• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

ଗଣଶିକ୍ଷା ସଚିବ
ସବୁ ପରୀକ୍ଷାକୁ ଗୁରୁତ୍ୱର ନେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ସଚିବ

ଯଦି ପୁଣି କୋଭିଡ଼ ନେଇ ପରୀକ୍ଷା କରି ନହୁଏ, ଏଇ ଅନୁସାରେ ରେଜଲ୍ଟ ପ୍ରକାଶ ପାଇବ। ଶ୍ରେଣୀ ଶିକ୍ଷକଙ୍କ ଦ୍ୱାରା ଆସେସମେଣ୍ଟ ଟେଷ୍ଟ ପରିଚାଳନା ହେବ।

School
୨୬ରୁ ଖୋଲିବ ସ୍କୁଲ

ଏଣିକି ସିବିଏସ୍ଇ ଢାଞ୍ଚାରେ ନବମ ଏବଂ ଦଶମ ପିଲାଙ୍କ ମୂଲ୍ୟାୟନ କରାଯିବ। ନବମ ଏବଂ ଦଶମରେ ବର୍ଷ ତମାମ ଆସେସମେଣ୍ଟ ପରୀକ୍ଷା ଚାଲିବ। ସବୁ ପିଲା ସବୁ ପରୀକ୍ଷାକୁ ଗୁରୁତ୍ୱର ସହ ନିଅନ୍ତୁ ବୋଲି ସଚିବ କହିଛନ୍ତି।

+2 admission date
ବଢ଼ିଲା ଯୁକ୍ତ ଦୁଇ ନାମଲେଖାର ଅବଧି

ଭୁବନେଶ୍ୱର : ବଢ଼ିଲା ଯୁକ୍ତ ଦୁଇ ନାମଲେଖାର ଅବଧି। ପ୍ରଥମ ପର୍ଯ୍ୟାୟ ନାମଲେଖାକୁ ଆହୁରି ଦୁଇ ଦିନ ବୃଦ୍ଧି କରାଯାଇଥିବା ସୂଚନା ଦେଇଛନ୍ତି ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଂଜନ ଦାଶ। ପୂର୍ବରୁ ଜୁଲାଇ ୩ରୁ ୬ ତାରିଖ ଯାଏ ନାମଲେଖା ଧାର୍ଯ୍ୟ ହୋଇଥିଲା। ତେବେ ସର୍ଭରଜନିତ ତ୍ରୁଟି ପାଇଁ ଆହୁରି ୨ ଦିନ ସମୟ ଦେଇଛି ଗଣଶିକ୍ଷା ବିଭାଗ। ୭ ତାରିଖ ଛୁଟି ପଡୁଥିବାରୁ ୮ ଓ ୯ ତାରିଖରେ ମଧ୍ୟ ଛାତ୍ରଛାତ୍ରୀ ନାଁ ଲେଖାଇ […]

  • Saturday, 17 July 2021
sameer
ସରକାରଙ୍କ ଚିନ୍ତା ବଢାଉଛି ସ୍କୁଲ ଡ୍ରପ୍ ଆଉଟ୍ ହାର

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି ସ୍କୁଲ ଡ୍ରପ୍ ଆଉଟ୍ ସଂଖ୍ୟା। ଗତ କିଛି ବର୍ଷ ଧରି ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀରେ ଡ୍ରପ୍ ଆଉଟ୍ ସଂଖ୍ୟା ବଢ଼ି ଚାଲିଥିବା ସଦ୍ୟ ପ୍ରକାଶିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୧୧-୧୨ମସିହା ଆର୍ଥିକ ବର୍ଷରୁ ୨୦୧୭-୧୮ ଆର୍ଥିକ ବର୍ଷ ମଧ୍ୟରେ ପ୍ରାଥମିକ ଶ୍ରେଣୀରେ ଡ୍ରପ୍ ଆଉଟ୍ ହାର ଦଶମିକ ୪୩ରୁ ୫ ଦଶମିକ ୮୧ରେ ପହଞ୍ଚିଥିବା ବେଳେ ଉଚ୍ଚ ପ୍ରାଥମିକ ଶ୍ରେଣୀରେ ଏହି […]

  • Saturday, 17 July 2021
school pASS FAIL
ଫେରିବ ପାସ୍-ଫେଲ୍ ! ପଞ୍ଚମ ଓ ଅଷ୍ଟମରେ ଲାଗୁ ହୋଇପାରେ ପାସ୍ ଫେଲ ବ୍ୟବସ୍ଥା

ଭୁବନେଶ୍ୱର : ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଲାଗୁ ହୋଇପାରେ ପାସ୍ ଫେଲ ବ୍ୟବସ୍ଥା। ଉଭୟ ଶ୍ରେଣୀରେ ପିଲାଙ୍କ ପାଇଁ ପରୀକ୍ଷା ଓ ପାସ୍‌ଫେଲ ବ୍ୟବସ୍ଥା କରାଇବାକୁ ଯୋଜନା କରୁଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏ ସମ୍ପର୍କରେ ସୂଚନା ଦେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ବହୁ ପୂର୍ବରୁ ପ୍ରଚଳିତ ଥିବା ଏ ବ୍ୟବସ୍ଥାକୁ ପୁଣି ଥରେ କାର୍ଯ୍ୟକାରୀ କରିବା ଲାଗି ଗଭୀର ଭାବେ ଅନୁଶୀଳନ କରାଯାଉଛି। ପଞ୍ଚମରେ ଫେଲ ପିଲାଙ୍କୁ ପୁଣି ଥରେ ପରୀକ୍ଷା […]

  • Saturday, 17 July 2021
tanushree
ଯୁକ୍ତ ଦୁଇ ପରୀକ୍ଷାରେ ତନୁଶ୍ରୀ ଟପ୍ପର

ମୟୂରଭଞ୍ଜ : ଯୁକ୍ତ ଦୁଇ ପରୀକ୍ଷାରେ ସଫଳ ହୋଇଛନ୍ତି ମୟୂରଭଞ୍ଜର ଜଣେ ଚାଷୀ ଘରର ଝିଅ ତନୁଶ୍ରୀ ମହାନ୍ତ। ଚଳିତ ବର୍ଷ +୨ କଳା ପରୀକ୍ଷାରେ 87 ପ୍ରତିଶତ ନମ୍ବର ରଖି ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ ସ୍ଥାନରେ ରହିଛନ୍ତି। ଶ୍ୟାମାଖୁଣ୍ଟା ବ୍ଲକ୍‌ ଇଟା ମୁଣ୍ଡିଆ ଗାଁର ତନୁଶ୍ରୀ ଏମ୍‌ପିସି ଜୁନିଅର୍ କଲେଜର ଛାତ୍ରୀ। କଠିନ ପରିଶ୍ରମ, ଶିକ୍ଷକ ଓ ବାପାମାଆଙ୍କ ଆଶୀର୍ବାଦରୁ ସେ ଏହି ସଫଳତା ହାସଲ କରିଥିବା କହିଛନ୍ତି ତନୁଶ୍ରୀ। ତନୁଶ୍ରୀ ମୟୂରଭଞ୍ଜ ଜିଲ୍ଲାରେ ଟପ୍ପର […]

  • Saturday, 17 July 2021
chse
କଳାର ୨ଟି ଓ ବାଣିଜ୍ୟର ୪ଟି କଲେଜରେ ଫଳ ଶୂନ

ଭୁବନେଶ୍ୱର : ଆଜି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କଳାର ୨ଟି କଲେଜରେ ଜଣେ ବି ଛାତ୍ରଛାତ୍ରୀ ପାସ୍ କରି ନଥିବା ବେଳେ ବାଣଜ୍ୟର ୪ଟି କଲେଜରେ କେହି ପାସ୍ କରି ପାରି ନାହାନ୍ତି। ଯାଜପୁରର ଆଞ୍ଚଳିକ ମହିଳା ହାୟର ସେକେଣ୍ଡାରୀ ବିଦ୍ୟାଳୟରେ କଳାରେ ୧୫ ଜଣ ପିଲା ପରୀକ୍ଷା ଦେଇଥିଲେ। ସେମାନେ ସମସ୍ତେ ଫେଲ୍‌ ହୋଇଛନ୍ତି। ସେହିପରି ଖୋର୍ଦ୍ଧାର ପ୍ରାଚୀ ଭିନ୍ନକ୍ଷମ ହାୟର ସେକେଣ୍ଡାରୀ ବିଦ୍ୟାଳୟରେ […]

  • Saturday, 17 July 2021
plus 2
ଯୁକ୍ତ ଦୁଇ ନାମଲେଖା ଆବେଦନ ତାରିଖ ଘୁଞ୍ଚିଲା

ଭୁବନେଶ୍ୱର : ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମ ଲେଖାଇବା ପାଇଁ ଆବେଦନ ଅବଧି ଘୁଞ୍ଚିଲା। ଜୁନ୍‌ ୨୬ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ପୂର୍ବ ବିଜ୍ଞପ୍ତି ଅନୁଯାୟୀ, ଆସନ୍ତାକାଲି ଯୁକ୍ତ ୨ ନାମଲେଖା ଆବେଦନ ଅବଧି ପୂରିବାର ଥିଲା। ନୂଆ ବିଜ୍ଞପ୍ତି ଅନୁସାରେ, ଜୁଲାଇ ୨ ତାରିଖରେ ପ୍ରଥମ କଟ୍‌ ଅଫ୍ ପ୍ରକାଶ ପାଇବ। ଏଥିପାଇଁ ଜୁଲାଇ ୩ ରୁ ୬ ତାରିଖ ପର୍ଯ୍ୟନ୍ତ ନାମଲେଖା ହେବ। ସେହିପରି ଦ୍ୱିତୀୟ କଟ୍ ଅଫ୍ ଜୁଲାଇ […]

  • Saturday, 17 July 2021
+3
ଯୁକ୍ତ ୩ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର : ଚଳିତବର୍ଷ ଯୁକ୍ତ ୩ରେ ନାମଲେଖା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଏଥିପାଇଁ ଆସନ୍ତା ୨୪ ତାରିଖରୁ ଅନଲାଇନ୍‌ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଆବେଦନର ଶେଷ ତାରିଖ ଜୁଲାଇ ୮ତାରିଖ ରହିଛି। ସେହିପରି ଜୁଲାଇ ୧୮ରେ ପ୍ରଥମ ମେରିଟ୍ ଲିଷ୍ଟ ଏବଂ ଅଗଷ୍ଟ ୫ତାରିଖରେ ଦ୍ୱିତୀୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ଅଗଷ୍ଟ ୨୪ ତାରିଖରୁ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

  • Saturday, 17 July 2021
eng
ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ଇଂରାଜୀ ଅଡୁଆ

ଭୁବନେଶ୍ୱର : ଏଥର ମାଟ୍ରିକ ପରୀକ୍ଷାରେ ଇଂରାଜୀ ବିଷୟରେ ଫେଲ୍ ହୋଇଛନ୍ତି ପ୍ରାୟ ୬୦ ହଜାରରୁ ଅଧିକ ପିଲା। ୪୦ ହଜାର ଛାତ୍ରଛାତ୍ରୀ ୩୦ରୁ ୩୫ ମାର୍କ ରଖି ଫେଲ୍ ହେଉ ହେଉ ବଞ୍ଚି ଯାଇଛନ୍ତି। ଇଂରାଜୀରେ ୭୩ ପ୍ରତିଶତ ପିଲାଙ୍କ ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଚିନ୍ତା ବଢିଥିବାବେଳେ ବିଭାଗୀୟ ମନ୍ତ୍ରୀ ଏହାକୁ ଗୁରୁତ୍ୱର ସହ ନେବେ ବୋଲି କହିଛନ୍ତି। ଆଉ ଇଂରାଜୀରେ ଓଡ଼ିଆ  ପିଲାଙ୍କ ଅସଫଳ ହେବା ପଛର କେତେକ କାରଣ ସୁଧାରିବାକୁ ବି ପରାମର୍ଶ […]

  • Saturday, 17 July 2021
simillar syllabus
ଚଳିତ ଶିକ୍ଷା ବର୍ଷରୁ ସବୁ ବିଶ୍ୱବିଦ୍ୟାଳୟରେ ଲାଗୁ ହେବ ଏକକ ସିଲାବସ୍

ଭୁବନେଶ୍ୱର : ଚଳିତ ଶିକ୍ଷା ବର୍ଷରୁ ସବୁ ବିଶ୍ୱବିଦ୍ୟାଳୟରେ ଲାଗୁ ହେବ ଏକକ ସିଲାବସ୍। ଅଣ୍ଡର ଗ୍ରାଜୁଏଟ ପାଠ୍ୟକ୍ରମରେ ଏହି ବ୍ୟବସ୍ଥା ଲାଗୁ ହେବ। ଆଜି ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ଏକକ ସିଲାବସ୍ ଦ୍ୱାରା ଛାତ୍ର ଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ଏହା ଫଳପ୍ରଦ ହେବ। ଏହାସହ ଗୁଣାତ୍ମକ ମାନ ବି ବଢ଼ିବ ବୋଲି କହିଛନ୍ତି ମନ୍ତ୍ରୀ। ଆଜି ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବୈଠକ ହୋଇଥିଲା। ଏଥିରେ […]

  • Saturday, 17 July 2021
coaching
ଭୁବନେଶ୍ୱରରେ ମିଳିବ ପ୍ରଶାସନିକ ସେବା ଲାଗି କୋଚିଂ

ଭୁବନେଶ୍ୱର : ପ୍ରଶାସନିକ ସେବା କୋଚିଂ ଲାଗି ଏଣିକି ବାହାର ରାଜ୍ୟକୁ ଯିବାକୁ ପଡ଼ିବନି। ପ୍ରତିଭାବାନ ଆଶାୟୀଙ୍କୁ ଭୁବନେଶ୍ୱରରେ ଦିଆଯିବ ଉନ୍ନତମାନର କୋଚିଂ। ପ୍ରଶାସନିକ ସେବାରେ ଓଡ଼ିଆଙ୍କ ସଫଳତା ହାର କମୁଥିବାରୁ ଏଥିରେ ସୁଧାର ଆଣିବାକୁ ଅଣ୍ଟା ଭିଡ଼ିଛି ଉଚ୍ଚ ଶିକ୍ଷା ବିଭାଗ। ଜୁନ୍ ୨୪ରୁ ଆରମ୍ଭ ହେବ କୋଚିଂ କ୍ଲାସ୍। ପ୍ରଥମ ବର୍ଷରେ ୧୦୦ ଜଣ ଆଶାୟୀଙ୍କୁ କୋଚିଂ ଦିଆଯିବ। ଏଥିପାଇଁ ଅନେକ ଆଶାୟୀ ଆବେଦନ କରିଛନ୍ତି। ବର୍ଷେ ଅବଧି ରହୁଥିବା ଏହି କୋଚିଂ କ୍ଲାସ୍‌ରେ […]

  • Saturday, 17 July 2021
result
ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳକୁ ନେଇ ଆଶଙ୍କାରେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ମେ’ ମାସ ସରିଲା, ଆଉ କେବେ ବାହାରିବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ? ବିଳମ୍ବକୁ ନେଇ ଆଶଙ୍କାରେ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ। ଏପଟେ ବାରମ୍ବାର ତାରିଖ ବଦଳାଉଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ପ୍ରଥମେ ମେ’ ଶେଷ ସପ୍ତାହ ସୁଦ୍ଧା ଫଳ ପ୍ରକାଶ ପାଇବ ବୋଲି କୁହାଯାଇଥିଲା। ଆଉ ଏବେ ଜୁନ୍ ପ୍ରଥମ ସପ୍ତାହରେ ଫଳ ବାହାରିବ ବୋଲି ଟାର୍ଗେଟ ରଖିଛି ପରିଷଦ। ସାଧାରଣ ନିର୍ବାଚନ, ବାତ୍ୟା ‘ଫୋନି’ ଓ ଖାତା […]

  • Saturday, 17 July 2021
ojee cbt
ଜୁନ୍ ୮ ଓ ୯ରେ ଅନୁଷ୍ଠିତ ହେବ ଓଜେଇଇ ସିବିଟି

ଭୁବନେଶ୍ୱର : ଜୁନ୍ ୮ ଓ ୯ରେ ଅନୁଷ୍ଠିତ ହେବ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, (OJEE)ର ଅନ୍‌ଲାଇନ୍ ପରୀକ୍ଷା। ପ୍ରଥମ ଥର ପାଇଁ ପିଜି କୋର୍ସ ଲାଗି ଓଜେଇଇ ପକ୍ଷରୁ ଅନ୍‌ଲାଇନ୍ ପ୍ରବେଶିକା ପରୀକ୍ଷା କରାଯାଉଛି। ଜୁନ୍ ୮ରେ ତିନିଟି ସିଟିଂରେ ଏମ୍.ଟେକ୍, ଏମ୍.ଆର୍କ, ଏମ୍. ଫାର୍ମ, ଏମ୍.ପ୍ଲାନ୍ ଓ ଲାଟେରାଲ୍ ଏଣ୍ଟ୍ରି ଟୁ ଏମ୍‌ସିଏ ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଜୁନ୍ ୯ରେ ଦୁଇଟି ସିଟିଂରେ ଏମ୍‌ବିଏ ପରୀକ୍ଷା କରାଯିବ। ମୋଟ୍ ୧୭ ହଜାର […]

  • Saturday, 17 July 2021
student
ମାଟ୍ରିକ୍‌ ପରୀକ୍ଷାରେ ଫେଲ୍ ହେବା ଜାଣି ଛାତ୍ରଙ୍କ ଆତ୍ମହତ୍ୟା

ଜଳେଶ୍ୱର (ଅଜିତ ଦାସ): ମାଟ୍ରିକ୍‌ ପରୀକ୍ଷାରେ ଫେଲ୍‌ ହେବା ଜାଣି ଜଣେ ଛାତ୍ର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଆଜି ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ବସ୍ତା ବ୍ଲକ ପୁଣ୍ଡରୁଙ୍ଗି ଗାଁର ଶଙ୍କର୍ଷଣ ସେଠୀ ସଦର ବ୍ଲକ ମାଣ୍ଡୁରୁକୁଲା ଗାନ୍ଧିଜୀ ହାଇସ୍କୁଲରେ ପାଠ ପଢ଼ନ୍ତି। ଚଳିତବର୍ଷ ସେ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ଭଲ ନମ୍ୱର ରଖି ପାସ୍‌ କରିବେ ବୋଲି ଭାବିଥିଲେ। ମାତ୍ର ଆଜି ପ୍ରକାଶ ପାଇଥିବା ମାଟ୍ରିକ୍‌ ପରୀକ୍ଷାରେ ସେ ଫେଲ୍‌ ହୋଇଥିବା […]

  • Saturday, 17 July 2021
matric
ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

କଟକ : ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ସକାଳ ୯ଟାରେ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇବ। ଦିନ ୧୧ଟାରୁ ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ। ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। www.bseodisha.ac.in, www.bseodisha.nic.in  ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ। SMS ଜରିଆରେ ମଧ୍ୟ ମିଳିପାରିବ ରେଜଲ୍ଟ। ଚଳିତ ବର୍ଷ ୫ ଲକ୍ଷ ୮୭ ହଜାର ୭୮୦ ପିଲା ପରୀକ୍ଷା ଦେଇଛନ୍ତି।

  • Saturday, 17 July 2021
std
ଡିପ୍ଲୋମା ପରୀକ୍ଷା ସ୍ଥଗିତ, ମେ’ ୨୦ ହେବ

ଭୁବନେଶ୍ୱର  : ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦ(ଏସସିଟିଇଆଣ୍ଡଭିଟି) ପକ୍ଷରୁ ଆୟୋଜିତ ସମସ୍ତ ପ୍ରକାରର ଡିପ୍ଲୋମା ପରୀକ୍ଷାକୁ ରାଜ୍ୟ ସରକାର ସ୍ଥଗିତ ରଖିଛନ୍ତି। ‘ଫୋନି’ ବାତ୍ୟା ପାଇଁ ପରୀକ୍ଷା ସ୍ଥଗିତ ରଖାଯାଇଛି ଓ ମେ’ ୨୦ତାରିଖରୁ ଏସବୁ ପରୀକ୍ଷା ହେବ ବୋଲି ଆଜି ଏସସିଟିଇଆଣ୍ଡଭିଟି ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରୁ ଜଣାପଡ଼ିଛି। ସଂଶୋଧିତ ପରୀକ୍ଷା କାର୍ଯ୍ୟସୂଚୀ ଖୁବଶୀଘ୍ର ପ୍ରକାଶ ପାଇବ। ସୂଚନାଯୋଗ୍ୟ, ବିଭିନ୍ନ ସେମିଷ୍ଟାରର ଡିପ୍ଲୋମା ପରୀକ୍ଷା ଚଳିତ ମାସରେ ଅନୁଷ୍ଠିତ ହେବାର […]

  • Saturday, 17 July 2021
prakash
ଘୁଞ୍ଚିଲା JEE ଆଡଭାନ୍ସଡ ରେଜିଷ୍ଟ୍ରେସନ

ଭୁବନେଶ୍ୱର : ଘୁଞ୍ଚିଲା ଜେଇଇ ଆଡଭାନ୍ସଡ ପଞ୍ଜୀକରଣ। ଓଡ଼ିଶା ପିଲାଙ୍କ ପାଇଁ JEE ଆଡଭାନ୍ସ ରେଜିଷ୍ଟ୍ରେସନ ଅବଧି ୫ ଦିନ ଅର୍ଥାତ୍ ମେ ୧୪ ଯାଏଁ ବୃଦ୍ଧି କରାଯାଇଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଟ୍ୱିଟ କରି ଏହି ଘୋଷଣା କରିଛନ୍ତି। ପୂର୍ବରୁ ମେ ୩ରୁ ୯ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ଲାଗି ଦିନ ଧାର୍ଯ୍ୟ କରାଯାଇଥିଲା। ତେବେ ବାତ୍ୟା ‘ଫୋନି’ ଯୋଗୁଁ ରାଜ୍ୟରେ ଇଣ୍ଟରନେଟ ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥିବାରୁ ଜେଇଇ ଆଡଭାନ୍ସ ରେଜିଷ୍ଟ୍ରେସନ ଆଉ […]

  • Saturday, 17 July 2021
cbse
ପ୍ରକାଶ ପାଇଲା CBSE ଦ୍ୱାଦଶ ରେଜଲ୍ଟ

ଭୁବନେଶ୍ୱର : ପ୍ରକାଶ ପାଇଛି ସିବିଏସଇ ଦ୍ୱାଦଶ ରେଜଲ୍ଟ। ଚଳିତବର୍ଷ ପାସ୍‌ ହାର ୮୩.୪ ପ୍ରତିଶତ ରହିଛି। ସିବିଏସଇ ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟର ଫଳାଫଳ ୱେବ୍‌ସାଇଟରେ ଉପଲବଧ ହେଉଛି। ଛାତ୍ରଛାତ୍ରୀ ଓ ଅଭିଭାବକମାନେ cbse.nic.in ଓ cbseresults.nic.in ୱେବ୍‌ସାଇଟ୍‌ରୁ ଫଳାଫଳ ଦେଖିପାରିବେ।  ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି। ଛାତ୍ରୀଙ୍କ ପାସ୍‌ ହାର ୮୮.୭୦ ପ୍ରତିଶତ ଥିବା ବେଳେ ୭୯.୪ ପ୍ରତିଶତ ଛାତ୍ର ପାସ୍ କରିଛନ୍ତି। ଚଳିତବର୍ଷ ତ୍ରିଭେନ୍ଦ୍ରମ ରିଜିୟନର ୯୮.୨ […]

  • Saturday, 17 July 2021
ug
ୟୁଜି ଓ ପିଜିରେ ଲାଗୁ ହେବନି ଏକକ ସିଲାବସ୍

ଭୁବନେଶ୍ୱର : ୟୁଜି ଓ ପିଜିରେ ଲାଗୁ ହେବନି ଏକକ ସିଲାବସ୍। ଆସନ୍ତା ଶିକ୍ଷା ବର୍ଷରୁ କେବଳ ଯୁକ୍ତ ତିନିରେ ଲାଗୁ ହେବ ଆଦର୍ଶ ବା ମଡେଲ୍ ସିଲାବସ୍। ସେହିପରି ପିଜି କ୍ଷେତ୍ରରେ କମନ୍ ଏଣ୍ଟ୍ରାନ୍ସ ବି ହେବନି। ଉଚ୍ଚ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବସିଥିବା ବୈଠକରେ ସର୍ବସମ୍ମତି କ୍ରମେ ବଦଳିଛି ନିଷ୍ପତ୍ତି। ୪ମାସ ତଳେ ଯୁକ୍ତ ତିନି ଓ ପିଜି ଲାଗି ସବୁ ବିଶ୍ୱବିଦ୍ୟାଳୟରେ ଏକକ ସିଲାବସ୍ ପ୍ରଚଳନ ଲାଗି ନିଷ୍ପତ୍ତି ହୋଇଥିଲା। ମାତ୍ର ପିଜି […]

  • Friday, 16 July 2021
school
ଏପ୍ରିଲ ୨ରୁ ଉଭୟ ସରକାରୀ ଏବଂ ବେସରକାରୀ ସ୍କୁଲ ସକାଳୁଆ

ଭୁବନେଶ୍ୱର : ଏପ୍ରିଲ ୨ରୁ ସକାଳୁଆ ସ୍କୁଲ। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଏପ୍ରିଲ ୨ ତାରିଖରୁ ସକାଳୁଆ କରିବା ନେଇ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ। ବିଭାଗର ନିର୍ଦ୍ଦେଶ ଅନୁସାରେ, ଏପ୍ରିଲ ୨ରୁ ସବୁ ସ୍କୁଲ ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ୧୦ଟା ୩୦ ପର୍ଯ୍ୟନ୍ତ ଚାଲିବ। ସକାଳୁଆ ସ୍କୁଲ ହେଲେ ଛାତ୍ରଛାତ୍ରୀଙ୍କୁ ଦିନ ୧୦ଟାରେ ମଧ୍ୟାହ୍ନ ଭୋଜନ ଦିଆଯିବାକୁ ନିର୍ଦ୍ଦେଶ ରହିଛି। ସେହିଭଳି ଏପ୍ରିଲ ୨ରେ ବିଦ୍ୟାଳୟରେ […]

  • Friday, 16 July 2021
exam--1
ଆଜି ରାଜନୀତି ବିଜ୍ଞାନ ବିଷୟରେ ପରୀକ୍ଷା

ଭୁବନେଶ୍ୱର : ଯୁକ୍ତ ୨ରେ ଆଜି କଳା ବିଭାଗର ଛାତ୍ରଛାତ୍ରୀ ରାଜନୀତି ବିଜ୍ଞାନ ବିଷୟରେ ପରୀକ୍ଷା ଦେବେ। ଗତକାଲି ଦେବଗଡ଼ କଲେଜରେ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ବେଳେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରୀକ୍ଷାର୍ଥୀ କପି କରିବାକୁ ଜିଦ୍ ଧରିଥିଲେ। ତେଣୁ ଆଜିର ପରୀକ୍ଷାରେ କପି ରୋକିବାକୁ କି କି ପଦକ୍ଷେପ ଗ୍ରହଣ କରାଯାଉଛି, ତା ଉପରେ ସମସ୍ତଙ୍କ ନଜର ରହିଛି।

  • Friday, 16 July 2021
jee
ଦ୍ୱିତୀୟ ଜେଇଇ ମେନ୍‌କୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ

ଭୁବନେଶ୍ୱର :  ଦ୍ୱିତୀୟ ଜେଇଇ ମେନ୍ ଲାଗି ଆବେଦନ ଶେଷ ହୋଇଛି। ଆସନ୍ତା ଏପ୍ରିଲ୍‌ରେ ଅନୁଷ୍ଠିତ ହେବ ଜେଇଇ ମେନ୍। ତେବେ ଜାନୁଆରୀରେ ପ୍ରଥମ ଜେଇଇ ମେନ୍ ଦେଇଥିବା ୭୦ ପ୍ରତିଶତ ଛାତ୍ରଛାତ୍ରୀ ପୁଣିଥରେ ଆବେଦନ କରିଛନ୍ତି। ଅର୍ଥାତ ମାତ୍ର ୩୦ ପ୍ରତିଶତ ଦ୍ୱିତୀୟ ସୁଯୋଗ ଲାଗି ମନ ବଳାଇ ନାହାଁନ୍ତି । ନ୍ୟାସ୍‌ନାଲ୍ ଟେଷ୍ଟିଂ ଏଜେନ୍ସି( NTA) ଚଳିତ ବର୍ଷ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଆଡମିଶନ୍ ଲାଗି ବାର୍ଷିକ ଦୁଇଥର ଜେଇଇ ମେନ୍ କରିବାକୁ ନିଷ୍ପତ୍ତି ନେବା […]

  • Friday, 16 July 2021
+2---
ଆଜିଠୁ ଆରମ୍ଭ ହେଉଛି +୨ ପରୀକ୍ଷା

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ୨ ପରୀକ୍ଷା। ପ୍ରଥମ ଦିନରେ ମାତୃଭାଷା ବିଷୟରେ ପରୀକ୍ଷା ଦେବେ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀ। ରାଜ୍ୟରେ ୩ଲକ୍ଷ ୬୯ ହଜାର ୫୩୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।  ଏଥିପାଇଁ ୧ହଜାର ୯୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ସକାଳ ୯ଟା ୩୦ରେ ହବ୍‌ରୁ କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନପତ୍ର। ପୂରା ସିସିଟିଭି ନଜରରେ ରହିବ ପରୀକ୍ଷା କେନ୍ଦ୍ର। ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍, ସ୍ମାର୍ଟ ୱାଚ୍ ଏବଂ କାଲ୍‌କୁଲେଟର ଆଣିବାକୁ ବ୍ୟାନ୍ କରାଯାଇଛି। […]

  • Friday, 16 July 2021
+2 exam
ଆସନ୍ତାକାଲି ଠାରୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ। ଏଥିପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ପ୍ରସ୍ତୁତି। ଏବର୍ଷ ୩ ଲକ୍ଷ ୬୯ ହଜାର ୫୩୭ଜଣ ଛାତ୍ରଛାତ୍ରୀ ୧ହଜାର ୯୧ଟି ପରୀକ୍ଷା ସେଣ୍ଟରରେ ପରୀକ୍ଷା ଦେବେ। ଏଥିପାଇଁ ୨୦୨ଟି ଏଗ୍‌ଜାମିନେସନ ମ୍ୟାନେଜମେଣ୍ଟ ହବ୍ କରାଯାଇଛି। ମାଟ୍ରିକ୍‌ ପରୀକ୍ଷା ଭଳି ପ୍ରଶ୍ନପତ୍ର ଯେପରି ଭାଇରାଲ୍ ନହୁଏ, ସେଥିପାଇଁ ତ୍ରି-ସ୍ତରୀୟ ସ୍କ୍ୱାର୍ଡ ଓ ପର୍ଯ୍ୟାପ୍ତ ଅବଜର୍ଭର ନିଯୁକ୍ତ ହେବେ। ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍, ସ୍ମାର୍ଟ ୱାଚ୍ […]

  • Friday, 16 July 2021