Advertisment

Paradeep Port Scam: ସ୍ମାର୍ଟ ଇଣ୍ଡଷ୍ଟ୍ରିଆଲ ପୋର୍ଟ ସିଟି ଯୋଜନାରେ ବଡ ଦୁର୍ନୀତି ଅଭିଯୋଗ

ପାରାଦୀପ ପୋର୍ଟରେ ଦୁର୍ନୀତିର ଗନ୍ଧ। ସାମ୍ନାକୁ ଆସିଛି ବଡ ଧରଣର ଠକେଇ ଘଟଣା। ୬୫ କୋଟି ଟଙ୍କାର ଉନ୍ନୟନ କାମରେ ବଡ ଜାଲିଆତି ହୋଇଥିବା ଅଭିଯୋଗ ଆସିଛି। ନିର୍ମାଣ କାର୍ଯ୍ୟରେ ସମ୍ପୃକ୍ତ ଠିକା ସଂସ୍ଥା ସାଢେ ୩ କୋଟି ଟଙ୍କା ନେଇ ଛୁ ମାରିଥିବା ଅଭିଯୋଗ ହୋଇଛି।

author-image
Saroj Kumar Jena
paradeep port

paradeep port

ପାରାଦୀପ ପୋର୍ଟରେ ଦୁର୍ନୀତିର ଗନ୍ଧ। ସାମ୍ନାକୁ ଆସିଛି ବଡ ଧରଣର ଠକେଇ ଘଟଣା। ୬୫ କୋଟି ଟଙ୍କାର ଉନ୍ନୟନ କାମରେ ବଡ ଜାଲିଆତି ହୋଇଥିବା ଅଭିଯୋଗ ଆସିଛି। ନିର୍ମାଣ କାର୍ଯ୍ୟରେ ସମ୍ପୃକ୍ତ ଠିକା ସଂସ୍ଥା ସାଢେ ୩ କୋଟି ଟଙ୍କା ନେଇ ଛୁ ମାରିଥିବା ଅଭିଯୋଗ ହୋଇଛି। ପାରାଦୀପରେ 'ସ୍ମାର୍ଟ ଇଣ୍ଡଷ୍ଟ୍ରିଆଲ ପୋର୍ଟ ସିଟି' ଯୋଜନାରେ ନୂଆ ଟାଉନସିପ ପାଇଁ ୩୫୦ଟି କ୍ବାର୍ଟର୍ସ ନିର୍ମାଣ କରାଯାଉଛି।

Advertisment

ହାଇଦ୍ରାବାଦର ଠିକା ସଂସ୍ଥା DNC ଇନଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ୍ ଲିମିଟେଡ୍ ଏହି କାର୍ଯ୍ୟ କରୁଥିଲା। ତେବେ ମୋବିଲାଇଜେସନ୍ ଆଡଭାନ୍ସ ବାବଦକୁ ପାରାଦୀପ ପୋର୍ଟ ଠାରୁ ୩ କୋଟି ୨୮ ଲକ୍ଷ ୮୦ ହଜାର ୪୬୨ ଟଙ୍କା ନେଇ ଚମ୍ପଟ ମାରିଛି ଠିକା ସଂସ୍ଥା। ଅଭିଯୋଗ ଅନୁସାରେ ଏହି ସଂସ୍ଥା ଟେଣ୍ଡର ବେଳେ ୧୦ କୋଟି ଟଙ୍କାର ଜାଲ୍ 'ବ୍ୟାଙ୍କ ଗ୍ୟାରେଣ୍ଟି' ରଖି ନିର୍ମାଣ କାମ ହାତେଇଥିଲା।

ଅଧିକ ପଢ଼ନ୍ତୁ : ମହିଳା ଆଇଆଇସିଙ୍କ ଚିତ୍କାର; ନେଇଗଲେ ନେଇଗଲେ...

କୋଲକାତାରେ ଥିବା ଇଣ୍ଡିଆନ୍ ବ୍ୟାଙ୍କ ନାଁରେ କାଗଜପତ୍ର ଓ ଇମେଲ୍ ପ୍ରସ୍ତୁତ କରି ଠକେଇ କରାଯାଇଛି। ସେହିଭଳି ଏହି ସଂସ୍ଥା ଅନେକ ସବ୍ କଣ୍ଟ୍ରାକ୍ଟରଙ୍କୁ ମଧ୍ୟ ଠକିଥିବା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ଏ ଘଟଣାରେ ହସ୍ତକ୍ଷେପ କରନ୍ତୁ ଏବଂ ଉଚ୍ଚ ସ୍ତରୀୟ ତଦନ୍ତ କରି ଉଚିତ ପଦକ୍ଷେପ ନେବାକୁ ଠକେଇର ଶିକାର କଣ୍ଟ୍ରାକ୍ଟରମାନେ ଦାବି କରିଛନ୍ତି। ସେପଟେ ପାରାଦୀପ ପୋର୍ଟରେ ଏତେବଡ଼ ଠକେଇ ନେଇ ପୋର୍ଟ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।

Advertisment

ଠିକା ସଂସ୍ଥା କଣ୍ଟ୍ରାକ୍ଟରମାନଙ୍କର ପ୍ରାୟ ୨ କୋଟି ଟଙ୍କା ବାକି ପକାଇ ପଳାଇଛି। ଏ ନେଇ ପାରାଦୀପ ଥାନା ଏବଂ EoW ରେ ଅଭିଯୋଗ ମଧ୍ୟ ହୋଇଛି। ଏତେ ବଡ କାମର କାର୍ଯ୍ୟାଦେଶ ଦେବା ପୂର୍ବରୁ ପାରାଦୀପ ବନ୍ଦରର R & B ବିଭାଗ ଏବଂ Financial ବିଭାଗ ଭଲ ଭାବରେ ଯାଞ୍ଚ ଅନୁସନ୍ଧାନ କଲେ ନାହିଁ କିପରି ତାକୁ ନେଇ ପ୍ରଶ୍ନ ଉଠିଛି। ଜାଲ୍ ବ୍ୟାଙ୍କ ଗ୍ୟାରେଣ୍ଟିରେ ଠିକା ସଂସ୍ଥା ଦେଇଥିବା ଇମେଲ୍ ID ଉପରେ ବିଭାଗୀୟ ଅଧିକାରୀ କିପରି ଭରସା କରିପାରିଲେ । ଇଣ୍ଡିଆନ୍ ବ୍ୟାଙ୍କ ଭଳି ଏକ ଜାତୀୟକରଣ ବ୍ୟାଙ୍କର ଅଫିସିଆଲ୍ ଇମେଲ୍ କିପରି ପାରାଦୀପ ପୋର୍ଟ ଜାଣି ପାରିଲାନି ବୋଲି ମଧ୍ୟ ପ୍ରଶ୍ନ ଉଠିଛି। କୋଲକାତାରେ ଥିବା ଇଣ୍ଡିଆନ୍ ବ୍ୟାଙ୍କର ପାରାଦୀପରେ ଥିବା ଶାଖାରୁ ପ୍ରଥମରୁ ବିଭାଗୀୟ ଅଧିକାରୀ କାହିଁକି ଯାଞ୍ଚ କଲେନି ବୋଲି ପ୍ରଶ୍ନ ଉଙ୍କି ମାରିଛି।

ଅଧିକ ପଢ଼ନ୍ତୁ : ଥାନାରେ ଥାର୍ଡ ଡିଗ୍ରୀ ! ପତିପତ୍ନୀଙ୍କ ଝଗଡ଼ାରେ ସ୍ବାମୀକୁ ପୋଲିସର ନିସ୍ତୁକ ମାଡ଼ଗଲେ ନେଇଗଲେ...

Paradeep Port
Advertisment
Advertisment