ଅପ୍ଟିପ୍ଲସର ଉପଲବ୍ଧି ପଛରେ ଲୁଚି ରହିଛି ବର୍ଷ ବର୍ଷର ପ୍ରୟାସ ଏବଂ ପରିଶ୍ରମ ଯାହା ଅପ୍ଟିପ୍ଲସର ଛାତ୍ର ଛାତ୍ରୀମାନଙ୍କୁ ଆଗକୁ ନେବା ନିମନ୍ତେ କରାଯାଉଛି । ଓଡ଼ିଶାର ଛାତ୍ର ଛାତ୍ରୀମାନଙ୍କୁ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଅଧିକରୁ ଅଧିକ ସଂଖ୍ୟାରେ ଭାଗ ନେବାର ଦେଖିବା ତଥା ଉକ୍ତ ପରୀକ୍ଷାରେ ଉତ୍ତୀଣ୍ଣ ହୋଇ ପ୍ରଶାସନିକ ସେବାରେ ଭାଗ ନେବାର ଦେଖିବା ହେଉଛି ଅପ୍ଟିପ୍ଲସ୍ ଏକାଡେମୀର ମୂଳ ଲକ୍ଷ୍ୟ । ଯାହା ଅପ୍ଟିପ୍ଲସ୍ ପ୍ରତିବର୍ଷ ପ୍ରଦର୍ଶନ କରୁଥିବା ଫଳାଫଳରୁ ସ୍ପଷ୍ଟ ଭାବରେ ବାରି ହୋଇଯାଉଛି ।
Also Read
ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ୨୦୨୦ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସର୍ବ ମୋଟ ୫୩ ଜଣ ଛାତ୍ରଛାତ୍ରୀ ଅପ୍ଟି ପ୍ଲସ୍ ଏକାଡେମୀରୁ ୨୦୨୦-ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତିଣ୍ଣ ହୋଇଥିଲେ । ସେଥି ମଧ୍ୟରୁ ରାଙ୍କ-08ରେ ଜିବାନୀ ନାଗଜୀଭାଈ,ରାଙ୍କ-46ରେ ଓଡିଶା ଷ୍ଟେଟ୍ ଟପର୍ ଜୁବିନ୍ ମହାପାତ୍ର ଏବଂ ରାଙ୍କ-56 ରେ ୱେଷ୍ଟ ବେଙ୍ଗଲ ଷ୍ଟେଟ୍ ଟପର୍ ଜୟନ୍ତ ନାହାତା ସ୍ଥାନ ପାଇଛନ୍ତି ।
ସେହିଭଳି ଓଡିଶା ପ୍ରଶାସନିକ ସେବା ୨୦୧୯ରେ ଉତ୍ତୀଣ୍ଣ ହୋଈଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସର୍ବ ମୋଟ ୧୧୯ଜଣ ଛାତ୍ରଛାତ୍ରୀ ଉତ୍ତୀଣ୍ଣ ହୋଈଛନ୍ତି । ସେଥିମଧରୁ ରାଙ୍କ-୦୧ ଅଶ୍ବିନୀ କୁମାର ପଣ୍ଡା,ରାଙ୍କ-୦୨ ଅଙ୍କୁର ଅଭିଳାସ,ଏବଂ ରାଙ୍କ-03 ରେ ରଶ୍ମିରେଖା ପାତ୍ର ସ୍ଥାନ ପାଈଛନ୍ତି ।
ଅପ୍ଟିପ୍ଲସରେ ଦୀଲ୍ଲିର ବେଷ୍ଟ ଅଭିଜ୍ଞ ଅଧ୍ୟାପକ ଅଧ୍ୟାପିକା ମାନେ ଆସି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରାଯାଉଛି । ଛାତ୍ରଛାତ୍ରୀମାନଙ୍କ ଏନ୍.ସି.ଆରଟିର ବେସିକ୍ ଫାଉଣ୍ଡସେନ୍ କ୍ଲାସ୍ ଠାରୁ ଆରମ୍ଭ କରି ପ୍ରିଲମ୍ସି,ମେନ୍ସ ଏବଂ ପର୍ସନାଲିଟି ପଯ୍ୟନ୍ତ ସବାଙ୍ଗିନ ଶିକ୍ଷା ପ୍ରଦାନ କରିଥାନ୍ତି ।