Advertisment

ଆସନ୍ତାକାଲିଠୁ ମାଟ୍ରିକ୍‌ ସମେଟିଭ୍ ପରୀକ୍ଷା, ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ମାଟ୍ରିକ୍‌ ସମେଟିଭ୍ ପରୀକ୍ଷା ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଅଛି। କରୋନା କଟକଣା ସହ ପରୀକ୍ଷା ହେବ। ଆସନ୍ତାକାଲିଠୁ ରାଜ୍ୟରେ ପ୍ରଥମ ଥର ପାଇଁ ମାଟ୍ରିକ୍‌ ଛାତ୍ରଛାତ୍ରୀ ସମେଟିଭ୍ ପରୀକ୍ଷା ଦେବେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Matric Summative-1 Exams

Matric Summative-1 Exams

ମାଟ୍ରିକ୍‌ ସମେଟିଭ୍ ପରୀକ୍ଷା ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଅଛି। କରୋନା କଟକଣା ସହ ପରୀକ୍ଷା ହେବ। ଆଜି ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଆସନ୍ତାକାଲିଠୁ ରାଜ୍ୟରେ ପ୍ରଥମ ଥର ପାଇଁ ମାଟ୍ରିକ୍‌ ଛାତ୍ରଛାତ୍ରୀ ସମେଟିଭ୍ ପରୀକ୍ଷା ଦେବାକୁ ଯାଉଥିବାରୁ ଏହାକୁ ଠିକ୍ ସମୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ସମେଟିଭ୍ ପରୀକ୍ଷା ଏକ ନୂଆ ଫର୍ମୁଲା ଯାହା ପିଲାଙ୍କ କ୍ୟାରିଅର୍‌ରେ ସହାୟକ ହେବ ବୋଲି ମନ୍ତ୍ରୀ କହିଛନ୍ତି। 

Advertisment

ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ମାଟ୍ରିକ୍‌ ସମେଟିଭ୍‌ ପରୀକ୍ଷା। ୮ ତାରିଖ ପର୍ଯ୍ୟନ୍ତ ୪ ଦିନ ପରୀକ୍ଷା ହେବାକୁ ଥିବାବେଳେ ପ୍ରଥମ ତିନି ଦିନ ଥିଓରୀ ପରୀକ୍ଷା ଦୁଇଟି ସିଟିଂରେ ହେବ। ୮ ତାରିଖ ଦିନ କେବଳ ପ୍ରାକ୍ଟିକାଲ୍‌ ପରୀକ୍ଷା ହେବ। ପରୀକ୍ଷା ପାଇଁ ୩,୦୯୩ କେନ୍ଦ୍ର କରାଯାଇ ଥିବାବେଳେ ୩୧୧ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚି ଯାଇଛି। 

  • ମୋଟ୍‌ ୫ ଲକ୍ଷ ୭୬ ହାଜର ୨୨୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ
  • ସକାଳ ସାଢେ ୮ଟା ବେଳେ ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ପହଞ୍ଚିବ
  • କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ କରାଯାଇଛି। ପ୍ରତିଦିନ ଏହି ସାନିଟାଇଜ୍ କରାଯିବ। ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ଗୁରୁତ୍ୱ ଦିଆଯାଇଛି।
  • ପ୍ରତି ଶ୍ରେଣୀରେ ଅତି ବେଶୀରେ ୨୪ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ
  • କପି ରୋକିବା ପାଇଁ ମୋଟ ୭୨ଟି ସ୍କ୍ୱାଡ୍‌ କରାଯାଇ ଥିବାବେଳେ ୪୦ଟି ସେଣ୍ଟ୍ରାଲ ସ୍କ୍ୱାଡ୍‌ ମଧ୍ୟ କରାଯାଇଛି। ଏହା ବ୍ୟତୀତ ମଧ୍ୟ ନିଜ ନିଜ ଜିଲ୍ଲାରେ ଏଥିପାଇଁ ସୁବନ୍ଦୋବସ୍ତ କରିବା ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
  • ପରୀକ୍ଷା କେନ୍ଦ୍ର ଗୁଡିକୁ ମୋବାଇଲ୍‌ ଫୋନ୍ ବ୍ୟବହାର ଲାଗି ବାରଣ କରାଯାଇଛି ।
Advertisment
Matric Exams Matric Summative Exams Odisha Matric Exams
Advertisment
Advertisment