Advertisment

Hostel Suicide: ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲାର ବିଦ୍ୟାର୍ଥୀ କଲେଜର ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। କଲେଜ କର୍ତ୍ତୃପକ୍ଷ ଝିଅକୁ ମାଡ ମାରିଥିବା ନେଇ ଝିଅର ବାପା ଅଭିଯୋଗ କରିଛନ୍ତି। ମୃତ ଛାତ୍ରୀଙ୍କ ଘର ରାସୋଳ ଅଞ୍ଚଳରେ ବୋଲି ଜଣା ପଡିଛି।

author-image
Saroj Kumar Jena
ଅଦ୍ୟତନ ହୋଇଛି
hostel

hostel

ଢେଙ୍କାନାଳ ଜିଲ୍ଲାର ବିଦ୍ୟାର୍ଥୀ କଲେଜର ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। କଲେଜ କର୍ତ୍ତୃପକ୍ଷ ଝିଅକୁ ମାଡ ମାରିଥିବା ନେଇ ଝିଅର ବାପା ଅଭିଯୋଗ କରିଛନ୍ତି। ମୃତ ଛାତ୍ରୀଙ୍କ ଘର ରାସୋଳ ଅଞ୍ଚଳରେ ବୋଲି ଜଣା ପଡିଛି। ଏକ ବାହାଘରରେ ଯୋଗ ଦେବା ପାଇଁ ଛାତ୍ରୀ ଜଣଙ୍କ ଗାଁକୁ ଯାଇଥିଲେ।

Advertisment

ଗୁରୁବାର ଦିନ ତାଙ୍କ ବାପା ତାଙ୍କୁ ଆଣି କଲେଜ ହଷ୍ଟେଲରେ ଛାଡିଥିଲେ । ୮ ତାରିଖ ଦିନ ପରୀକ୍ଷା ଥିବା କାରଣରୁ ଆଜି ଘରୁ ଆସିଥିଲେ। ଘରେ ରାତିରେ ଖୁସି ଥିବା ଝିଅ ସୁଇସାଇଡ କରିଥିବା ବେଳେ କଲେଜ କର୍ତ୍ତୃପକ୍ଷଙ୍କ ଉପରେ ଦୋଷ ଲଦିଛନ୍ତି ବାପା।

ଅଧିକ ପଢ଼ନ୍ତୁ: ଏକଜିଟ୍‌ ପୋଲର ବଡ଼ ଆକଳନ, ୨୭ ବର୍ଷ ପରେ କ୍ଷମତାକୁ ଫେରିବ ବିଜେପି !

ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ପାଇକଦହିକୋର ସ୍ଥିତ ବିଦ୍ୟାର୍ଥୀ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢୁଥିଲେ ମୃତ ଛାତ୍ରୀ। ଛାତ୍ରୀ ଜଣଙ୍କର ଘର ରାସୋଳ ଥାନା ଅଂଚଳରେ ବୋଲି ଜଣାପଡିଛି। ୮ ତାରିଖରେ ପରୀକ୍ଷା ଥିବାରୁ ପରୀକ୍ଷା ଦେଇ ଛାତ୍ରୀ ଜଣଙ୍କ ହଷ୍ଟେଲକୁ ଯାଇ ଖାଇବା ପରେ ନିଜ ରୁମରେ ବିଶ୍ରାମ ନେଇଥିଲେ। ଅପରାହ୍ନ ୫ ଟାରେ ଟିଫିନ ଖାଇବା ପାଇଁ ସହପାଠୀ ଡ଼ାକିବାରୁ ସେ ଔଷଧ ଲଗାଇବା କହି ଯାଇନଥିଲେ।

Advertisment

ସାଙ୍ଗ ମାନେ ଆସିବା ପରେ କବାଟ ବନ୍ଦ ଥିବା ଦେଖି କଲେଜ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। କର୍ତ୍ତୃପକ୍ଷ କବାଟ ଭାଙ୍ଗି ଦେଖନ୍ତି ତ ଛାତ୍ରୀ ଜଣକ ଫ୍ୟାନରେ ଝୁଲୁଛନ୍ତି । ଖବର ପାଇ ଗୋବିନ୍ଦପୁର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ପୋଲିସ ଘଟଣାର ତନାଘନା କରିବା ସହ ତଦନ୍ତ ଜାରି ରଖିଛି।

ପରିବାର ଲୋକ କଲେଜ କର୍ତ୍ତୃପକ୍ଷଙ୍କୁ ଦୋଷ ଦେଇଛନ୍ତି ।  ଛାତ୍ରୀ ଜଣଙ୍କୁ ହଷ୍ଟେଲରେ ଭଲ ଲାଗୁ ନ ଥିଲା । ପ୍ରଥମ ବର୍ଷ ପାଠପଢା ଶେଷ ହେବା ପରେ ଝିଅକୁ ଘରକୁ ନେଇଯିବା ପାଇଁ  ତାଙ୍କ ବାପା ଚିନ୍ତା କରିଥିଲେ । କଲେଜ କର୍ତ୍ତୃପକ୍ଷ ଛାତ୍ରୀଙ୍କ ବାପାଙ୍କୁ ସନ୍ଧ୍ୟା ୭ଟାରେ କଲ କରିଥିଲେ। ପ୍ରଥମରୁ କଲେଜ କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ସୂଚନା ଦେଇ ନ ଥିଲେ। ପହଞ୍ଚିବା ପରେ ତାଙ୍କ ବାପା ଜାଣିଥିଲେ ଝିଅ ମୃତ । ତେବେ ଆତ୍ମହତ୍ୟାର ପ୍ରକୃତ କାରଣ କଣ ତାହା ପୋଲିସ ତଦନ୍ତ ପରେ ଜଣାପଡିବ। ଏ ସଂପର୍କରେ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । 

ଅଧିକ ପଢ଼ନ୍ତୁ: ଦିଲ୍ଲୀରେ ହେବ ବିଜେପି ସରକାର ! ସବୁ ଏକଜିଟ୍‌ ପୋଲ୍‌ରେ BJPକୁ ବହୁମତ

Girl Suicide
Advertisment
Advertisment