/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738895385.jpg)
Third Degree
ଭଦ୍ରକ ସହରାଞ୍ଚଳ ଥାନା ପୋଲିସ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ଥାନା ଭିତରେ ଜଣଙ୍କୁ ମାଡ ମରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ସ୍ତ୍ରୀ। ସ୍ବାମୀ ସ୍ତ୍ରୀଙ୍କ ଝଗଡାରେ ପୋଲିସ ପ୍ରଥମେ ପଶିଥିବା ବେଳେ ପରେ ହାଜତ ମଧ୍ୟରେ ମାଡ ମାରିଥିବା ଅଭିଯୋଗ ହୋଇଛି। ପୋଲିସ ନିଜର ଭୁଲ ଲୁଚାଇବା ପାଇଁ ତରବରିଆ ଭାବେ ହସ୍ପିଟାଲରୁ କୋର୍ଟ ଚାଲାଣ କରିଥିବା କହିଛନ୍ତି ସ୍ତ୍ରୀ।
ଅଭିଯୋଗ ଅନୁସାରେ ଗତ ୫ ତାରିଖରେ ମୋଟେଲ ଛକ ନିକଟରେ ଜୀବନ ଜେନା ଓ ତାଙ୍କ ସ୍ତ୍ରୀ ରୁବିନା ନାୟକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଜୀବନ ନିଶାଗ୍ରସ୍ତ ଅବସ୍ଥାରେ ସ୍ତ୍ରୀଙ୍କ ସହ ଝଗଡ଼ା କରୁଥିଲେ । ଏହି ସମୟରେ ଜଣେ ମହିଳା କନେଷ୍ଟବଳ ଉଭୟଙ୍କୁ ବୁଝାସୁଝା କରିବାକୁ ଯାଇଥିଲେ । ବିବାଦର ସମାଧାନ କରିବାବେଳେ ଜୀବନ ମହିଳା କନେଷ୍ଟବଳଙ୍କୁ ଦୁର୍ବ୍ୟବହାର କରିବା ସହ ଇଟା ଧରି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଫଳରେ ମହିଳା କନେଷ୍ଟବଳ ଜଣଙ୍କ ଜୀବନଙ୍କୁ ମାଡ଼ ମାରିବା ସହ ପିସିଆରକୁ ଫୋନ କରି ଡାକିଥିଲେ।
ଅଧିକ ପଢ଼ନ୍ତୁ : ମହିଳା ଆଇଆଇସିଙ୍କ ଚିତ୍କାର; ନେଇଗଲେ ନେଇଗଲେ...
ପୋଲିସ ଆସିବା ପରେ ମହିଳା କନେଷ୍ଟବଳ ଜଣଙ୍କ ଜୀବନଙ୍କୁ ମାଡ ମାରିଥିବା କହିଛନ୍ତି ସ୍ତ୍ରୀ। ପରେ ଜୀବନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲା । ସେଠାରେ ଜୀବନଙ୍କ ଦେହସାରା ମାଡ଼ ଚିହ୍ନ ରହିଥିବା ଦେଖିବାକୁ ମିଳିଥିଲା। ସ୍ବାମୀଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଜୀବନଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ପୋଲିସ କହିଛି, ଥାନା ଜୀବନ ନିଶାସକ୍ତ ଅବସ୍ଥାରେ ରହିଥିଲା । ଥାନା ପରିସରରେ ମଧ୍ୟ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ କରିଥିଲା । ତେବେ ଥାର୍ଡ ଡିଗ୍ରୀ ନେଇ ପୋଲିସ କୌଣସି ପ୍ରତିକ୍ରିୟା ଦେଇନାହିଁ ।
ଜୀବନ ଥାନାରେ ଥିବା ସମୟରେ ପ୍ରଥମେ ପରିବାର ଲୋକ ତାଙ୍କୁ ଭେଟିବାକୁ ଯାଇଥିଲେ। ପ୍ରଥମ ଥର ଭେଟିବାକୁ ଦିଆଯାଇଥିଲେ ମଧ୍ୟ ଦ୍ବିତୀୟ ଥର ଭେଟିବାକୁ ପୋଲିସ ଅନୁମତି ଦେଇ ନ ଥିଲା ବୋଲି ଜୀବନଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ସେହିପରି ଜୀବନଙ୍କ ବିପି ଓ ସୁଗାର ସମସ୍ୟା ରହିଥିବା ବେଳେ ପୋଲିସ ବର୍ବରତା ନିନ୍ଦନୀୟ ବୋଲି ସେ କହିଛନ୍ତି।
ଅନ୍ୟ ପକ୍ଷରେ ଜୀବନଙ୍କ ସ୍ତ୍ରୀ କହିଛନ୍ତି ଆଇଆଇସିଙ୍କ ଚାମ୍ବର ମଧ୍ୟରେ ସ୍ବାମୀଙ୍କୁ ପୋଲିସ ବାଲା ମାଡ ମାରିଥିଲେ। ସେଠାରେ ପୋଲିସ ଅଧିକାରୀ ମାନେ ସିସିଟିଭି ବନ୍ଦ କରିବା ସମ୍ପର୍କରେ କଥା ହେଉଥିଲେ। ତେଣୁ ସିସିଟିଭି ଫୁଟେଜ ପାଇଁ ଦାବି କରିଛନ୍ତି ଜୀବନଙ୍କ ସ୍ତ୍ରୀ। ଯଦି ସିସିଟିଭି ବନ୍ଦ କରାଯାଇଥାଏ ତେବେ ମାଡ ମରାଯାଇଥିବା ସ୍ପଷ୍ଟ ହେବ। ଅନ୍ୟଥା ସିସିଟିଭି ଅନ ଥିଲେ ସହଜରେ ପ୍ରମାଣ ମିଳି ପାରିବ ବୋଲି କହିଛନ୍ତି ଜୀବନଙ୍କ ସ୍ତ୍ରୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)