ହତ୍ୟା କରିବା ପରେ ସେ ଘରେ ହିଁ ଜାଳି ଦେଇଛି ନିଜ ମାଆକୁ । ମଙ୍ଗଳବାର ସଂଧ୍ୟାରେ ଘଟିଛି ଏହି ଅଭାବନୀୟ ଘଟଣା ।
ଦୈନିକ ପ୍ରାୟ ୨୫ରୁ ୩୦ଟି ଲିଙ୍ଗ ନିରୂପଣ ବି ଚାଲୁଥିଲା। ହେଲେ ଏଠି ପ୍ରଶ୍ନ କାହାରି ନଜରକୁ କେମିତି ଆସୁନଥିଲା?
କେତେ ସୁରକ୍ଷିତ ବ୍ୟାଙ୍କ ଲକର ? କେତେ ନିରାପଦ ବ୍ୟାଙ୍କରେ ଜମା ଥିବା ଆପଣଙ୍କ ମୂଲ୍ୟବାନ ଅଳଙ୍କାର ? କୋରାପୁଟ ଲକ୍ଷ୍ମୀପୁର SBI ଶାଖାରେ କଳାକନା ବୁଲାଇଥିବା ଦୁର୍ବୃତ୍ତ ନିକଟରେ ଧରା ପଡ଼ିଥିବା ବେଳେ ଆଜି ଢେଙ୍କାନାଳ ରାସୋଳ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ୯ ଜଣଙ୍କୁ ବାନ୍ଧିଛି ପୋଲିସ୍ ।
ଷ୍ଟ୍ରଙ୍ଗରୁମ୍ ପାଇଁ ଧାର୍ଯ୍ୟ ନିୟମାବଳୀକୁ ମାନୁଛନ୍ତି ତ ବ୍ୟାଙ୍କ କର୍ତ୍ତୃପକ୍ଷ ? ଲକର ନିର୍ମାଣରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ ସ୍ପେସିଫିକେସନର ପାଳନ କରୁଛନ୍ତି ତ ?
ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ ଆବେଦନ କରିଥିଲା ପୋଲିସ । ମାମଲା ADJ କୋର୍ଟରେ ଥିବାରୁ ରିମାଣ୍ଡ ଆବେଦନ ଖାରଜ କଲେ JMFC ।
ରାସୋଳ ଓଡ଼ିଶା ବ୍ୟାଙ୍କ ଡକାୟତି ଘଟଣାରେ ୯ ଜଣଙ୍କୁ ପୋଲିସ୍ ଗିରଫ କରିଛି। ମାରଣାସ୍ତ୍ର ଦେଖାଇ ଓ ବ୍ୟାଙ୍କ କର୍ମଚାରୀଙ୍କୁ ମାଡ଼ ମାରି ଟଙ୍କା, ସୁନା ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା।
କଟକ ସିଡିଏ ସେକ୍ଟର-୭ ମର୍କତନଗର ଅଞ୍ଚଳରେ ଗତକାଲି ସେକ୍ସ ରାକେଟ ଠାବ ହୋଇଛି। ମହିଳା କିଙ୍ଗପିନ୍ଙ୍କ ସମେତ ଜଣେ ଗ୍ରାହକ, ଜଣେ ଦଲାଲ୍ ଏବଂ ଅନ୍ୟ ଜଣେ ହୋଟେଲ୍ କର୍ମଚାରୀଙ୍କୁ ପୋଲିସ୍ ଗିରଫ କରିଛି।
ଚତୁର ଚୋରଙ୍କ ଅଭିନବ ଫଣ୍ଡା । ଆମେ ଆପଣଙ୍କୁ ଦୁଇଟି ଘଟଣା କହିବାକୁ ଯାଉଛୁ । ଗୋଟିଏ କୋରାପୁଟ ଲକ୍ଷ୍ମୀପୁରର, ଆଉ ଏକ ଘଟଣା ପର୍ଯ୍ୟଟନ କ୍ଷେତ୍ର ପୁରୀର ।
ଭୋଲାଭାଲା ଚେହେରା, ଫର୍ମାଲ୍ ଡ୍ରେସ୍, ଫର୍ମାଲ୍ ଲୁକ୍ସ । ଏଭଳି ବ୍ୟକ୍ତି ଯେ ବ୍ୟାଙ୍କରେ ପଶି କଳାକନା ବୁଲାଇଦେବ, ସହଜରେ ବିଶ୍ୱାସ ହେବା ମୁସ୍କିଲ । କିନ୍ତୁ ଜାଣିରଖନ୍ତୁ ତାର କଳା କାରନାମାା ।
ଦିଲ୍ଲୀରୁ IED ମିଳିବା ପଛରେ ପାକିସ୍ତାନର ହାତ ଥିବା ସନ୍ଦେହ କରାଯାଉଛି। ଗାଜିପୁର ଅଞ୍ଚଳରେ ଏକ ସନ୍ଦିଗ୍ଧ ବ୍ୟାଗ୍ରୁ ୧.୫ କିଲୋ ଓଜନର ବିସ୍ଫୋରକ ସାମଗ୍ରୀ ମିଳିଥିଲା। ତେବେ ଘଟଣା ପଛରେ ପାକିସ୍ତାନ ଇଣ୍ଟେଲଜେନ୍ସି ଏଜେନ୍ସି ISI(Inter-Services Intelligence)ର ହାତ ଥିବା ଦିଲ୍ଲୀ ପୋଲିସ୍ର ସ୍ପେଶାଲ ସେଲ୍ ସନ୍ଦେହ କରୁଛି।
ମୁମ୍ବାଇର ଜଣେ ମହିଳା ପିଜା ଅର୍ଡର କରିବା ପରେ ୧୧ ଲକ୍ଷରୁ ଅଧିକ ଟଙ୍କା ଅନଲାଇନ୍ରେ ଠକେଇର ଶିକାର ହୋଇଛନ୍ତି। ଅନ୍ଧେରୀର ସମ୍ପୃକ୍ତ ମହିଳା ଗତବର୍ଷ ଜୁଲାଇରେ ଅନ୍ଲାଇନ୍ରେ ପିଜା ଅର୍ଡର କରିବା ବେଳେ ଆକାଉଣ୍ଟରୁ ୯ ହଜାର ୯୯୯ ଟଙ୍କା କଟି ଯାଇଥିଲା। ପରେ ଅକ୍ଟୋବର ମାସରେ ଅନ୍ଲାଇନ୍ରେ ଡ୍ରାଏ ଫ୍ରୁଟସ୍ ଅର୍ଡର କରିବା ବେଳେ ୧ ହଜାର ୪୯୬ ଟଙ୍କା ଆକାଉଣ୍ଟରୁ କଟି ଯାଇଥିଲା।
ଭୁବନେଶ୍ୱର ପ୍ରେସ୍ ଛକରେ ଯୁବକଙ୍କୁ ହତ୍ୟା ମାମଲା । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ୍ । ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ଜଣଙ୍କୁ ଅଟକ ରଖିଛି ସହିଦ ନଗର ପୋଲିସ । ଏହି ତିନି ଜଣ ହେଉଛନ୍ତି, ମିଲୁ, ସତ୍ୟ ଏବଂ ଜିତେନ୍ଦ୍ର । ଏମାନଙ୍କଠାରୁ ହତ୍ୟାରେ ବ୍ୟବହୃତ କରିଥିବା ଛୁରୀ ଓ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିଛି ପୋଲିସ୍ ।
ଗତକାଲିର ଘଟଣା ପରେ ଅଭିଯୁକ୍ତ ମାନେ ଫେରାର ଥିଲେ । ଏମାନଙ୍କୁ ଖୋଜି ଧରିବା ପରେ ଏବେ ଖୋଳତାଡ଼ ଚାଲିଛି । ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ଯାଇ ତଦନ୍ତ କରିଛି ।
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର SBIରୁ ସୁନା ଚୋରି ମାମଲା ପଛର କାହାଣୀ ଏବେ ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି। ବ୍ୟାଙ୍କ୍ ଚୋରି ତ ନୁହେଁ ପୁରା ଫିଲ୍ମ। ଚୋରି କରିବାକୁ ଗୋଟିଏ ଦିନ ବ୍ୟାଙ୍କ୍ରେ ରହିଲା ଲୁଟାରା। ଲୁଚିଲେ ଆଉ ଲୁଟିଲେ। ଚୋରି ପଛର ମାଷ୍ଟରମାଇଣ୍ଡ ହେଉଛନ୍ତି ପୂର୍ବତନ ବ୍ୟାଙ୍କ କର୍ମଚାରୀ ଶେଖର କୁଲଦିପିଆ।
ବ୍ୟାଙ୍କ୍ ଚୋରି ତ ନୁହେଁ ପୁରା ଫିଲ୍ମ। ଚୋରି କରିବାକୁ ଗୋଟିଏ ଦିନ ବ୍ୟାଙ୍କ୍ରେ ରହିଲା ଲୁଟାରା। ଲୁଚିଲେ ଆଉ ଲୁଟିଲେ।
ଭୁବନେଶ୍ୱରର ବିଭିନ୍ନ ଛକରେ ଲାଗିଥିବା ଡିଜିଟାଲ୍ କିଓସ୍କରେ ଅଶ୍ଲୀଳ ଭିଡିଓ ଚାଲିଥିବା ଅଭିଯୋଗ ହୋଇଛି। ପାଖାପାଖି ୧୦ରୁ ୧୫ ମିନିଟ ଧରି ଅଶ୍ଲୀଳ ଭିଡିଓ ଚାଲିଥିବା ସୂଚନା ମିଳିଛି।
ଛୁରାମାଡ଼ରେ ଆଉ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ନୟାପଲ୍ଲୀ ଅଞ୍ଚଳର ଦୁର୍ବୃତ୍ତ ମାନେ ଚିଣ୍ଟୁ ଏବଂ ଆଉ ଜଣଙ୍କୁ ଛୁରାମାଡ଼ କରିଥିଲେ । ଫଳରେ ଚିଣ୍ଟୁଙ୍କ ମୃତ୍ୟୁ ହୋଇଥିବା ଅନ୍ୟ ଜଣେ ଆହତ ହୋଇ ମେଡ଼ିକାଲ୍ରେ ଭର୍ତ୍ତି ହୋଇଛନ୍ତି ।
ଭୁବନେଶ୍ୱର ପାଲଟିଛି ଠକଙ୍କ କ୍ୟାପିଟାଲ । ଯିଏ ଯାହାର ଚିତା କାଟିଲା, ଯିଏ ଯାହାକୁ ଚୂନ ଲଗେଇପାରିଲା । ଗାଡ଼ି ହେଉ କି ଚାକିରି, ଘର ହେଉ କି ଜାଗାବାଡ଼ି । ମିଛ ପ୍ରଲୋଭନ ଦେଇ ବେଧଡ଼କ ଢଙ୍ଗରେ କୋଟି କୋଟି ଟଙ୍କାର ଠକେଇ କରୁଛନ୍ତି କିଛି ଠକ ।
ଏମାନଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ: କଳାହୀରାକୁ ଏମିତି ଉପାୟରେ କରୁଛନ୍ତି ଚୋରୀ, ଅନ୍ଧାର ରାତିର ସୁଯୋଗ ନେଇ ମାଲେ ମାଲ ହେଉଛନ୍ତି ଚୋରା ବେପାରୀ ।
ପୋଲିସ ଚେକିଂ ଆଳରେ ଗାଡ଼ି ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼ ମାରିଥିଲା । ଏମିତିକି ପୋଲିସ ମାଡ଼ରେ ଡ୍ରାଇଭର ଜଣକ ଲହୁଲୁହାଣ ହୋଇପଡ଼ିଥିଲେ । ପୋଲିସର ନିସ୍ତୁକ ମାଡ଼ ପରେ ଡ୍ରାଇଭର ଜଣକ ଅତ୍ୟନ୍ତ ଅସହାୟ ଅନୁଭବ କରିବା ସହ ଭୋ ଭୋ ହୋଇ ସେଠାରେ କାନ୍ଦିଥିଲେ ।
ତଦନ୍ତ ପରେ ସତ ଜଣାପଡ଼ିଥିଲା। ବୁର୍ଲା ଭିସୁଟର ୬ ଛାତ୍ରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ବଜାରରେ ମିଳୁଥିବା ସସ୍କୁ ଆପଣ ବେଶ୍ ଉପଭୋଗ କରି ଖାଉଥିବେ । ଲାଲ ରଙ୍ଗର ସସ୍ ଦେଖିବାକୁ ଯେତେ ସୁନ୍ଦର ସ୍ୱାସ୍ଥ୍ୟ ପକ୍ଷେ ସେତେ ଖରାପ । ଏହା ଆମେ କହୁନୁ ବରଂ ଏଭଳି କିଛି ଦୃଶ୍ୟ କଟକର ମାଲଗୋଦାମରେ ଦେଖିବାକୁ ମିଳିଛି । ଏହାର ତିଆରି ପ୍ରଦ୍ଧତି ଓ କାରଖାନାକୁ ଦେଖିଲେ ଏହା ସ୍ପଷ୍ଟ ଭାବେ ଜାଣି ହେବ ଯେ ଏହା ଦେହ ପ୍ରତି କେତେ ହାନିକାରକ ।
ସୁରେଖାଙ୍କ ମୃତ୍ୟୁ ହତ୍ୟା ନୁହେଁ ବରଂ ଆତ୍ମହତ୍ୟା ବୋଲି ପୋଲିସ୍ ସ୍ପଷ୍ଟ କରିଛି। ଏହା ପଛରେ ରହିଛି ସୁରେଖାଙ୍କ ବୟଫ୍ରେଣ୍ଡଙ୍କ ସମ୍ପୃକ୍ତି।
ହ୍ୱାଟ୍ସଆପ୍ ନମ୍ବରରେ ମେସେଜ୍ ପଠାଇ କହୁଛନ୍ତି ଆପଣଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ପ୍ରାଇଜ୍ ଉଠିଛି। ହେଲେ ସେହି ମେସେଜ୍ ଅନୁସାରେ କାମ କଲେ ଆକାଉଣ୍ଟରୁ ଉଡ଼ିଯାଉଛି ଟଙ୍କା...ଜାଣନ୍ତୁ କେମିତି?
ଉପରେ ମାଛ ହୋଲ୍ସେଲିଂ, ଭିତରେ ଧଳାଜହର(ବ୍ରାଉନସୁଗର) କଳା କାରବାର। ଆନ୍ତରାଜ୍ୟ ବ୍ରାଉନସୁଗର ବେପାରୀ ଲଲନ ଶାହା ଧରାପଡ଼ିବା ପରେ ଜଳେଶ୍ୱର ଧଳାଜହର କାରବାରର ଗୁମର ଖୋଲିଛି।