ଚୋରଟି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘର ସମାନ ଢଙ୍ଗରେ ଗୁଗୁଲ୍ ସର୍ଚ୍ଚ କରି ପାଇଥିଲା। ନିରଞ୍ଜନଙ୍କ ଘରୁ କଳାକନା ବୁଲାଇ ଚମ୍ପଟ ମାରିଥିଲା। ପୁଲିସ କମିଶନର ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ଛାତ୍ରୀ ଜଣକ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କ ରୁମ୍ରେ ବନ୍ଦ ହୋଇ ରହିଥିଲେ। ଯେତେବେଳେ ସେ ହଷ୍ଟେଲ ରୁମର କବାଟ ଖୋଲି ନଥିଲେ, ତାଙ୍କ ସାଙ୍ଗମାନେ ହଷ୍ଟେଲ ୱାର୍ଡେନଙ୍କୁ ଜଣାଇଥିଲେ। ଶେଷରେ, ପୋଲିସ ଆସି କବାଟ ଖୋଲିଥିଲା। ହେଲେ ସେତେବେଳକୁ ସେ ନିଜକୁ ଶେଷ କରିସାରିଥିଲେ।
ବିଦ୍ୟୁତ କାଟ ହେଲେ ବିକଳ୍ପ ବ୍ୟବସ୍ଥା ଭାବେ ଜେନେରେଟର ଥିଲେ ମଧ୍ୟ ତାହା ବ୍ୟବହାର କରାଯାଇ ନ ଥିଲା। ହସ୍ପିଟାଲର ବିଦ୍ୟୁତ ବ୍ୟବସ୍ଥା ପରିଚାଳନା ଓ ରକ୍ଷଣା ବେକ୍ଷଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଥିଲେ ମଧ୍ୟ ଦାୟିତ୍ୱହୀନତାରୁ ଏଭଳି ଅଘଟଣ ଘଟିଛି ବୋଲି ଅଭିଯୋଗ ହୋଇଛି।
ଆଜି ଚୋରକୁ ଟ୍ରାଜିଟ ରିମାଣ୍ଡରେ ଆଣି ପଚରାଉଚରା କରିବ କମିଶନରେଟ୍ ପୋଲିସ। ଚୋରଟି ଆଉ କେଉଁଠି ଚୋରି କରିଛି, ଚୋରି ଜିନିଷ କେଉଁଠି ବିକ୍ରି କରିଛି,ସଂପୃକ୍ତ ଚୋରଙ୍କ ସହ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ଏନେଇ ପଚରାଉଚରା କରିବ ପୁଲିସ।
ରାଗିଂ ନୁହେଁ ତ, ସତେ ଯେମିତି ଥାର୍ଡ ଡିଗ୍ରୀ। ଓଜନିଆ ଡମ୍ବଲ୍, ଜ୍ୟାମିତି ବାକ୍ସର ମୁନିଆ କମ୍ପାସ୍ ଓ ଯନ୍ତ୍ରଣାଦାୟକ ଲୋସନରେ ଦିଆଯାଉଥିଲା ଟର୍ଚର୍। କେରଳ କୋଟ୍ଟାୟାମ ସରକାରୀ ନର୍ସିଂ କଲେଜର ପ୍ରଥମ ବର୍ଷ ଛାତ୍ରଙ୍କୁ ଏଭଳି ଅକଥନୀୟ ରାଗିଂ ଦେଉଥିବା ଅଭିଯୋଗରେ ତୃତୀୟ ବର୍ଷର ୫ ଜଣ ଛାତ୍ରଙ୍କୁ ଗିରଫ କରିଛି ପୋଲିସ। ଏପଟେ ବୁର୍ଲା ଭିମସାରରୁ ବି ସାମ୍ନାକୁ ଆସିଛି ଜୁନିୟରଙ୍କୁ ସିନିୟରଙ୍କ ଗାଳିଗୁଲଜ ଓ ଠେଲାପେଲା ଅଭିଯୋଗ।
ପ୍ରତି ରବିବାର ଶାରୀରିକ ଓ ମାନସିକ ନିର୍ଯାତନା ସହ ଆର୍ଥିକ ଶୋଷଣର ବି ଶିକାର ହେଉଥିଲେ ଜୁନିୟର। ସିନିୟରମାନେ ରବିବାରିଆ ଦାରୁ-ପାର୍ଟି ପାଇଁ ଧମକଚମକ ଦେଇ ଜୁନିୟରଙ୍କଠାରୁ ବଟି ଆଦାୟ କରୁଥିଲେ। ମଦ ପାଇଁ ଟଙ୍କା ଦେବାକୁ ମନା କଲେ ନିର୍ଘାତ ମାଡ଼ ଖାଇବାକୁ ପଡ଼ୁଥିଲା। ସପ୍ତାହେ କି ମାସେ ନୁହେଁ, ଗତବର୍ଷ ନଭେମ୍ବରରୁ ୩ ମାସ ଧରି ଲଗାତାର ଏଭଳି ଅକଥନୀୟ ରାଗିଂର ଶିକାର ହେବାକୁ ପଡ଼ୁଥିଲା
ବେଙ୍ଗାଲୁରରେ ଓଡିଆ ରାପରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା। କଟକ ଲାଲବାଗ ଥାନାରେ ଏତଲା ଦେଇଛନ୍ତି ରାପରଙ୍କ ବାପା। ବୋହୂ, ପୁଅର ଶାଶୁଙ୍କ ନାଁରେ ଅଭିଯୋଗ।
ବର୍ବରତା ଓ ନୃଶଂସତାର ଚରମ ସୀମା ଟପିଲେ ନର୍ସିଂ ଛାତ୍ର। ଜୁନିୟରଙ୍କୁ ଉଲଗ୍ନ କରି, ଗୁପ୍ତାଙ୍ଗରେ ଝୁଲାଇଲେ ଡମ୍ବଲ। ଜ୍ୟାମିତି ବାକ୍ସ କମ୍ପାସରେ ଭୁଶୁଥିଲେ। ନିର୍ଘାତ ମାଡ଼ ଦେଉଥିଲେ।
ହାଇଦ୍ରାବାଦର ଟାପ୍ପାଚବୁତରା ଅଞ୍ଚଳରେ ରହିଥିବା ଜୀରା ହନୁମାନ ମନ୍ଦିର ପରିସରରେ ଏଭଳି ଘଟଣା ଦେଖବାକୁ ମିଳିଥିଲା। ବୁଧବାର ମନ୍ଦିର ମଧ୍ୟକୁ ଆସିବା ବେଳକୁ ପୂଜକ ପ୍ରଥମେ ଏଭଳି ଘଟଣା ଦେଖିଥିଲେ। ସେ ମନ୍ଦିର କମିଟି ସଦସ୍ୟଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ।
କମ୍ପ୍ୟୁଟରରେ ଟିକଟ ବୁକିଂ କରିବାକୁ ମଧ୍ୟ ଉଦ୍ୟମ କରିଥିଲା। ଫ୍ରିଜରୁ ଆଇସ୍କ୍ରିମ କାଢ଼ି ଖାଇଥିଲା। ଘରର ଗାଧୁଆ ଘର ବି ବ୍ୟବହାର କରିଥିଲା। ହତ୍ୟାକାରୀ ନିଜର ପୋଷାକ ସେହି ଘରେ ଛାଡ଼ିଥିଲା। ସେ ନିଜର ସ୍ବେଟର, ଟୋପି ଇତ୍ୟାଦି ଛାଡ଼ି ଯାଇଥିଲା। ଘରର ବିଭିନ୍ନ ସ୍ଥାନରେ ଆଙ୍ଗୁଳି ଛାପ, ଡିଏନଏ ନମୂନା ମଧ୍ୟ ଛାଡ଼ିଥିଲା। ଘରର ଦୃଶ୍ୟ ଯେମିତି ଲାଗୁଥିଲା, ହତ୍ୟାକାରୀ ପୁଲିସକୁ ଏକ ପ୍ରକାର ଆହ୍ବାନ ଦେଉଥିଲା।
କେରଳj ଏକ ସରକାରୀ ନର୍ସିଂ କଲେଜରେ ସୀମା ଟପିଲା ରାଗିଂ । ଜୁନିୟରଙ୍କୁ ଉଲଗ୍ନ କରି ଗୁପ୍ତାଙ୍ଗରେ ଝୁଲାଇଲେ ଡମ୍ବଲ୍ ।
ପୋତାଧନ ପାଇବାକୁ ନରବଳି । ଭଣ୍ଡ ଜ୍ୟୋତିଷ କଥାରେ ପଡି ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହାଣି ବଳି ପକାଇଲା ରୋଷେୟା ।
ଔରଙ୍ଗଜେବଙ୍କ ପିତା ସାହାଜାହାନ ୧୬୫୬ରେ ଖୁବ ରୋଗଗ୍ରସ୍ତ ହୋଇପଡ଼ିଥିଲେ । ଆଉ ସେହି ସମୟରେ ମୋଗଲ ସାମ୍ରାଜ୍ୟ ପାଇଁ ଔରଙ୍ଗଜେବ ତାଙ୍କ ଭାଇ ମାନଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ସେମାନଙ୍କ ମଧ୍ୟରୁ ଔରଙ୍ଗଜେବ ସବୁଠାରୁ ଶକ୍ତିଶାଳୀ ଥିଲେ । ତା’ପରେ ସେ ନିଜ ପିତାଙ୍କୁ ବନ୍ଦୀ କରିନେଲେ । ବଡ଼ ଭାଇକୁ ହତ୍ୟା କରି ତାଙ୍କର କଟା ମୁଣ୍ଡକୁ ସାରା ଦିଲ୍ଲୀରେ ପ୍ରଦର୍ଶନ କରିଥିଲେ । ଏହା ପଛର କାରଣ ଥିଲା ଲୋକ ମାନଙ୍କ ମଧ୍ୟରେ ଭୟ ଜାଗ୍ରତ କରିବା ।
ସ୍ତ୍ରୀ ଓ ତାଙ୍କ ପରିବାର ଲୋକେ ନିର୍ଯାତନା ଦେବା କାରଣରୁ ଅଭିନବ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ତାଙ୍କ ମୃତ୍ୟୁ ପରେ ବେଙ୍ଗାଲୁରୁ ଲାଲବାଗ ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ଗତ ୭ ତାରିଖରେ ରାଗିଂ ନେଇ ଅଭିଯୋଗ ହୋଇଥିଲା। ଦ୍ଵିତୀୟ ବର୍ଷର ଜଣେ ଛାତ୍ରଙ୍କ ରୁମ୍କୁ କିଛି ସିନିୟର୍ ପଶି ଆସିଥିଲେ। ଏହାପରେ ଜୁନିୟର ଛାତ୍ରଙ୍କୁ ଧକା ମାରିବା ସହ ଠେଲାପେଲା ଓ ଗାଳିଗୁଲଜ କରିଥିଲେ। ଏନେଇ ଛାତ୍ର ଜଣଙ୍କ ତାଙ୍କ ମା'ଙ୍କୁ ଜଣାଇଥିଲେ ।
ଗତକାଲି ରାତିରେ କୌଣସି କଥାକୁ ନେଇ କିଛି ଯୁବକଙ୍କ ସହ ଗୁଳିମାଡ଼ର ଶିକାର ନାବାଳକଙ୍କ ପରିବାର ମଧ୍ୟରେ ବଚସା ହୋଇଥିଲା।
ବିଳମ୍ୱିତ ରାତିରେ ନାଟକ ଚାଲିଥିବା ବେଳେ ପଦ୍ମା ଷ୍ଟେଜ୍ଠାରୁ ଦୂରେଇ ଯାଇ ନିଜ ସାଙ୍ଗମାନଙ୍କ ସହିତ କଥା ହେଉଥିଲେ। ଠିକ୍ ସେତିକିବେଳେ ୪ ଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ। ପରେ ବଳପୂର୍ବକ ତାଙ୍କୁ ପାହାଡ଼ ଉପରକୁ ଟେକିନେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।
ପ୍ରତ୍ୟେକ ଟ୍ରେନରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ରହୁଥିବା ବେଳେ ଏହା ବର୍ତ୍ତମାନ ବଡ ସମସ୍ୟା ସୃଷ୍ଟି କରିଛି। ସୋମବାର ବିହାରର ମଧୁବନୀ ଠାରେ ଏଭଳି ଏକ ଆକ୍ରମଣ ଘଟଣା ଦେଖିବାକୁ ମିଳିଛି।
ସରକାରୀ ଚାକିରି ଦେଖି ବାହାଦେଇଥିଲେ, ପୂରିନି ବର୍ଷେ, ଶାଶୂଘରୁ ଉଠିଲା କୋକେଇ। ବାପା... ଭଲ ଘର, ଭଲ ବର, ଆଉ ସରକାରୀ ଚାକିରି ଦେଖି ମତେ ବହା ଦେଇଥିଲ... ବେଦୀରେ ବସି କନ୍ୟାଦାନ କରିଥିଲ... ଜଣେ ଅଜଣା ପୁଅ ହାତରେ ମୋ ହାତ ଦେଇଦେଇ ନିଶ୍ଚିତରେ ରହିଗଲ... ସରକାରୀ ଚାକିରିଆ ଜ୍ବାଇଁ ସବୁ ସାରିଦେଇଛି... ତୁମ ଜ୍ୱାଇଁ ପୋଲିସରେ ସିନା ଚାକିରି କରନ୍ତି... ହେଲେ ସେ କିଭଳି ମଣିଷ ତମେ ଜାଣିବାକୁ ଚାହିଁଲନି...
ବିଦ୍ୟାଧର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ତାଙ୍କ ଘରେ ଚଢ଼ାଉ କରାଯାଇଛି।
ବସ୍ ଟିକେଟ୍ କାଉଣ୍ଟର ମାଲିକଙ୍କୁ ଚୂନ ଲଗାଇଲେ ଠକ । ଫୋନ ପେ' ଅପଡେଟ୍ ନାଁରେ ଲୁଟିନେଲେ ୪ ଲକ୍ଷ ୧୦ ହଜାର ଟଙ୍କା ।
ମାଓବାଦୀଙ୍କୁ ଆଉ ମିଳିବନି ନିସ୍ତାର...ମାଓଗଡ଼ରୁ ମୁକ୍ତ ହେବ ମାଓ ସଂଗଠନ...ଯେ ପର୍ଯ୍ୟନ୍ତ ନକ୍ସଲ ମୁକ୍ତ ହୋଇନି ଲାଲଗଡ଼, ସେ ଯାଏଁ ଜାରି ରହିବ ନକ୍ସଲ ଶୂନ୍ୟ ଅପରେସନ୍। ଛତିଶଗଡ଼ ପୋଲିସ ଡିଜିଙ୍କ ଏହି ପଣ ଆଉ ଦମ୍ଭକୁ ପ୍ରମାଣିତ କରୁଛି ୩୧ ମାଓବାଦୀଙ୍କ ମୃତଦେହ।
ହଠାତ୍ ରଶ୍ମୀ ରଂଞ୍ଜନୀଙ୍କ ପରିବାରରେ ଉଠିଥିଲା ଅଶାନ୍ତିର ଝଡ଼। ଆରମ୍ଭ ହେଲା ନିର୍ଯାତନା। ୫ ଲକ୍ଷ ଟଙ୍କା ଆଣିବା ପାଇଁ ରଶ୍ମୀ ରଂଞ୍ଜନୀଙ୍କ ଉପରେ ଚାପ ପକାଇଲେ ଦେବାଶିଷ। ଏ ନେଇ ରଶ୍ମୀ ରଂଞ୍ଜନୀ ନିଜ ବାପା ଓ ମାଆଙ୍କୁ କହିଥିଲେ। ହେଲେ ଗରିବ ଶ୍ରେଣୀରେ ହୋଇଥିବାରୁ ପରିବାର ଲୋକ ଅସହାୟ ପ୍ରକାଶ କରିଥିଲେ।
ମାଓବାଦୀଙ୍କୁ ଆଉ ମିଳିବନି ନିସ୍ତାର...ମାଓଗଡ଼ରୁ ମୁକ୍ତ ହେବ ମାଓ ସଂଗଠନ...ଯେ ପର୍ଯ୍ୟନ୍ତ ନକ୍ସଲ ମୁକ୍ତ ହୋଇନି ଲାଲଗଡ଼, ସେ ଯାଏଁ ଜାରି ରହିବ ନକ୍ସଲ ଶୂନ୍ୟ ଅପରେସନ୍। ଛତିଶଗଡ଼ ପୋଲିସ ଡିଜିଙ୍କ ଏହି ପଣ ଆଉ ଦମ୍ଭକୁ ପ୍ରମାଣିତ କରୁଛି ୩୧ ମାଓବାଦୀଙ୍କ ମୃତଦେହ।
ଅଶ୍ଳୀଳ ଏବଂ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଲୋକପ୍ରିୟ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ ।