Advertisment

Hyderabad Businessman Murder: ସଇତାନ ସାଜିଲା ନାତି, ସମ୍ପତ୍ତି ପାଇଁ ୭୦ ଥର ଛୁରୀ ଭୁସି ହତ୍ୟା

ସମ୍ପତ୍ତି ପାଇଁ ନିଜ ଜେଜେଙ୍କୁ ୭୦ ଥର ଛୁରୀ ଭୁଷି ହତ୍ୟା କରିଛି ନାତି। ଜେଜେ ହେଉଛନ୍ତି ହାଇଦ୍ରାବାଦର ଜଣେ ବିଜିନେସ ଟାଇକୁନ। ଅନ୍ୟ ପକ୍ଷରେ ନାତି ଜଣଙ୍କ ଆମେରିକାରୁ ଶିକ୍ଷା ଲାଭ କରି ପ୍ରତ୍ୟାବର୍ତ୍ତନ କରିଛି। ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ନାତି ଜେଜେକୁ ହତ୍ୟା କରିଥିବା ପ୍ରକାଶ କରିଛି ପୋଲିସ।

author-image
Saroj Kumar Jena
ଅଦ୍ୟତନ ହୋଇଛି
GrandFather

GrandFather

ହାଇଦ୍ରାବାଦରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ସମ୍ପତ୍ତି ପାଇଁ ନିଜ ଜେଜେଙ୍କୁ ୭୦ ଥର ଛୁରୀ ଭୁଷି  ହତ୍ୟାକରିଛି ନାତି। ଜେଜେ ହେଉଛନ୍ତି ହାଇଦ୍ରାବାଦର ଜଣେ ବିଜିନେସ ଟାଇକୁନ। ଅନ୍ୟ ପକ୍ଷରେ ନାତି ଜଣଙ୍କ ଆମେରିକାରୁ ଶିକ୍ଷା ଲାଭ କରି ପ୍ରତ୍ୟାବର୍ତ୍ତନ କରିଛି। ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ନାତି ଜେଜେକୁ ହତ୍ୟା କରିଥିବା ପ୍ରକାଶ କରିଛି ପୋଲିସ।

Advertisment

ହାଇଦ୍ରାବାଦର ୮୬ ବର୍ଷୀୟ ବିଜିନେସ ଟାଇକୁନ ଭେଲାମାଟି ଚନ୍ଦ୍ରଶେଖର ଜନାର୍ଦ୍ଦନ ରାଓ। ସେ ଭେଲଜାନ ଗ୍ରୁପର ଚେୟାରମ୍ୟାନ ଅଟନ୍ତି। ପାରିବାରିକ ସମ୍ପତ୍ତିର ବଣ୍ଟାକୁଣ୍ଟାକୁ ନେଇ ନାତି କିଲାରୁ କୀର୍ତ୍ତି ତେଜାଙ୍କ ସହ ତାଙ୍କର ମତାନ୍ତର ହୋଇଥିଲା। ୨୯ ବର୍ଷୀୟ ତେଜାଙ୍କ ଭାଗରେ ୪ କୋଟି ଟଙ୍କା ମୂଲ୍ୟର ଘର ପଡ଼ିଥିଲା। ଭାଗ ବାଣ୍ଟ ଠିକ ଭାବରେ ହୋଇ ନ ଥିବା ନେଇ ତେଜା ଅଭିଯୋଗ କରିବା ସହ ଭେଲାମାଟି ଚନ୍ଦ୍ରଶେଖର ଜନାର୍ଦ୍ଦନ ରାଓଙ୍କୁ ଛୁରୀରେ ଆକ୍ରମଣ କରିଥିଲେ।

ଅଧିକ ପଢ଼ନ୍ତୁ: ଦାଦନ ଯାଇଥିଲେ; ତାମିଲନାଡୁରେ ବାପା ଓ ପୁଅଙ୍କୁ ହତ୍ୟା!

ଜନାର୍ଦ୍ଦନଙ୍କୁ ୭୦ ଥର ଛୁରୀ ମାଡ କରିଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ସମୟରେ ତେଜାଙ୍କ ମା ସରୋଜିନୀ ଦେବୀ ଉପସ୍ଥିତ ଥିଲେ। ସେ ଛଡାଇବାକୁ ଚେଷ୍ଟା କରିଥିବା ବେଳେ ତେଜା ତାଙ୍କୁ ମଧ୍ୟ ଛୁରାମାଡ କରିଥିଲେ। ସେ ଆହତ ହୋଇ ହସ୍ପିଟାଲରେ ଅଛନ୍ତି।

Advertisment

ତେଜା ଆମେରିକାରେ ନିଜର ମାଷ୍ଟର୍ସ ଡିଗ୍ରୀ ସମ୍ପୂର୍ଣ୍ଣ କରିବା ପରେ ନିକଟରେ ଭାରତ ଫେରିଥିଲେ। ମା’ଙ୍କ ସହ ଜେଜେଙ୍କୁ ଭେଟିବାକୁ ଯାଇଥିବା ବେଳେ ସମ୍ପତ୍ତିକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହା ପରେ ତେଜା ଆକ୍ରମଣ କରିବା ସହ ଚନ୍ଦ୍ରଶେଖରଙ୍କୁ ହତ୍ୟା କରିଥିଲେ। ହାଇଦ୍ରାବାଦ ପୋଲିସ ତେଜାଙ୍କୁ ଗିରଫ କରିଥିବା ବେଳେ ତଦନ୍ତ ଜାରି ରହିଛି। ଜନାର୍ଦ୍ଦନ ରାଓ ଜଣେ ଶିଳ୍ପପତି ଭାବରେ ପ୍ରତିଷ୍ଠା ଅର୍ଜନ କରିଥିବା ବେଳେ ଦାତବ୍ୟ ଗୁଣ ପାଇଁ ଜଣାଶୁଣା। ଭେଲଜାନ ଗ୍ରୁପ ଜାହାଜ ନିର୍ମାଣ, ଶକ୍ତି ଓ ଶିଳ୍ପ ପରି ଏକାଧିକ କ୍ଷେତ୍ରରେ ସକ୍ରିୟ ରହିଛି।

ଅଧିକ ପଢ଼ନ୍ତୁ: ସାଙ୍ଘାତିକ ଅଭିଯୋଗ ଆଣିଲେ ଯୋଗାଣ ମନ୍ତ୍ରୀ,ସ୍ୱାସ୍ଥ୍ୟ କାର୍ଡ ହାତେଇବା ପାଇଁ ରାସନ କାର୍ଡ ନେଇଥିଲେ ଅଯୋଗ୍ୟ ହିତାଧିକାରୀ

Murder Hyderabad Murder Case
Advertisment
Advertisment