Advertisment

Father And Son Murder! ଦାଦନ ଯାଇଥିଲେ; ତାମିଲନାଡୁରେ ବାପା ଓ ପୁଅଙ୍କୁ ହତ୍ୟା!

ଫାର୍ମ କାମ କରୁଥିବା ଅନ୍ୟ କର୍ମଚାରୀମାନେ ଏନେଇ ଅଭିରାମଙ୍କ ପତ୍ନୀ ଓ ପୋଲିସ୍‌ଙ୍କୁ ଖବର ଦେଇଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ମୃତଦେହରେ କ୍ଷତ ଚିହ୍ନ ଥିବାରୁ ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

author-image
Manoranjan Sial
ଅଦ୍ୟତନ ହୋଇଛି
Crime

Crime

ଫାଟି ଯାଉଛି ଛାତି! ଆଖିରୁ ଶୁଖୁନି ଲୋହ। ଛାତିରେ ସବୁ ଯନ୍ତ୍ରଣାକୁ ଚାପି ଧରି ନାତୁଣୀର ଆଖିର ଲୁହ ପୋଛୁଛନ୍ତି ରାଜେନ୍ଦ୍ର କଟା। ଆଉ ବାର୍ଦ୍ଧକ୍ୟର ଏ ସମୟରେ କେବଳ ଭାଗ୍ୟକୁ ନିନ୍ଦୁଛନ୍ତି। କରିବେ ବା ଆଉ କ’ଣ? ତାଙ୍କ ହାତରେ ଆଉ କ’ଣ ଅଛି? କେବଳ ଦଇବକୁ ସାକ୍ଷୀ ରଖି କୋହଭରା କଣ୍ଠରେ ପୁଅ ଓ ନାତିର ମୃତଦେହ ଫେରାଇ ଆଣିବା ପାଇଁ ଅନୁରୋଧ କରିଛନ୍ତି ରାଜେନ୍ଦ୍ର। ଦାଦନର ଏପରି ଦୁଃଖଦ ଖବର ଆସିଛି ତାମିଲନାଡୁରୁ। ସେଠାରେ ବାପ ଓ ପୁଅଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି।

Advertisment

ଗାଁରେ କାମ ମିଳିଲା ନାହିଁ। ତେଣୁ ପେଟ ଚାଖଣ୍ଡକ ପାଇଁ ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଡଙ୍ଗରପଡ଼ା ଗାଁର ଅଭିରାମ କଟା, ତାଙ୍କ ପତ୍ନୀ ଓ ଏକମାତ୍ର ପୁଅ ଉତ୍ତମ କଟା ତାମିଲନାଡୁ ଦାଦନ ଖଟିବାକୁ ଯାଇଥିଲେ। ସମସ୍ତେ ଧର୍ମପୁରୀ ଜିଲ୍ଲାରେ ଏକ କୁକୁଡା ଫାର୍ମରେ କାମ କରୁଥିଲେ। ଭଲ ଦରମା ମଧ୍ୟ ପାଉଥିଲେ। ହେଲେ ଶନିବାର ଅଭିରାମ ଓ ଉତ୍ତମଙ୍କ ମୃତଦେହ ଫାର୍ମ ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା।

ଅଧିକ ପଢ଼ନ୍ତୁ: ବାରବାଟୀ ବ୍ୟାଟଲ: ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି

ଫାର୍ମ କାମ କରୁଥିବା ଅନ୍ୟ କର୍ମଚାରୀମାନେ ଏନେଇ ଅଭିରାମଙ୍କ ପତ୍ନୀ ଓ ପୋଲିସ୍‌ଙ୍କୁ ଖବର ଦେଇଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ମୃତଦେହରେ କ୍ଷତ ଚିହ୍ନ ଥିବାରୁ ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ କିଏ ଓ କେଉଁ ଉଦ୍ଦେଶ୍ୟରେ ବାପା-ପୁଅଙ୍କୁ ହତ୍ୟା କଲା, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ପୋଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

Advertisment

ଅଧିକ ପଢ଼ନ୍ତୁ: ସାଙ୍ଘାତିକ ଅଭିଯୋଗ ଆଣିଲେ ଯୋଗାଣ ମନ୍ତ୍ରୀ,ସ୍ୱାସ୍ଥ୍ୟ କାର୍ଡ ହାତେଇବା ପାଇଁ ରାସନ କାର୍ଡ ନେଇଥିଲେ ଅଯୋଗ୍ୟ ହିତାଧିକାରୀ

ସେପଟେ ପୁଅ ଓ ନାତିର ମୃତ୍ୟୁ ଖବର ପାଇ ଗାଁରେ ଥିବା ବୃଦ୍ଧ ବାପା ବିଚଳିତ ହୋଇପଡ଼ିଛନ୍ତି। ପୁଅ ଓ ନାତିଙ୍କ ମୃତଦେହ କେମିତି ଆଣିବେ, ସେହି ଚିନ୍ତାରେ ପଡ଼ି ଯାଇଛନ୍ତି। ଅନ୍ୟପକ୍ଷରେ ଦେଖିବାକୁ ଗଲେ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ଅଭିରାମ। ତାଙ୍କ ମୃତ୍ୟୁ ପରେ କେମିତି ପରିବାର ଚଳିବ, ସେହି ଚିନ୍ତା ଅଭିରାମଙ୍କ ବୃଦ୍ଧ ବାପା ରାଜେନ୍ଦ୍ରଙ୍କୁ ଘାରିଛି। ତାଙ୍କ ଅଣ୍ଟାରେ ମଧ୍ୟ ଆଉ ବଳ ନାହିଁ ବିଧବା ବୋହୂ ଓ ନାତୁଣୀଙ୍କ ମୁହଁରେ ଦାନା ଦେବା ପାଇଁ ।

Murder Balangir
Advertisment
Advertisment