ପ୍ରକାଶ ପାଇବ +୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାଫଳ : orissaresults.nic.in ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ

ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ । କଳାରେ ୨ ଲକ୍ଷରୁ ଅଧିକ ଏବଂ ଧନ୍ଦାମୂଳକ ଶିକ୍ଷାରେ ପ୍ରାୟ ୫ ହଜାର ପିଲାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । orissaresults.nic.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । ତେବେ ଆଜି କେଉଁ ସମୟରେ ଫଳ ପ୍ରକାଶ ପାଇବ, ସେନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୌଣସି ସୂଚନା ଦିଆ ଯାଇନାହିଁ

plus two Exam
ବଦଳିବ ଯୁକ୍ତ ଦୁଇ ରୂପରେଖ: ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷା ସହ ହେବ ଇଣ୍ଟରନାଲ୍ ଆସେସମେଣ୍ଟ

ଖୁବଶୀଘ୍ର ଏହାର ରୂପରେଖ ପ୍ରସ୍ତୁତ କରି ବିଜ୍ଞପ୍ତି ପ୍ରକାଶ କରିବାକୁ ଯାଉଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ବି ଏଦିଗରେ କାର୍ଯ୍ୟ ଆରମ୍ଭ କରିଛି। ଭବିଷ୍ୟତରେ ମହାମାରୀ ଯୋଗୁ ପରୀକ୍ଷା ବାତିଲ ହେଲେ ବି କଲେଜ୍ ଏବଂ ପରିଷଦ ପାଖରେ ପିଲାଙ୍କ ପ୍ରଦର୍ଶନର ତଥ୍ୟ ରହିବ ଆଉ ସିବିଏସ୍ଇ ଭଳି ପିଲାଙ୍କୁ ଆସେସ୍ କରିବା ବି ସହଜ ହେବ।

ojee
୬ରୁ ୧୮ ଯାଏଁ ଚାଲିବ ଓଜେଇଇ, ସୂଚନା ଦେଲେ ଅଧ୍ୟକ୍ଷ ସୁଦୀପ ଚାନ୍ଦ

ସେପ୍ଟେମ୍ୱର ୬ରୁ ଆରମ୍ଭ ହେବ ଓଜେଇଇ ପରୀକ୍ଷା । ଏହି ପରୀକ୍ଷା ସେପ୍ଟେମ୍ବର ୧୮ ଯାଏ ଚାଳିବ । ପରୀକ୍ଷା ନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ ସୂଚନା ଦେଇଛନ୍ତି ।

Plus 2 results of Arts published tomorrow
ଆସନ୍ତାକାଲି ପ୍ରକାଶ ପାଇବ +୨ କଳା ଓ ଧନ୍ଦାମୂଳକ ରେଜଲ୍ଟ

ଆସନ୍ତାକାଲି ପ୍ରକାଶ ପାଇବ +୨ କଳା ପରୀକ୍ଷା ରେଜଲ୍ଟ। ଧନ୍ଦାମୂଳକ ପରୀକ୍ଷା ରେଜଲ୍ଟ ମଧ୍ୟ କାଲି ପ୍ରକାଶ ପାଇବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। orissaresults.nic.inରେ ରେଜଲ୍ଟ ଉପଲ୍ଲବ୍ଧ ହେବ।