• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ସ୍ପଷ୍ଟ ଦିବାଲୋକରେ ଦିନ ଦ୍ବିପ୍ରହରରେ ଲୁଟ୍ । ମୌକା ଦେଖି ଟଙ୍କା ବ୍ୟାଗ୍ ଝାମ୍ପିନେଲେ ଲୁଟେରା । ଟଙ୍କା ବ୍ୟାଗ୍ ଧରି ଆଖି ପିଛୁଳାକେ ନଅ ଦୋ ଗ୍ୟାରା ହେଇଗଲେ ଲୁଟେରା । ପୋଲିସକୁ ଆଉ ଡରୁ ନାହାଁନ୍ତି ଲୁଟେରା । ଦିନକୁ ଦିନ ରାଜଧାନୀରେ ବଢିବାରେ ଲାଗିଛି ଲୁଟେରାଙ୍କ ଆତଙ୍କ । ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳରେ ଏକ ସିକ୍ୟୁରିଟି ସଂସ୍ଥାର ମୁଖ୍ୟଙ୍କଠାରୁ ଅଢେଇ ଲକ୍ଷ ଟଙ୍କାର ବ୍ୟାଗ୍ ଝାମ୍ପିନେଲେ ଲୁଟେରା । ସ୍ପିଡ୍ ବାଇକରେ ଆସି ଦୁଇ ଲୁଟେରା ଟଙ୍କା ବ୍ୟାଗ୍ ଧରି ଛୁ ମାରିଛନ୍ତି ।

ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ଛାନବିନ୍ ଚଳାଇଛି । ଇନଫୋସିଟି ଏସବିଆଇ ବ୍ରାଞ୍ଚରୁ ଅଢେଇ ଲକ୍ଷ ଟଙ୍କା ଧରି ଫେରୁଥିବା ବେଳେ ରେକି କରିଥିଲେ ଲୁଟେରା । ଆଉ ଅଫିସ କ୍ୟାମ୍ପସ ଭିତରେ ପଶୁ ପଶୁ ମୌକା ଦେଖି ଟଙ୍କା ବ୍ୟାଗ୍‌କୁ ଝାମ୍ପି ନେଇଛନ୍ତି ଦୁଇ ଲୁଟେରା । ଲୁଟ୍‌ର ଶିକାର ସିକ୍ୟୁରିଟି ସଂସ୍ଥାର ମୁଖ୍ୟ ଶିଶିର ମହାପାତ୍ର କହିଛନ୍ତି ପୁଅ ପାଠ ପଢା ସହ ବ୍ୟକ୍ତିଗତ କାମ ପାଇଁ ଟଙ୍କା ଉଠାଇଥିଲେ । ହେଲେ କେଇଟା ମୁହୂର୍ତ୍ତରେ ତାଙ୍କ କଷ୍ଟ ଅର୍ଜିତ ଅର୍ଥ ଲୁଟ୍ ହୋଇଯାଇଛି ।

ଇନଫୋସିଟି ଲୁଟ୍ ଘଟଣାରେ ପୋଲିସ୍ ସିସିଟିଭି ଫୁଟେଜ୍ ଆଧାରରେ ଛାନବିନ ଆରମ୍ଭ କରିଛି । ହେଲେ ଲୁଟେରାଙ୍କ ଟେର ପାଇପାରିନି । ରାଜଧାନୀରେ ନିର୍ଭୟରେ ବୁଲୁଛନ୍ତି ଲୁଟେରା । ବାରମ୍ବାର ଲୁଟ୍ ଘଟଣା ଘଟିବାପରେ କମିଶନରେଟ୍ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ ।

ଅଧିକ ପଢନ୍ତୁ: ମିଳିଲାନି ଛୁଟି, ୪ ଜଣଙ୍କୁ ଛୁରୀ ଭୁସିଦେଲେ କର୍ମଚାରୀ

ଗତ କିଛିଦିନ ହେଲା କମିଶନରେଟ ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ଆସୁଛନ୍ତି ଲୁଟେରା । ରାତିରେ ଘରେ ପସି କଳାକନା ବୁଲାଉଥିଲେ, ଏବେ ଦିନ ଦ୍ବିପ୍ରହରରେ ଜନ ଗହଳି ସ୍ଥାନରୁ ଝାମ୍ପି ନେଉଛନ୍ତି ଟଙ୍କା ବ୍ୟାଗ୍ । ଗତ ମାସ ୨୫ ତାରିଖରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ ହୋଇଥିଲା । ହେଲେ ଏପର୍ଯ୍ୟନ୍ତ ପୋଲିସ କାହାରିକୁ ଗିରଫ କରିନାହିଁ । ଏହା ପୂର୍ବରୁ ଲିଙ୍ଗରାଜ ଥାନା ଅଞ୍ଚଳରେ ଲୁଟେରା ସିଧାସଳଖ ଏଟିଏମ ମେସିନ ତାଡ଼ି ନେଇ ପାଖାପାଖି ୧୦ ଲକ୍ଷ ଟଙ୍କା ଲୁଟିନେଇଥିଲେ । ହେଲେ ପୋଲିସ ମାମଲା ରୁଜୁ କରି ଖାଲି ହାତରେ ବସିଛି । ବାରମ୍ବାର ରାଜଧାନୀରେ ଲୁଟେରାଙ୍କ ଆତଙ୍କ ବଢି ଚାଲିଥିବା ବେଳେ ପ୍ରଶ୍ନ ଉଠୁଛି ପୋଲିସ କରୁଛି କଣ ?

ଅଧିକ ପଢନ୍ତୁ: ମାଓବାଦୀଙ୍କ ଲଙ୍କାକାଣ୍ଡ; ସରପଞ୍ଚ ପ୍ରାର୍ଥୀଙ୍କୁ ହାଣି ଫିଙ୍ଗି ଦେଲେ

OTV is now on Whatsapp

Join and get latest news update delivered to you via whatsapp

Join Now