• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏକମାତ୍ର ରୋଜଗାରିଆ ପୁଅ ଯିବା ପରେ ଆମେ ବଞ୍ଚିବୁ କେମିତି ? ଆମେ ଆପଣଙ୍କୁ ଭୋଟ୍ ଦେଇଛୁ, ଆପଣ ଆମକୁ ନ୍ୟାୟ ଦିଅନ୍ତୁ ? ନୟାଗଡ଼ର ଯୁବ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ପରିବାରକୁ ନ୍ୟାୟ ଦାବି କରି ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏଭଳି ଗୁହାରୀ କରିଛନ୍ତି ମାଆ ଯମୁନା ସ୍ୱାଇଁ । ଘଟଣାକୁ ପ୍ରାୟ ଦେଢ଼ ମାସ ବିତିଯାଇଥିଲେ ବି ହତ୍ୟାର ମାଷ୍ଟର ମାଇଣ୍ଡ୍ କୁହାଯାଉଥିବା ୱେବ୍ ଚ୍ୟାନେଲ୍ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ଏଯାଏଁ ଟେର୍ ମିଳୁନାହିଁ । ଅଭିଯୁକ୍ତା ଗିରଫ ନହେବା ଯାଏଁ ତାଙ୍କୁ ନ୍ୟାୟ କେମିତି ମିଳିବ, ତାହା ମୁଖ୍ୟମନ୍ତ୍ରୀ ବିଚାର କରନ୍ତୁ ବୋଲି କୋହଭରା କଣ୍ଠରେ କହିଛନ୍ତି ଯମୁନା ।

ଏ ରହସ୍ୟମୟ ମାମଲାରେ ୱେବ୍ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ଭୂମିକାକୁ ନେଇ ଚର୍ଚ୍ଚା ଜୋର ଧରୁଥିଲେ ବି ଏଯାଏଁ ତାଙ୍କ ପାଖ ଛୁଇଁ ପାରିନି ଚାନ୍ଦବାଲି ପୋଲିସ । ତେବେ ପୋଲିସର ୩ଟି ଟିମ୍ ତାଙ୍କୁ ରାଜ୍ୟ ଭିତରେ ଓ ବାହାରେ ଖୋଜାଖୋଜି ଜାରି ରଖିଛି । ହେଲେ ଶର୍ମିଷ୍ଠାଙ୍କ ସମ୍ପର୍କରେ ଏଯାଏଁ ପୋଲିସକୁ କିଛି ଠୋସ୍ ସୁରାଗ୍ ମିଳିପାରିନି ।

ତେବେ ଗୁରୁତ୍ୱରୂର୍ଣ୍ଣ ଘଟଣା କ୍ରମରେ ତଦନ୍ତକାରୀ ଟିମ୍ ହାତରେ ଲାଗିଛି ମାନସଙ୍କ ମୋବାଇଲ ଫୋନ୍ । ଯାଜପୁର ଧର୍ମଶାଳା ୧୬ ନମ୍ବର ଜାତୀୟ ରାଜପଥ ସଙ୍ଖାରିଢ଼ିହ ନିକଟ ରାସ୍ତାକଡରୁ ମୋବାଇଲଟି ଉଦ୍ଧାର ହୋଇଥିବା ବେଳେ ତାକୁ ରଖିଥିବା ଜଣେ ପାନ ଦୋକାନୀଙ୍କଠାରୁ ମୋବାଇଲ ଜବତ କରିଛି ପୋଲିସ ।

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଭଦ୍ରକ ରିଜର୍ଭ ପୋଲିସ ବାରାକ୍‌ରେ ଚାନ୍ଦବାଲି ପୋଲିସ ଦୀପକ ନାମକ ଆଉ ଜଣେ ଅଭିଯୁୁକ୍ତକୁ ଜେରା କରିଥିବା ଚର୍ଚ୍ଚା ହେଉଛି । ତେବେ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ପୋଲିସ ପଞ୍ଝାରୁ ଖସିଯିବାକୁ ବାରମ୍ବାର ସ୍ଥାନ ବଦଳାଉଥିବାରୁ ପୋଲିସ ତା ନିକଟରେ ପହଞ୍ଚି ପାରୁନି ନା ତା ଫେରାର ପଛରେ ଆଉ କିଛି ରହସ୍ୟ ଅଛି, ତାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି ।