Advertisment

କରୋନା ପାଇଁ ସ୍କୁଲ ବନ୍ଦ : କେମିତି ମାଟ୍ରିକ୍‌ ପରୀକ୍ଷା ଦେବେ ପିଲା?

କରୋନାର ତୃତୀୟ ଲହର କାୟା ମେଲାଇବା ପରେ ପୁଣି ଟେନସନରେ ମାଟ୍ରିକ୍ ଛାତ୍ରଛାତ୍ରୀ। ଆଜିଠୁ ଶ୍ରେଣୀଗୃହ ପାଠପଢ଼ା ବନ୍ଦ ପରେ ଆଗକୁ କେମିତି ହେବ ବୋର୍ଡ ପରୀକ୍ଷା ପ୍ରସ୍ତୁତି, ତାକୁ ନେଇ ପିଲା ଓ ଅଭିଭାଭାକଙ୍କ ବଢିଛି ଚିନ୍ତା

author-image
Sarbeswar
ଅଦ୍ୟତନ ହୋଇଛି
Matric Exam

Matric Exam

କରୋନା ଥାର୍ଡ ୱେଭ୍‌ରେ ଟେନସନରେ ମାଟ୍ରିକ୍ ପିଲା। ଆଜିଠୁ କ୍ଲାସରୁମ୍ ପଢ଼ା ବନ୍ଦ ହେବା ପରେ ଆଗକୁ କେମିତି ବୋର୍ଡ ପରୀକ୍ଷା ପାଇଁ ହେବେ ପ୍ରସ୍ତୁତ, ସେ ନେଇ ବଢିଛି ଚିନ୍ତା। ଯଦିଓ ମହାମାରୀ ଡର ଭିତରେ ଆଜି ସମେଟିଭ ଓ୍ୱାନ୍ ଏକଜାମ୍ ସରିଛି। ହେଲେ ମାର୍ଚ୍ଚରେ ପାର୍ଟ ଟୁ ପରୀକ୍ଷା ଯୋଜନା ରଖିଛି ବୋର୍ଡ। ଏଥିସହ ମୂଲ୍ୟାୟନରେ କୌଣସି ଅସୁବିଧା ହେବନି କହି ପିଲା ଓ ଅଭିଭାବକଙ୍କୁ ଆଶ୍ୱାସନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ।

Advertisment

କରୋନାର ତୃତୀୟ ଲହର କାୟା ମେଲାଇବା ପରେ ପୁଣି ଟେନସନରେ ମାଟ୍ରିକ୍ ଛାତ୍ରଛାତ୍ରୀ। ଆଜିଠୁ ଶ୍ରେଣୀଗୃହ ପାଠପଢ଼ା ବନ୍ଦ ପରେ ଆଗକୁ କେମିତି ହେବ ବୋର୍ଡ ପରୀକ୍ଷା ପ୍ରସ୍ତୁତି, ତାକୁ ନେଇ ପିଲା ଓ ଅଭିଭାଭାକଙ୍କ ବଢିଛି ଚିନ୍ତା। ରାଜ୍ୟରେ ଓମିକ୍ରନର ଦ୍ରୁତ ସଂକ୍ରମଣ ପରେ ସରକାରୀ ନିଷ୍ପତ୍ତି ଅନୁସାରେ ସବୁ ସ୍କୁଲରେ ଝୁଲିଛି ତାଲା। ଏପଟେ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଦଶମ ପିଲାଙ୍କ ପାଠପଢ଼ା ସ୍ୱାଭାବିକ ହୋଇ ଆସୁଥିବା ବେଳେ ପୁଣି ହଠାତ ସ୍କୁଲ ବନ୍ଦ୍ ନିଷ୍ପତ୍ତି ପରେ ପିଲାଙ୍କୁ ଲାଗିଛି ଝଟକା। କାରଣ ଏବେ ସ୍ଥିତି ଯାହା ଆଉ ପରୀକ୍ଷା ପୂର୍ବରୁ ଶ୍ରେଣୀଗୃହ ପାଠପଢ଼ା ପାଇଁ ପିଲାଙ୍କ ସୁଯୋଗ ମିଳିବା ସମ୍ଭାବନା କମ୍।

ଏପରି ସ୍ଥିତିରେ ସରକାର ଅନଲାଇନ୍ କ୍ଲାସ୍ ସହ ଛୋଟ ଛୋଟ ଗ୍ରୁପରେ ପିଲାଙ୍କ ପାଇଁ ଡାଉଟ୍ କ୍ଲିଅରିଂ କ୍ଲାସ ଲାଗି ଅନୁମତି ଦେଇଥିବାରୁ ତାକୁ ଅନୁସରଣ କରିଛନ୍ତି କିଛି ଘରୋଇ ସ୍କୁଲ। କିନ୍ତୁ ସବୁଠୁ ବଡ଼ ଚିନ୍ତା ଉପାନ୍ତ ଅଞ୍ଚଳର ପିଲାଙ୍କ ପାଇଁ କାରଣ ପରୀକ୍ଷା ପାଇଁ ପ୍ରସ୍ତୁତିକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ନେଟଓ୍ୱର୍କ ଓ ଅନ୍ୟ ସାଧନର ଅଭାବ ଥିବା ପିଲା ପଢ଼ିବେ କେମିତି?

Advertisment

ଏପଟେ ଆଜି ଶେଷ ହୋଇଛି ଦଶମ ଶ୍ରେଣୀର ସମେଟିଭ ୧ ଥିଓରୀ ପରୀକ୍ଷା। ମହାମାରୀ ସମୟରେ ବୋର୍ଡ ପରୀକ୍ଷାର ଅନିଶ୍ଚିତତାକୁ ଦେଖି ଆଗୁଆ ବିକଳ୍ପ ବ୍ୟବସ୍ଥା କରିଥିବା ମାଧ୍ୟମିକ ଶିକ୍ଷା ବୋର୍ଡ ଆସନ୍ତା ମାର୍ଚ୍ଚରେ ସମ୍ମେଟିଭ୍ ଟୁ ପରୀକ୍ଷା କରିବାକୁ ଯୋଜନା କରିଛି। ସେପଟେ ସମ୍ମେଟିଭ ଟୁ ପରୀକ୍ଷା ସପକ୍ଷରେ ଯୁକ୍ତି ରଖିଛିନ୍ତି କିଛି ଅଭିଭାବକ। ନଚେତ ଗତ ବର୍ଷ ଭଳି ସଠିକ ମୂଲ୍ୟାୟନ ହୋଇନପାରିବା ଭଳି ସ୍ଥିତି ଉପୁଯିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ଆଉ ପିଲାଙ୍କୁ ବି ଏ ମାମଲାରେ ଦୃଢ଼ ଆଶ୍ୱାସନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ। ଗତବର୍ଷ କରୋନା ପାଇଁ ମାଟ୍ରିକ୍ ପରୀକ୍ଷା ବାତିଲ ହୋଇ ବିକଳ୍ପ ମୂଲ୍ୟାୟନ ଆଧାରରେ ପିଲାଙ୍କୁ ମାର୍କ ମିଳିଥିଲା। ଯାହାକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷ ଦେଖାଦେଇଥିଲା।

Coronavirus Matric Exam
Advertisment
Advertisment