Advertisment

Boyfriend Get Life Imprisonment: ପ୍ରେମ ଓ ଛଳନାରୁ ଯେବେ ଜନ୍ମ ନିଏ ବିବାହ, ପରିଣତି ହୁଏ ଏମିତି...

ଅଭିଯୋଗ ଅନୁସାରେ ବିବାହର ବାହାନା କରି ସଙ୍ଗୀତାଙ୍କୁ ନେଇ ହତ୍ୟା କରିଥିଲ ମିଥୁନ୍‌। ଆଉ ତାଙ୍କଠାରୁ ସବୁ ସୁନା ଅଳଙ୍କାର ଲୁଟି ନେଇଥିଲା। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ମିଥୁନ୍‌କୁ ଗିରଫ କରିଥିଲା। ତା’ଠାରୁ ଲୁଟ୍‌ ହୋଇଥିବା ସଙ୍ଗୀତାଙ୍କ ସମସ୍ତ ସାମଗ୍ରୀ ଜବତ କରିଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Crime

Crime

ପ୍ରେମରେ ଛଳନା! ବିବାହ ପାଇଁ ଡାକିନେଇ ହତ୍ୟା। ପରେ ପ୍ରେମିକାଙ୍କ ସମସ୍ତ ଅଳଙ୍କାର ଲୁଟି ନେଇଥିଲା ପ୍ରେମିକ। ପ୍ରାୟ ୨ ବର୍ଷ ତଳେ ଗଞ୍ଜାମ ଜିଲ୍ଲାରେ ଘଟିଥିବା ଏହି ବୀଭତ୍ସ ହତ୍ୟାକାଣ୍ଡର ଆଜି ରାୟ ପ୍ରକାଶ ପାଇଛି। ହତ୍ୟାକାରୀକୁ ଆଜୀବନ ଜେଲ୍‌ ସହ ଜରିମାନାରେ ଦଣ୍ଡିତ କରିଛନ୍ତି ଜିଲ୍ଲା ଦୌରାଜଜ୍‌ କୋର୍ଟ।

Advertisment

ପାଟପୁର ଥାନା ତପ୍ତପାଣି ଘାଟି ଅଞ୍ଚଳ ପୋଡ଼ାମାରି ଗାଁର ସଙ୍ଗୀତା ପ୍ରଧାନ ବିବାହିତା। ପରବର୍ତ୍ତୀ ସମୟରେ ସେ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଥିଲେ। ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନେବା ପରେ ସଙ୍ଗୀତା ସିନ୍ଦୁରପୁର ଗାଁର ଯୁବକ ମିଥୁନ ବିଷୋୟୀଙ୍କ ପ୍ରେମରେ ପଡ଼ିଥିଲେ। ମିଥୁନ୍‌ ବିବାହିତ ହୋଇ ମଧ୍ୟ ସଙ୍ଗୀତା ତାଙ୍କୁ ଭଲ ପାଉଥିଲେ। ବିବାହ କରି ଘର ସଂସାର ଗଢ଼ିବା ପାଇଁ ଉଭୟ ନିଷ୍ପତ୍ତି ନେଇଥିଲେ। ୨୦୨୩ ମସିହା ଅଗଷ୍ଟ ୩ ତାରିଖରେ ଉଭୟ ଘର ଛାଡ଼ି ପଳାଇ ଯାଇଥିଲେ। ଫେରାର ହେବାର ୩ ଦିନ ପରେ ଅର୍ଥାତ ୮ ତାରିଖରେ ସଙ୍ଗୀତାଙ୍କ ମୃତଦେହ ମିଳିଥିଲା।

ଅଧିକ ପଢ଼ନ୍ତୁ: ୯୦ ଦିନରେ ୬୯ ଦୁର୍ଘଟଣା କରିଛି ମୋ ବସ, ଚକା ତଳେ ଗଲାଣି ଏକାଧିକ ଜୀବନ

Advertisment

ଅଭିଯୋଗ ଅନୁସାରେ ବିବାହର ବାହାନା କରି ସଙ୍ଗୀତାଙ୍କୁ ନେଇ ହତ୍ୟା କରିଥିଲ ମିଥୁନ୍‌। ଆଉ ତାଙ୍କଠାରୁ ସବୁ ସୁନା ଅଳଙ୍କାର ଲୁଟି ନେଇଥିଲା। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ମିଥୁନ୍‌କୁ ଗିରଫ କରିଥିଲା। ତା’ଠାରୁ ଲୁଟ୍‌ ହୋଇଥିବା ସଙ୍ଗୀତାଙ୍କ ସମସ୍ତ ସାମଗ୍ରୀ ଜବତ କରିଥିଲା। ଏହି ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ସାକ୍ଷୀ, ପ୍ରମାଣ ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଜିଲ୍ଲା ଦୌରାଜଜ। ଅଭିଯୁକ୍ତ ମିଥୁନ୍‌କୁ ଆଜୀବନ ଜେଲ୍‌ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ରାୟରେ ଶୁଣାଇଛନ୍ତି।

Ganjam Crimes In Odisha
Advertisment
Advertisment