• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

NEW +2 EXAM PATTERN
ଯୁକ୍ତ ଦୁଇରେ ଲାଗୁ ହେଲା ନୂଆ ପରୀକ୍ଷା ନୀତି

ପ୍ରଥମ ବର୍ଷର କୋର୍ସ ଦ୍ୱିତୀୟ ବର୍ଷରେ ଆସିବନାହିଁ। ସେହିପରି ଗତବର୍ଷ ଭଳି ଏବର୍ଷ ବି ୩୦ ପ୍ରତିଶତ କମ୍ ସିଲାବସ୍‌ରେ ଶିକ୍ଷାଦାନ ହେବ। ଏହି ନିଷ୍ପତ୍ତିକୁ ନେଇ ପିଲାଙ୍କ ଭିତରେ କିନ୍ତୁ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି।

Union Education Minister
ୟୁଜିସି ପାଠ୍ୟକ୍ରମରେ ସାମିଲ୍ ହେବ ସନ୍ଥକବି ଭୀମଭୋଇଙ୍କ ଜୀବନୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ୟୁଜିସି ପାଠ୍ୟକ୍ରମରେ ସାମିଲ୍ ହେବ ସନ୍ଥକବି ଭୀମଭୋଇଙ୍କ ଜୀବନୀ। ସମ୍ବଲପୁର ରେଢ଼ାଖୋଲ ଗସ୍ତ ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ ସମୀର ଦାଶ
ଝାଡ଼ଖଣ୍ଡ ପ୍ରାଥମିକ ଶିକ୍ଷକଙ୍କ ତାଲିମ ପାଠ୍ୟକ୍ରମରେ ଓଡ଼ିଆ ରହୁ: ମନ୍ତ୍ରୀ

ଓଡ଼ିଆ ଭାଷାର ସୁରକ୍ଷା ପାଇଁ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆଙ୍କ ଆନ୍ଦୋଳନ ଝାଡ଼ଖଣ୍ଡ ସରକାର ଓଡ଼ିଆ ଭାଷାର ବିକାଶ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗରେ ଶଢେଇକଳାରେ ଆଜି ଶତାଧିକ ଓଡ଼ିଆ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ।

Odisha Plus 2 Offline Exam
ଆଜିଠୁ ଯୁକ୍ତ ଦୁଇ ସ୍ୱତନ୍ତ୍ର ପରୀକ୍ଷା

ଯୁକ୍ତ ଦୁଇ ଅସନ୍ତୁଷ୍ଟଙ୍କ ଲାଗି ଆଜିଠୁ ଆରମ୍ଭ ହେଉଛି ସ୍ପେଶାଲ ଏକଜାମ। ଏମ୍ଆଇଏଲ୍ ଏବଂ ଓଡିଆ ସହ ଇଲେକ୍ଟିଭ ପେପରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଏଥିପାଇଁ କୋଭିଡ୍ ପ୍ରୋଟୋକଲ୍ ଅନୁପାଳନ ଉପରେ ଗୁରୁତ୍ୱ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

ojee
ବହାରିଲା OJEE ରେଜଲ୍ଟ; MCAରେ ନିଶିକାନ୍ତ ପରିଡ଼ା, MBAରେ ଆଶୁତୋଷ ରଥ ଟପ୍ପର

ଓଜେଇଇ ବିଟେକ୍ ସ୍ପେସାଲରେ ପୀୟଷ ଚନ୍ଦୁକା ଟପ୍ପର ହୋଇଛନ୍ତି । ସେହିପରି MCA ରେ ଟପ୍ପର ହୋଇଛନ୍ତି ନିଶିକାନ୍ତ ପରିଡ଼ା । MBAରେ ଟପ୍ପର ହୋଇଛନ୍ତି ଆଶୁତୋଷ ରଥ ।

sarmistha
ବାପା-ମାଆ ଛେଉଣ୍ଡ ଶର୍ମିଷ୍ଠା ହେଲେ ଟପର୍, ଆଇଏଏସ ଅଫିସର ହେବାକୁ ଲକ୍ଷ୍ୟ

ଏ ଝିଅର ନିଷ୍ଠାକୁ ମାନିବାକୁ ପଡିବ । ବାପାମାଆ ଦୁଇ ଜଣଯାକ ଜଣକ ପରେ ଜଣେ ଚାଲିଗଲେ । ଘରେ ଆଉ କେହି ନଥିଲେ । ପ୍ରଶାସନ ଝିଅଟିକୁ ଆଣି ଗୋଟିଏ ଶିକ୍ଷାଶ୍ରମରେ ରଖି ପାଠ ପଢାଇଲା । ଏ ବର୍ଷ ଦଶମ ପାସ୍ କଲା । ହେଲେ ତା ପରେ ସମସ୍ତଙ୍କୁ ଚମକାଇଦେଲା, ଭବିଷ୍ୟତରେ ଜଣେ ଆଇଏଏସ ଅଫିସର ହେବାର ଲକ୍ଷ୍ୟ ରଖିଛି ଶର୍ମିଷ୍ଠା।

Adarsha Vidyalaya
ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭିବିଷ୍ୟତ : ଶିଳାନ୍ୟାସ ପରେ ବି ତିଆରି ହୋଇପାରୁନି ଆଦର୍ଶ ବିଦ୍ୟାଳୟ

ଆଦର୍ଶ ବିଦ୍ୟାଳୟ ପାଇଁ ଶିଳାନ୍ୟାସ କରି ଭୁଲିଯାଇଛନ୍ତି ସରକାର । ଏପଟେ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ପାଇଁ ଆଜି ଆଦର୍ଶ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନି ।

ୟାଶ ଜାଲୁକା
ପ୍ରଥମ ଚାନ୍ସରେ ସିଭିଲ ସର୍ଭିସ କ୍ଲିୟର: ଦେଶରେ ଟପ୍‌-୪ରେ ରହିଲେ ବଡ଼ବିଲର ୟାଶ୍

ୟାଶ ବଡ଼ବିଲ ସେଣ୍ଟ ମେରୀ ସ୍କୁଲରେ ପାଠ ପଢୁଥିଲେ। ୨୦୧୨ରେ ସେଠାରୁ ୨ୟ ଟପର ହୋଇ କୃତକାର୍ଯ୍ୟ ହୋଇଥିଲେ। ତାଙ୍କର ଯୁକ୍ତ ୨ ପାଠପଢା ପରେ ସେ ଦିଲ୍ଲୀର କିରୋଡିମଲ୍ଲ କଲେଜରୁ ଗ୍ରାଜୁଏସନ କରି ଦିଲ୍ଲୀ ସ୍କୁଲ ଅପ ଇକୋନୋମିକରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ସିଭିଲ ସର୍ଭିସ ପରୀକ୍ଷାରେ ସେ ଅର୍ଥଶାସ୍ତ୍ରକୁ ତାଙ୍କର ଅଫସନାଲ ରଖିଥିଲେ।

Utkal University 2nd Campus
ବେଆଇନ୍‌ ଫି’ ଆଦାୟ ବିରୋଧରେ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍‌ରେ ଛାତ୍ରଛତ୍ରୀଙ୍କ ବିକ୍ଷୋଭ

ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍‌ରେ ଛାତ୍ରଛତ୍ରୀଙ୍କ ବିକ୍ଷୋଭ । କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ନାରା ଦେବା ସହ କଲେ ଆନ୍ଦୋଳନ । ଯାଜପୁର ଚଣ୍ଡିଖୋଲସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ୍‌ରେ ପଢ଼ାଯାଉଥିବା ନର୍ସିଂ ଶିକ୍ଷାରେ ଅବ୍ୟବସ୍ଥା ନେଇ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।

Students orphaned by Covid need not pay exam fees
ଅନାଥଙ୍କୁ ପରୀକ୍ଷା ଫି ଛାଡ : ସିବିଏସଇ ପକ୍ଷରୁ ବିଜ୍ଞପ୍ତି ଜାରି

କୋଭିଡରେ ଅଭିଭାବକଙ୍କୁ ହରାଇଥିବା ପିଲାଙ୍କ ପାଇଁ ଆଶ୍ୱାସନା । ମହାମାରୀ କରୋନାରେ ଯେଉଁ ଛାତ୍ରଛାତ୍ରୀମାନେଅଭିଭାବକଙ୍କୁ ହରାଇଛନ୍ତି, ସେମାନଙ୍କର ଦେୟ ଛାଡ କରାଯିବ । ଏନେଇ ସିବିଏସଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କୋଭିଡରେ ଅଭିଭାବକଙ୍କୁ ହରାଇଥିବା ଛାତ୍ରଛାତ୍ରୀମାନେ ୨୦୨୧-୨୨ ଶିକ୍ଷା ବର୍ଷରେ ପରୀକ୍ଷା ଫି କିମ୍ବା ପଂଜୀକରଣ ଫି ଦେବେ ନାହିଁ

mayadhar sir
୮୩ ବର୍ଷ ବୟସରେ ପଡିନି ବୟସର ଛାପ : ଦୀର୍ଘ ୨୩ ବର୍ଷ ହେଲା ପିଲାଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି ମାୟାଧର ସାର୍

ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଗଁପୁର ପଞ୍ଚାୟତର ଅଙ୍ଗାରୁଆ ଗାଁ । ଗାଁ କଜଳେଇ ମନ୍ଦିରର ଶାନ୍ତ ଓ ଶୁଦ୍ଧ ବାତାବରଣରେ ପାଠ ପଢୁଛନ୍ତି ପିଲାଏ । ପ୍ରଥମ ଶ୍ରେଣୀରୁ କଲେଜ୍ ପିଲାମାନଙ୍କୁ ଏଠାରେ ପାଠ ପଢାଉଛନ୍ତି ମାୟାଧର ସାର୍ । ଏଥିପାଇଁ ପିଲାଙ୍କଠାରୁ କୌଣସି ପାରିଶ୍ରମିକ ନିଅନ୍ତି ନାହିଁ ମାୟାଧର ସାର୍ ।

Engineering
ଆସନ୍ତା ଶିକ୍ଷା ବର୍ଷରୁ ଓଡ଼ିଆରେ ଇଞ୍ଜିନିୟରିଂ

ଆସନ୍ତା ଶିକ୍ଷା ବର୍ଷରୁ ଓଡ଼ିଆରେ ପଢାଯିବ ଇଞ୍ଜିନିୟରିଂ ଶିକ୍ଷା । ଏନେଇ AICTE ପକ୍ଷରୁ ମିଳିଛି ଗ୍ରୀନ୍ ସିଗନାଲ୍ । ନିକଟରେ ଅଲ୍ ଇଣ୍ଡିଆ କାଉନ୍‌ସିଲ୍ ଫର୍ ଟେକ୍ନିକାଲ ଏଜୁକେସନ, AICTE ଏବଂ ରାଜ୍ୟ ଭିତରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

College class
୨୦ରୁ ୟୁଜି କ୍ଲାସରୁମ୍ ପାଠପଢ଼ା

କରୋନା ପ୍ରକୋପ ଧୀରେଧୀରେ ନିୟନ୍ତ୍ରଣକୁ ଆସୁଥିବାରୁ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନ ଖୋଲିବା ଦିଗରେ ପଦକ୍ଷେପ ନିଆଯାଉଛି। ଗତ ଜୁଲାଇ  ମାସରେ ଦଶମ, ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୯ ତାରିଖରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିଛି। 

 Ravenshaw Student Provides Free Tuition
ସାବାସ୍ ରାଜେଶ୍ ! ଷ୍ଟାଇପେଣ୍ଡ ଟଙ୍କାରେ ନିଜ ଅଞ୍ଚଳର ପିଲାଙ୍କୁ ପାଠ ପଢାଉଛନ୍ତି M.Phil ଛାତ୍ର

କୋଭିଡ଼ କଟକଣା ପାଇଁ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିଥିବା ବେଳେ କେବଳ ୯ ଏବଂ ୧୦ମ ଶ୍ରେଣୀର ପିଲାମାନେ ସ୍କୁଲ ଯାଉଛନ୍ତି । ଏଭଳି ସ୍ଥିତିରେ ପଛୁଆ ଗାଁରେ ଶିକ୍ଷାର ଦୂତ ହୋଇ ଗାଁ ପିଲାଙ୍କ ନିକଟରେ ଛିଡ଼ା ହୋଇଛନ୍ତି ରାଜେଶ । ନିଜ ଘର ବାରଣ୍ଡାରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ବସାଇ ପାଠ ପଢାଉଛନ୍ତି ।

Sainik School
ସୈନିକ ସ୍କୁଲରେ ପଢିବେ ଛାତ୍ରୀ: ପ୍ରଥମ ପର୍ଯ୍ୟାୟରେ ୧୦ ଛାତ୍ରୀ ଲେଖାଇଲେ ନାମ

ଭୁବନେଶ୍ୱର ସୈନିକ ସ୍କୁଲରେ ପ୍ରାଥମିକ ପର୍ଯ୍ୟାୟରେ ୧୦ ଜଣ ଛାତ୍ରୀଙ୍କୁ ନାମ ଲେଖାର ସୁଯୋଗ ମିଳିଥିବାବେଳେ ଆଗମୀ ଦିନରେ ଏହି ସଂଖ୍ୟା ବଢ଼ିପାରେ । ସ୍କୁଲ ପାଇଁ ୧୦୦ ବେଡ଼ ବିଶିଷ୍ଟ ଛାତ୍ରୀ ନିବାସ ପାଇଁ ଅନୁମୋଦନ ମିଳିସାରିଛି । ଆଜି ଏହି ସୂଚନା ଦେଇଛନ୍ତି ମଧ୍ୟ ଭାରତ GOC ବା ଜେନେରାଲ ଅଫିସର କମାଣ୍ଡିଙ୍ଗ, ଲେଫଟାଣ୍ଟ ଜେନେରାଲ ଏସ. ମୋହନ।

Supreme Court
କେରଳରେ ଏକାଦଶ ପରୀକ୍ଷା ଅଫଲାଇନ୍‌ରେ କରିବା ପାଇଁ ସୁପ୍ରିମକୋର୍ଟ ଦେଲେ ଅନୁମତି

ରୋନା ମହାମାରୀ ସହ ଲଢୁଛି ସାରା ଦେଶ। ବିଶେଷକରି କେରଳର ସ୍ଥିତି ବେଶି ଖରାପ। ଏବେ ଦେଶରେ ସର୍ବାଧିକ କରୋନା ମାମଲା କେରଳରୁ ହିଁ ଆସୁଥିବା ଲକ୍ଷ୍ୟ କରାଯାଉଛି। ଇତି ମଧ୍ୟରେ କେରଳରେ ଏକାଦଶ ଶ୍ରେଣୀ ପରୀକ୍ଷା ଅଫ୍‌ଲାଇନ୍‌ରେ କରିବାକୁ ସୁପ୍ରିମ୍‌ କୋର୍ଟ ଅନୁମତି ଦେଇଛନ୍ତି।

zee main result
ପ୍ରକାଶ ପାଇଲା ଜେଇଇ ମେନ ରେଜଲ୍ଟ; ପ୍ରଥମ ରାଙ୍କରେ ମିଳିତ ଭାବେ ୧୮ ପରୀକ୍ଷାର୍ଥୀ

ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରକାଶ ପାଇଛି  JEE (ମେନ୍)-୨୦୨୧ ଫଳାଫଳ। ୪୪ ପରୀକ୍ଷାର୍ଥୀ  ୧୦୦% ମାର୍କ ହାସଲ କରିଛନ୍ତି। ପ୍ରଥମ ରାଙ୍କରେ ମିଳିତ ଭାବେ ସ୍ଥାନ ପାଇଛନ୍ତି ୧୮ ପରୀକ୍ଷାର୍ଥୀ।

Plus Two admissions
ଆଜିଠାରୁ ଯୁକ୍ତ ୨ ନାମଲେଖା ଆରମ୍ଭ

ଆଜିଠାରୁ ରାଜ୍ୟରେ ଯୁକ୍ତ ୨ ପାଇଁ ନାମଲେଖା ଆରମ୍ଭ ହେଉଛି । ଆଡମିଶନ ସମୟରେ କୋଭିଡ୍ ଗାଇଡଲାଇନ୍ ପାଳନ ଲାଗି କଲେଜ୍ ଗୁଡିକୁ ନିର୍ଦ୍ଦେଶ ରହିଛି । ସେହିପରି ଯେଉଁମାନେ ଚାହିଁବେ ଅନଲାଇନ୍ ଜରିଆରେ ମଧ୍ୟ ଆଡମିଶନ କରିପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

plus 2 admission
ଆଜିଠୁ ଆରମ୍ଭ ହେଲା ଯୁକ୍ତ ତିନି ଆଡମିଶନ୍: ସେପଟେ ଆଜି ପ୍ରକାଶ ପାଇଲା ଯୁକ୍ତ ଦୁଇର ପ୍ରଥମ କଟ୍ ଅଫ୍ ମାର୍କ

କୋଭିଡ୍ ଓ ଲଘୁଚାପ ଜନିତ ବର୍ଷା ଭିତରେ ଯୁକ୍ତ ତିନି ଆଡମିଶନ୍ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ କ୍ୟାମ୍ପସକୁ ଯାଇ ମନ ପସନ୍ଦର କଲେଜରେ ନେଲେ ଆଡମିଶନ। ଆବଶ୍ୟକ ଡକୁମେଣ୍ଟ ଦାଖଲ କରି ନାମ ଲେଖାଉଛନ୍ତି ଛାତ୍ରଛାତ୍ରୀ

Plus two Students
ପ୍ରକାଶ ପାଇଲା +୨ ପ୍ରଥମ କଟ୍ ଅଫ୍ ମାର୍କ

ଏବର୍ଷ ପରୀକ୍ଷା ନଦେଇ ପିଲାମାନଙ୍କ ରେଜଲ୍‌ଟ ପ୍ରକାଶ ପାଇଥିଲା। ଜୁଲାଇ ୩୧ ତାରିଖରେ ପ୍ରକାଶ ପାଇଥିଲା ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାଫଳ। ଚଳିତବର୍ଷ ବିଜ୍ଞାନରେ ବିଜ୍ଞାନରେ ୮୯ ହଜାର ୯୫୧ ପିଲା ପାସ୍ କରିଥିଲେ। ସେଥିରୁ  ୫୫୪୬୮ ପିଲା ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୧୬୯୪୩ ଓ ତୃତୀୟ ଶ୍ରେଣୀରେ ୧୪୬୩୧ ଉତ୍ତୀର୍ଣ୍ଣ ହୋଇଥିଲେ। 

Poor Internet Connectivity Shadows Online Classes In Odisha
ନେଟ୍‌ୱର୍କ ନଥିବାରୁ ପିଲାଙ୍କ ପଢାରେ ବନ୍ଧା ହେଲାଣି ଡୋରୀ

ରାଜ୍ୟ କଥା ଛାଡ଼ନ୍ତୁ, ଦେଶରେ ବି କରୋନା କାଳରେ ପାଠପଢ଼ା ନେଇ ଉଦବେଗଜନକ ତଥ୍ୟ ଦେଇଛି ଲକ୍‌ଡ୍‌ ଆଉଟ୍। ଏମର୍ଜେନ୍ସି ରିପୋର୍ଟ ଅନ୍ ସ୍କୁଲ ଏଜୁକେସନ୍ ସର୍ଭେ ରିପୋର୍ଟ ସଂଗୃହୀତ ତଥ୍ୟ କହୁଛି, ଗ୍ରାମାଞ୍ଚଳର ୩୭ ପ୍ରତିଶତ ଓ ସହରାଞ୍ଚଳର ୧୯ ପ୍ରତିଶତ ଛାତ୍ରଛାତ୍ରୀ ପାଠ ପଢ଼ା ଛାଡ଼ିଦେଲେଣି।ସାରା ଦେଶରେ ମାତ୍ର ୮ ପ୍ରତିଶତ ଛାତ୍ରଛାତ୍ରୀ ନିୟମିତ ଅନଲାଇନ୍‌ରେ ପଢ଼ୁଛନ୍ତି। 

NIT Roulkela
ଦେଶର ୧୦୦ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭିତରେ ଓଡ଼ିଶାରୁ ୪

ଆଇଆଇଟି ଭୁବନେଶ୍ୱର ୨୮, ସୋଆ ୩୨, କିଟ୍ ୩୯ ଓ ସିଭି ରମଣ ଗ୍ଲୋବାଲ ୟୁନିଭରସିଟି ୧୦୦ତମ ସ୍ଥାନରେ ରହିଛି। ମ୍ୟାନେଜମେଣ୍ଟରେ ଓଡ଼ିଶାରୁ କିଟ୍ ୩୧ତମ ସ୍ଥାନରେ ରହିଛି। ସେହିଭଳି ଜାଭିୟର ୟୁନିଭରସିଟି ଶ୍ରେଷ୍ଠ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନର ୩୪ତମ ସ୍ଥାନରେ ରହିଛି।

arun sahoo
ନାହାନ୍ତି ଗୁରୁ, ପିଲାଙ୍କୁ ପଢେଇବ କିଏ?

ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଶିକ୍ଷକ ପଦବୀ। ଆଜି ବିଧାନସଭାରେ ବିଧାୟକ ଅମର ପ୍ରସାଦ ଶତପଥୀ ପଚାରିଥିବା ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ

10th exam
ଚଳିତ ବର୍ଷରୁ ନୂଆ ଢାଞ୍ଚାରେ ମାଟ୍ରିକ ପରୀକ୍ଷା, ଆସିଲା ଗାଇଡଲାଇନ

ଣିକି ନୂଆ ଢାଞ୍ଚାରେ ହେବ ମାଟ୍ରିକ ପରୀକ୍ଷା।  ଆଉ ଏଥିପାଇଁ ଆରମ୍ଭ ହୋଇଛି ମାନସ ମନ୍ଥନ।   ନୂଆ ଢାଞ୍ଚାରେ ପରୀକ୍ଷା ପାଇଁ ବୋର୍ଡ଼ ପକ୍ଷରୁ ପୂର୍ବରୁ ନିଷ୍ପତ୍ତି ନିଆଯାଇ ଥିବାବେଳେ ମଙ୍ଗଳବାରଠାରୁ ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି।

Sameer Das
ରାଜ୍ୟର ୨ଟି ବିଦ୍ୟାଳୟରୁ ୩୪ ପିଲା ସଂକ୍ରମିତ ଚିହ୍ନଟ : ସପ୍ତାହେ ପାଇଁ କାନପୁରା ପଞ୍ଚାୟତିରାଜ ହାଇସ୍କୁଲ ବନ୍ଦ

କିଛି କିଛି ସ୍ଥାନରେ ସ୍କୁଲ ପିଲା କରୋନା ସଂକ୍ରମିତ ହୋଇଥିବା ଖବର ଆସିଛି । ସ୍କୁଲ ଖୋଲାବା ମାତ୍ରେ ପଶିଛି କରୋନା । ଢେଙ୍କାନାଳ ଓ ବରଗଡ଼ର ୨ଟି ସ୍କୁଲରେ ୩୪ ପିଲା ସଂକ୍ରମିତ ଚିହ୍ନଟ ହେବାପରେ କରୋନା କଟକଣା ପାଇଁ ଆହୁରି କଠୋର ହୋଇଛନ୍ତି ସରକାର। ଏ ସମ୍ପର୍କରେ ସୂଚନା ପାଇଥିବା କଥା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ