Advertisment

ସେବାୟତ ହତ୍ୟା ଘଟଣାରେ ୬ ଗିରଫ: ହତ୍ୟା ପାଇଁ ଦିଆଯାଇଥିଲା ସୁପାରୀ

ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୬ ଜଣଙ୍କ ମଧ୍ୟରେ ୨ ଜଣ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅଛନ୍ତି। ହତ୍ୟା ପାଇଁ ସୁପାରୀ ଦିଆଯାଇଥିଲା ବୋଲି ଜଣାପଡ଼ିଛି।

author-image
Rajalaxmi Sahoo
Murder of Puri Jagannath Temple Servitor

Murder of Puri Jagannath Temple Servitor

ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୬ ଜଣଙ୍କ ମଧ୍ୟରେ ୨ ଜଣ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅଛନ୍ତି। ମୁଖ୍ୟ ଷଡ଼ଯନ୍ତ୍ରକାରୀ ହେଲେ କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ ସିଂହାରୀ। ଅନ୍ୟ ଗିରଫ ୪ ଜଣ ହେଲେ ମୁନା ପାତ୍ର, ସନ୍ଦୀପ ଜେନା, କାଳୁ ପାଣିଗ୍ରାହୀ ଓ ବାବା ମହାପାତ୍ର। ହତ୍ୟା ପାଇଁ ସୁପାରୀ ଦିଆଯାଇଥିଲା ବୋଲି ଜଣାପଡ଼ିଛି।

Advertisment

ଆଜି ସମସ୍ତ ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ୍‌ପି କନଓ୍ୱର ବିଶାଲ ସିଂହ କହିଛନ୍ତି। ଘଟଣା ସମ୍ପର୍କରେ ଅଧିକ ଜେରା ଲାଗି ରିମାଣ୍ଡରେ ଆଣିବା ପାଇଁ ଆବେଦନ କରାଯିବ ବୋଲି ଏସ୍‌ପି କହିଛନ୍ତି। ଏହାସହ କାଳୁକୁ ଦିଆଯାଇଥିବା ସୁପାରୀରୁ କିଛି ଟଙ୍କା ମଧ୍ୟ ଜବତ କରାଯାଇଥିବା ଏସ୍‌ପି କହିଛନ୍ତି। 

ସୂଚନାଥାଉ କି, ମାର୍ଚ୍ଚ ୧୬ ତାରିଖ ଦିନ ଦିବାଲୋକରେ ସେବାୟତ କୃଷ୍ଣଚନ୍ଦ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ କୃଷ୍ଣଚନ୍ଦ୍ରଙ୍କୁ ବାରବାଟୀ ଯାଗାରେ ହତ୍ୟା କରାଯାଇଥିଲା। ଯାଗା ଘରେ ବସିଥିବା ବେଳେ ଦୁବୃର୍ତ୍ତମାନେ ତାଙ୍କୁ ତିନି ରାଉଣ୍ଡ ଫାୟାରିଂ କରିଥିଲେ। ଅତି ନିକଟରୁ ତାଙ୍କୁ ଗୁଳିମାଡ଼ କରାଯାଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେତେବେଳକୁ ସେ ପ୍ରାଣ ହରାଇ ସାରିଥିଲେ। 

Advertisment

ପୁରୀର ବହୁଚର୍ଚ୍ଚିତ ଗୁନ୍‌ ସିଂହାରୀ ହତ୍ୟାକାଣ୍ଡ ମାମଲାରେ ଅନ୍ୟତମ ଅଭିଯୁକ୍ତ ଥିଲେ କୃଷ୍ଣଚନ୍ଦ୍ର। ଗୁନ୍‌ ସିଂହାରୀ ହତ୍ୟାକାଣ୍ଡ ଷଡ଼ଯନ୍ତ୍ର ମାମଲାରେ ସେ ସମ୍ପୃକ୍ତ ଥିଲେ । ୧୦ ବର୍ଷ ତଳର ମାମଲାର ରାୟ ଗତ ଜାନୁଆରୀ ମାସରେ ଆସିଥିଲା। ଯେଉଁଥିରେ ସମସ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା। ଏହାପରେ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରାଯାଇଥିବାରୁ ଏନେଇ ସନ୍ଦେହ ବଢ଼ିଥିଲା। 

Krushna Chandra Pratihari Murder Puri Srimandir Servitor Murder Case
Advertisment
Advertisment