ଅଭିଯୋଗ ଅନୁସାରେ ବିବାହର ବାହାନା କରି ସଙ୍ଗୀତାଙ୍କୁ ନେଇ ହତ୍ୟା କରିଥିଲ ମିଥୁନ୍। ଆଉ ତାଙ୍କଠାରୁ ସବୁ ସୁନା ଅଳଙ୍କାର ଲୁଟି ନେଇଥିଲା। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ମିଥୁନ୍କୁ ଗିରଫ କରିଥିଲା। ତା’ଠାରୁ ଲୁଟ୍ ହୋଇଥିବା ସଙ୍ଗୀତାଙ୍କ ସମସ୍ତ ସାମଗ୍ରୀ ଜବତ କରିଥିଲା।
ସମ୍ପତ୍ତି ପାଇଁ ନିଜ ଜେଜେଙ୍କୁ ୭୦ ଥର ଛୁରୀ ଭୁଷି ହତ୍ୟା କରିଛି ନାତି। ଜେଜେ ହେଉଛନ୍ତି ହାଇଦ୍ରାବାଦର ଜଣେ ବିଜିନେସ ଟାଇକୁନ। ଅନ୍ୟ ପକ୍ଷରେ ନାତି ଜଣଙ୍କ ଆମେରିକାରୁ ଶିକ୍ଷା ଲାଭ କରି ପ୍ରତ୍ୟାବର୍ତ୍ତନ କରିଛି। ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ନାତି ଜେଜେକୁ ହତ୍ୟା କରିଥିବା ପ୍ରକାଶ କରିଛି ପୋଲିସ।
ଘର ଭିତରେ ପଡ଼ିଛି ପୁଅର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ । ମାଟିରେ ଲୋଟିପଡ଼ୁଛି ମା’ । ବାପା ବି କୋହ ସମ୍ଭାଳି ପାରୁନାହାନ୍ତି । କେହି ଦୁର୍ବୃତ୍ତ ବିଳମ୍ବିତ ରାତିରେ ଦୀପକ ସାହୁଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରି ଫେରାର ହୋଇଯାଇଛି ।
ଶନିବାର ସନ୍ଧ୍ୟା ବେଳେ ପଦ୍ମାଙ୍କ ପରିବାର ଲୋକ କେଓମାଲ ଗାଁକୁ ଆସିଥିଲେ। ଆଉ ସାଥୀରେ ଝିଅକୁ ନେବା ପାଇଁ ଅଡି ବସିଥିଲେ। ହେଲେ ପଦ୍ମା ଯାଇନଥିଲେ। ଯାହାକୁ ନେଇ ପରିବାର ଭିତରେ ବିବାଦ ଦେଖାଦେଇଥିଲା।
ଫାର୍ମ କାମ କରୁଥିବା ଅନ୍ୟ କର୍ମଚାରୀମାନେ ଏନେଇ ଅଭିରାମଙ୍କ ପତ୍ନୀ ଓ ପୋଲିସ୍ଙ୍କୁ ଖବର ଦେଇଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ମୃତଦେହରେ କ୍ଷତ ଚିହ୍ନ ଥିବାରୁ ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ବିମାନ ଭିତରେ ବନ୍ଧୁକଧାରୀର ଆତଙ୍କ । ମଝି ଆକାଶରେ ବନ୍ଧୁକ ଦେଖାଇ ଯାତ୍ରୀମାନଙ୍କୁ ମାରିବାକୁ ଧମକ ଦେଲା । ଜାଣନ୍ତୁ ତା' ପରେ କ'ଣ ଘଟିଲା
ଛୁଟି ନମିଳିବାରୁ ଅଫିସରେ ବହିଲା ରକ୍ତର ନଈ। ୪ ଜଣ ସହଯୋଗୀଙ୍କୁ ଛୁରୀ ଭୁସି ହତ୍ୟା ଉଦ୍ୟମ କଲେ ଜଣେ କର୍ମଚାରୀ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଭାଗ୍ୟଶାଳୀଙ୍କୁ ବିବାହ କରିଥିଲେ କିନ୍ତୁ ଭାଗ୍ୟବତୀ ହୋଇପାରିଲେନି ଆରତି । ଆରତି ୬ ବର୍ଷ ତଳେ ଖଲ୍ଲିକୋଟ ଥାନା ନୂତନ ଗୁରୁଣ୍ଠିରେ ଭାଗ୍ୟଶାଳୀ ସାହୁଙ୍କୁ ବିବାହ କରିଥିଲେ। ବିବାହ ପରେ କିଛି ଦିନ ଭଲରେ ଚାଲିଥିଲା ଆରତିଙ୍କ ସଂସାର। କିନ୍ତୁ...
ଛୁଟି ନମିଳିବାରୁ ଅଫିସରେ ବୋହିଲା ରକ୍ତର ନଈ। ୪ ଜଣ ସହଯୋଗୀଙ୍କୁ ଛୁରୀ ଭୁସି ହତ୍ୟା ଉଦ୍ୟମ କଲେ ଜଣେ କର୍ମଚାରୀ। କୋଲକାତାର ନିଉଟାଉନ ଅଞ୍ଚଳରୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।
ଉତ୍ତରପ୍ରଦେଶ ଇଟାୱାର ସାଂସଦଙ୍କ ଗନମ୍ୟାନ୍ଙ୍କ ବିରୁଦ୍ଧରେ ଆସିଛି ସଂଘାତିକ ଅଭିଯୋଗ ।
ଇନଫୋସିଟି ଏସବିଆଇ ବ୍ରାଞ୍ଚରୁ ଅଢେଇ ଲକ୍ଷ ଟଙ୍କା ଧରି ଫେରୁଥିବା ବେଳେ ରେକି କରିଥିଲେ ଲୁଟେରା । ଆଉ ଅଫିସ କ୍ୟାମ୍ପସ ଭିତରେ ପଶୁ ପଶୁ ମୌକା ଦେଖି ଟଙ୍କା ବ୍ୟାଗ୍କୁ ଝାମ୍ପି ନେଇଛନ୍ତି ଦୁଇ ଲୁଟେରା ।
ଛୁଟି ଦେବାକୁ ମନା କରିବାରୁ ଅଫିସରେ ୪ ଜଣଙ୍କୁ ଛୁରୀ ଭୁସିଦେଲେ ସରକାରୀ କର୍ମଚାରୀ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ ।
ଗଞ୍ଜାମ ଜିଲ୍ଲାରୁ ହେଉଥିଲା ବାବୁଙ୍କ କଳା ଟଙ୍କା କାରବାର। ଭିଜିଲାନ୍ସ ହାତରେ ଲାଗିଛି ବାବୁଙ୍କ ଟଙ୍କା ହଡପ୍ର ସବୁ ପ୍ରମାଣ। ଯାହାକୁ ଧରି ଖୋଳତାଡ କରୁଛି ଭିଜିଲାନ୍ସ ଟିମ୍।
ଗତକାଲି ରାତିରେ କିଛି ସଶସ୍ତ୍ର ନକ୍ସଲ ଅରନପୁରରେ ପହଞ୍ଚିଥିଲେ। ଯୋଗା, ଯୋଗା ବୋଲି ବଡ଼ ପାଟିରେ ଡାକିଥିଲେ। ଯୋଗା କବାଟ ଖୋଲି ଘରୁ ବାହାରକୁ ଆସିଥିଲେ। ପରିବାର ସଦସ୍ୟ ମଧ୍ୟ ତାଙ୍କ ସାଙ୍ଗରେ ଥିଲେ।
ଚଳନ୍ତା ଟ୍ରେନରେ ଗର୍ଭବତୀ ମହିଳାଙ୍କୁ ଯୌନ ଶୋଷଣ । ସାହାଯ୍ୟ ପାଇଁ ଚିତ୍କାର କରିବାରୁ ଟ୍ରେନରୁ ଠେଲିଦେଲେ ଦୁର୍ବୃତ୍ତ ।
୪ ବର୍ଷର ଝିଅ ଆଗରେ ତା' ମାଆକୁ ମାରି ଟାଙ୍ଗିଦେଲା ବାପା । ଜେଜେମାଆକୁ ଭିଡିଓ କଲ୍ କରି ମାଆର ମରଶରୀର ଦେଖାଇଲା ଶିଶୁକନ୍ୟା ।
ଦୁଇ ଦିନର ରେଡ୍ ବେଳେ ଶାନ୍ତନୁଙ୍କ ଘରୁ ନଗଦ ୨.୬ କୋଟି ଟଙ୍କା ଜବତ କରିଛି ଭିଜିଲାନ୍ସ। ଏଥିସହ ତାଙ୍କ ସହଯୋଗୀଙ୍କ ନିକଟରୁ ୬ ଲକ୍ଷ ଟଙ୍କାର ନଗଦ ଟଙ୍କା ଜବତ ହୋଇଛି।
ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁଙ୍କ ଘରୁ ୨ କୋଟି ନଗଦ କ୍ୟାସ ଆସିଲା କେଉଁଠୁ ? କିଏ ତାଙ୍କୁ ଏ ନଗଦ ଟଙ୍କା ଦେଇଥିଲା ? ଶାନ୍ତନୁ ଏକା ଟଙ୍କା ହଡପ କରୁଥିଲେ ନା ତାଙ୍କ ସହ ଆଉ କିଏ ଥିଲା ?
ଏକ ଠକେଇ ମାମଲାରେ କୋର୍ଟରେ ବୟାନ ନ ଦେବା କାରଣରୁ ବଲିଉଡ ଅଭିନେତା ସୋନୁ ସୁଦଙ୍କ ନାମରେ ଆରେଷ୍ଟ ୱାରେଣ୍ଟ କରିଛନ୍ତି ଲୁଧିଆନାର ଏକ କୋର୍ଟ। ୧୦ ଲକ୍ଷ ଟଙ୍କାର ଠକେଇ ମାମଲରେ ସୋନୁ ସୁଦ ବୟାନ ଦେଇ ନ ଥିଲେ।
ଜଣେ ତାନ୍ତ୍ରିକଙ୍କ ସଂସ୍ପର୍ଶରେ ଆସିବା ପରେ ଘର ଭିତରେ ପୂଜା ପାଠ କରିବା ଆରମ୍ଭ କରିଦେଇଥିଲା। ଏହାକୁ ନେଇ ଘରେ ପାଟିତୁଣ୍ଡ ହେଉଥିଲା। ଘରେ ସମସ୍ତେ ତାକୁ ବିରୋଧ କରୁଥିଲେ। ଏହାରି ଭିତରେ ନଭଲସିଂହର ତନ୍ତ୍ର ବିଦ୍ୟା ଆଗେଇ ଚାଲିଥାଏ। ତେବେ ସେ ଟଙ୍କା ଓ ସୁନା ଡବଲ କରିଦେବାକୁ ନେଇ ପ୍ରଚାରପ୍ରସାର କରିଥିଲା।
ଢେଙ୍କାନାଳ ଜିଲ୍ଲାର ବିଦ୍ୟାର୍ଥୀ କଲେଜର ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। କଲେଜ କର୍ତ୍ତୃପକ୍ଷ ଝିଅକୁ ମାଡ ମାରିଥିବା ନେଇ ଝିଅର ବାପା ଅଭିଯୋଗ କରିଛନ୍ତି। ମୃତ ଛାତ୍ରୀଙ୍କ ଘର ରାସୋଳ ଅଞ୍ଚଳରେ ବୋଲି ଜଣା ପଡିଛି।
ପାରାଦୀପ ପୋର୍ଟରେ ଦୁର୍ନୀତିର ଗନ୍ଧ। ସାମ୍ନାକୁ ଆସିଛି ବଡ ଧରଣର ଠକେଇ ଘଟଣା। ୬୫ କୋଟି ଟଙ୍କାର ଉନ୍ନୟନ କାମରେ ବଡ ଜାଲିଆତି ହୋଇଥିବା ଅଭିଯୋଗ ଆସିଛି। ନିର୍ମାଣ କାର୍ଯ୍ୟରେ ସମ୍ପୃକ୍ତ ଠିକା ସଂସ୍ଥା ସାଢେ ୩ କୋଟି ଟଙ୍କା ନେଇ ଛୁ ମାରିଥିବା ଅଭିଯୋଗ ହୋଇଛି।
ଭଦ୍ରକ ସହରାଞ୍ଚଳ ଥାନା ପୋଲିସ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ଥାନା ଭିତରେ ଜଣଙ୍କୁ ମାଡ ମରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ସ୍ତ୍ରୀ। ସ୍ବାମୀ ସ୍ତ୍ରୀଙ୍କ ଝଗଡାରେ ପୋଲିସ ପ୍ରଥମେ ପଶିଥିବା ବେଳେ ପରେ ହାଜତ ମଧ୍ୟରେ ମାଡ ମାରିଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁସାରେ ମାଲକାନଗିରି କୋରକୋଣ୍ଡା ବ୍ଲକ ତୁମସରପାଲୀ ପଞ୍ଚାୟତର କଟ୍ରାଗୁଡା ଗାଁରେ ୧୮ ଲକ୍ଷ ୪୯ ହଜାର ଟଙ୍କା ଖର୍ଚ୍ଚ କରି ୧୦ ହେକ୍ଟର ଜମିରେ କାଜୁ ଗଛ ଲଗାଯାଇଥିବା ରେକର୍ଡପତ୍ରରେ ଦର୍ଶା ଯାଇଥିଲା।
ଭୁବନେଶ୍ବରର ଏକ ନିଶା ନିବାରଣ କେନ୍ଦ୍ରରେ ଛାଡିଥିଲେ ତାଙ୍କ ଅତି ଅଲିଅଳ ପୁଅକୁ। ହେଲେ ପୁଅ ଏବେ କ୍ୟାପିଟାଲ ହସପିଟାଲର ପୋଷ୍ଟମର୍ଟମ ସେଣ୍ଟରରେ ।