Advertisment

ମାନସଙ୍କ ପାଖରୁ ମେମୋରି ଚିପ୍ ପାଇଁ ଦଳବଳ ଧରି ଚାନ୍ଦବାଲି ଯାଇଥିଲେ ଶର୍ମିଷ୍ଠା

ପୋଲିସକୁ ଅତି ନିକଟରୁ ଚକମା ଦେଇ ସୀମାପାର୍ ହୋଇଗଲେ ଶର୍ମିଷ୍ଠା।

author-image
Chandan Shishu
ଅଦ୍ୟତନ ହୋଇଛି
undefined

Cameraman Murder Mystery

ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ଇସାରା କରୁଛି। କ୍ୟାମେରାମ୍ୟାନ୍ ମାନସ ମର୍ଡର ମିଷ୍ଟ୍ରିରେ ରହସ୍ୟଜନକ ମେମୋରି ଚିପ୍ ଉପରେ କେନ୍ଦ୍ରୀଭୂତ ହେଉଛି, ପୋଲିସ ତଦନ୍ତର ଗତିବିଧି। ଅର୍ଥାତ ଯେଉଁ ମେମୋରି ଚିପ୍ କଥା କୁହାଯାଉଥିଲା, ତାପାଇଁ ହିଁ ମାନସଙ୍କ ମୁଣ୍ଡ ଗଡ଼ିଥିବା ଆଶଙ୍କା। ସେହି ଆଶଙ୍କା ଏବେ ଦୃଢ଼ୀଭୂତ ହେଉଛି, ଏକ ୱେବ୍ ଚାନେଲ୍‌ର ପ୍ରତ୍ୟକ୍ଷଦର୍ଶୀ ଜର୍ଣ୍ଣାଲିଷ୍ଟ ଶରତ ଚନ୍ଦ୍ର ପଣ୍ଡାଙ୍କ ବୟାନରୁ। ଓଟିଭିକୁ EXCLUSIVE ତଥ୍ୟ ଦେଇ ଶରତ ବଖାଣିଛନ୍ତି ଲେଡି ଜର୍ଣ୍ଣାଲିଷ୍ଟ ଶର୍ମିଷ୍ଠା ରାଉତ ଓ ମେମୋରିଚିପ୍‌ର କଥା। ଫେବୃୟାରୀ ୬। ସମୟ ରାତି ପ୍ରାୟ ୧୦ଟା। ଜଣେ ମହିଳା ଓ ୩ ପୁରୁଷଙ୍କ ସହ ପ୍ରେସ ଲେଖାଥିବା ଏକ କାରରେ ଚାନ୍ଦବାଲି ଯାଇଥିଲେ ଶର୍ମିଷ୍ଠା। ପୂର୍ବ ପରିଚିତ ଦୃଷ୍ଟିରୁ ଶରତଙ୍କୁ ଡାକି ପଳାସପୁର ଗାଁ ରାସ୍ତା ସମ୍ପର୍କରେ ପଚାରିଥିଲେ। ଯେଉଁ ଗାଁକୁ ଏହି ବାହାଘର ସୁଟିଂ ପାଇଁ ଯାଇଥିଲେ ମାନସ। 

Advertisment

ତେବେ ରାତି ପାହିବା ପରେ ସହଯୋଗୀ କ୍ୟାମେରାମ୍ୟାନ୍ ଦେବାଶିଷ ଜେନାଙ୍କ ସହ ମାନସ ଫେରୁଥିଲେ। ତାପୂର୍ବରୁ ପଳାସପୁର ଗାଁ ନିକଟରେ ଶରତଙ୍କୁ ଧରି ଛକି ରହିଥିଲେ ଶର୍ମିଷ୍ଠା। ଆଉ ମାନସ ପହଞ୍ଚିବାକ୍ଷଣି ତାଙ୍କୁ ମେମୋରି ଚିପ୍ କଥା ପଚାରି ୨ ଚାପୁଡ଼ା ମାରିଥିଲେ। ଆଉ ମାନସକୁ କାରରେ ବସାଇ ନେଇଥିଲେ ୫ ଜଣ। 

ଗତକାଲି ଶରତ ଓ ଦେବାଶିଷଙ୍କ ବୟାନ୍ ରେକର୍ଡ କରିଛି ପୋଲିସ। ତଥାପି ୱେବ ପୋର୍ଟାଲ୍ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ଧରିବାରେ ଏଯାଏଁ ସକ୍ଷମ ହୋଇପାରିନି। କେବଳ ଶର୍ମିଷ୍ଠା ନୁହଁନ୍ତି, ଆଉ ଜଣେ ମହିଳା ଓ ଅନ୍ୟ ୩ ପୁରୁଷଙ୍କ ଏଯାଏଁ ପତ୍ତାପାଉନି। ଯେଉଁଥିରେ ଦୀପକ ବେହେରା ନାମକ ଜଣେ ଯୁବକ ରହିଛନ୍ତି। ଯିଏ ଚାନ୍ଦବାଲିକୁ ବାହାଘର ସୁଟିଂ ପାଇଁ ଯାଇଥିବାବେଳେ ମାନସଙ୍କ ଗତିବିଧି ସମ୍ପର୍କରେ ଶର୍ମିଷ୍ଠାଙ୍କୁ ଟିକିନିଖି ତଥ୍ୟ ଦେଇଥିଲେ। ସମସ୍ତଙ୍କୁ ଧରିବା ପାଇଁ ଚାନ୍ଦବାଲି ଓ କମିଶନରେଟ୍ ପୋଲିସର ୩ଟି ସ୍କ୍ବାର୍ଡ ଅପରେସନ୍ ଜାରି ରଖିଛନ୍ତି।

Advertisment

ଆଶ୍ଚର୍ଯ୍ୟର କଥା ହେଉଛି, ମାର୍ଚ୍ଚ ୧୨ରେ ୩ ଅଭିଯୁକ୍ତ ଧରାପଡ଼ିବା ପରେ କେନ୍ଦ୍ରାପଡ଼ା ଆଳି ଅଞ୍ଚଳରେ ଶର୍ମିଷ୍ଠାଙ୍କ ଘରେ ରେଡ୍ କରିଥିଲା ଚାନ୍ଦବାଲି ପୋଲିସ। ଅଥଚ ପୋଲିସକୁ ଅତି ନିକଟରୁ ଚକମା ଦେଇ ସୀମାପାର୍ ହୋଇଗଲେ ଶର୍ମିଷ୍ଠା। ଆଉ ତାଙ୍କୁ ଧରିବା ପାଇଁ ଗୋଟିଏ ଟିମ୍ ଦିଲ୍ଲୀ ଯାଇଥିବା ଚର୍ଚ୍ଚା ହେଉଛି।ଏପଟେ ଏୟାରଫିଲ୍ଡ ଥାନା ପୋଲିସ ଦୟାଲ ଆଶ୍ରମ ଆଖପାଖରେ ଲାଗିଥିବା ସମସ୍ତ ସିସିଟିଭିକୁ ଘାଣ୍ଟୁଛି। ଏକ ହାର୍ଡଡିସ୍କକୁ ସିଜ୍ କରିଛି। ଯେଉଁଥିରେ ସପ୍ତାହେର ତଥ୍ୟ ରହିଛି।

ତେବେ ପାଓ୍ବାର କରିଡରରୁ ଆରମ୍ଭ କରି ବହୁ ପ୍ରଭାବଶାଳୀଙ୍କ ସହ ଲିଙ୍କ୍‌ରେ ଥିବା ଶର୍ମିଷ୍ଠା ଏବେ କେଉଁଠି ? ଅପହରଣ ଓ ହତ୍ୟା ଭଳି ସଂଗୀନ ଅପରାଧ ସତ୍ତ୍ୱେ କାହା ଛତ୍ରଛାୟାରେ ଆତ୍ମଗୋପନ କରିଛନ୍ତି କି ଶର୍ମିଷ୍ଠା ? ଆଶ୍ରମ ପରିଚାଳନାଠୁ ଆରମ୍ଭ କରି ୱେବ ଚାନେଲ୍ ଚଳାଇବା ଯାଏଁ କେଉଁଠୁ ଏବଂ କି ଉପାୟରେ ଆଣୁଥିଲେ ଅନୁଦାନ ? ତାଙ୍କର ଏହି ସାମ୍ରାଜ୍ୟର ପୃଷ୍ଠପୋଷକ କେଉଁ ବଡ଼ ବଡ଼ିଆମାନେ ? ଏବେ ଏଭଳି ଅନେକ ପ୍ରଶ୍ନ ଘୁରିବୁଲୁଛି।

ରିପୋର୍ଟ: ବାସୁଦେବ ଦାସ, ଆଲୋକ ମହାନ୍ତି

Cameraman Manas Swain Murder Cameraman Manas Swain
Advertisment
Advertisment