Advertisment

ଦିନେ ରାୱତଙ୍କୁ ଭେଟିଥିଲେ ଓଡ଼ିଆ ପୁଅ, ଏବର୍ଷ ହେଲେ NDA ଟପ୍ପର

ଓମକାର ଆଶୁତୋଷ ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ଟପ୍ପର ହୋଇ ଏହି ଗୌରବ ଆଣିଛନ୍ତି। ଆଶୁତୋଷଙ୍କ ଘର ପୁରୀରେ।

author-image
Chandan Shishu
Omkara Ashutosh

Omkara Ashutosh

ପୁରୀ: ଓଡ଼ିଆ ପୁଅ ଓମକାର ଆଶୁତୋଷ NDA ପରୀକ୍ଷାରେ ଟପ୍ପର ହେବା ଆମ ସମସ୍ତଙ୍କ ପାଇଁ ଗର୍ବର କଥା ବୋଲି କହିଛନ୍ତି ତାଙ୍କ ବାପା କର୍ଣ୍ଣେଲ ଅରୁଣ ରାୟ।  ସେ କହିଛନ୍ତି, ପୁଅ ଡିଫେନ୍ସରେ ଯିବ ବୋଲି ଆମେ ଜାଣିଥିଲୁ କିନ୍ତୁ ଏନଡିଏରେ ଟପ୍ପର ହେବା ବହୁତ ବଡ଼ କଥା ଏବଂ ଏହି ସଫଳତା ପାଇଁ ଆମେ ସମସ୍ତେ ଗର୍ବିତ।ସେପଟେ ନିଜେ ଓମକାର କହିଛନ୍ତି, ତାଙ୍କ ବାପା ଜଣେ ଆର୍ମି ଅଫିସର, ତାଙ୍କ ଜୀବନଶୈଳୀ ଓ ବିଶେଷ କରି RIMC ସ୍କୁଲ ସେନାରେ ଯୋଗ ଦେବାକୁ ତାଙ୍କୁ ପ୍ରେରଣା ଦେଇଥିଲା।

Advertisment

ସେ ଆହୁରି କହିଛନ୍ତି ଯେ ସ୍କୁଲକୁ ଯିବା ପରେ ସେ ବଡ଼ ବଡ଼ ସେନା ଅଧିକାରୀ, ଏପରିକି ଜେନେରାଲ ବିପିନ ରାଓ୍ୱତଙ୍କୁ ଭେଟିଥିଲେ। ଅନ୍ୟ ସେନା ଅଧିକାରୀଙ୍କୁ ମଧ୍ୟ ଭେଟିବା ପରେ ଅଫିସର ହେବାକୁ ସେ ପ୍ରେରିତ ହୋଇଥିଲେ। କେବଳ ପରିଶ୍ରମ ନୁହେଁ, ଏକ ସ୍ୱତନ୍ତ୍ର ଷ୍ଟ୍ରାଟେଜି ସହ  ଓମକାର ଆଶୁତୋଷ ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ଟପ୍ପର ହୋଇ ଏହି ଗୌରବ ଆଣିଛନ୍ତି। ଆଶୁତୋଷଙ୍କ ଘର ପୁରୀରେ। ସେ NDA ଓ ନାଭାଲ ଏକାଡେମୀ ପରୀକ୍ଷାରେ ଟପ୍ପର ହୋଇଛନ୍ତି।

Advertisment

ଆଶୁତୋଷଙ୍କ ଏହି ସଫଳତା ପରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇବା ସହ ତାଙ୍କର ଆଗାମୀ ଉଜ୍ଜଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି ବୈଜୟନ୍ତ। ଏହାସହ ଆଶୁତୋଷଙ୍କ ପାଇଁ ଦେଶ ଆଜି ଗର୍ବିତ ବୋଲି ବୈଜୟନ୍ତ ଉଲ୍ଲେଖ କରିଛନ୍ତି।

Odia Boy CDS Bipin Rawat NDA Topper
Advertisment
Advertisment