Advertisment

ମିଳିଲା ବଡ଼ ପ୍ରମାଣ: ଅତି ନିଜର ଥିଲେ ଶର୍ମିଷ୍ଠା, ଅବସର ଦିନ ଲାଲେଲାଲ୍‌ କରିଦେଲେ ନିରଞ୍ଜନ

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଓ ବଡ଼ ଖୁଲାସା ହୋଇଛି। ହତ୍ୟାକାଣ୍ଡ ପଛରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Cameraman Manas Swain Murder Case

Cameraman Manas Swain Murder Case

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଓ ବଡ଼ ଖୁଲାସା ହୋଇଛି। ହତ୍ୟାକାଣ୍ଡ ପଛରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି। ଆଜି ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଭଦ୍ରକ ଅତିରିକ୍ତ ଏସ୍‌ପି ଯତୀନ ପଣ୍ଡା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ହତ୍ୟା ଯୋଜନା, ମାଡ଼ ମାରିବା, ଶବ ପୋତିବାରେ ନିରଞ୍ଜନଙ୍କ ସମ୍ପୃକ୍ତି ଓ ଷଡ଼ଯନ୍ତ୍ର ଥିଲା। 

Advertisment

ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀଙ୍କ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କର ବଡ଼ ପ୍ରମାଣ ମିଳିଛି। ୱେବ୍‌ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ପ୍ରତି ନିରଞ୍ଜନ ଅବସର ଦିନ ଅଯାଚିତ ଅନୁକମ୍ପା ଅଜାଡ଼ି ଦେଇଥିଲେ। ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଥିବାବେଳେ ଶର୍ମିଷ୍ଠାଙ୍କ ପାକ୍ଷିକ ନ୍ୟୁଜ୍‌ ପେପର ସଂପୂର୍ଣ୍ଣାକୁ ଏମ୍‌ପ୍ୟାନେଲ ପାଇଁ ନିରଞ୍ଜନ ଅନୁମତି ଦେଇଥିଲେ। ଅବସର ଦିନ ଶର୍ମିଷ୍ଠାଙ୍କ ପ୍ରତି ଏହି ଅଯାଚିତ ଅନୁକମ୍ପା ଅଜାଡ଼ି ଦେଇଥିଲେ ନିରଞ୍ଜନ। ଫେବୃଆରୀ ୨୮ ତାରିଖରେ ସଂପୂର୍ଣ୍ଣାକୁ ଏମ୍‌ପ୍ୟାନେଲ କରିଥିଲେ ନିରଞ୍ଜନ।ସରକାରୀ ବିଜ୍ଞାପନ ପାଇବା ନିମନ୍ତେ ଏମ୍‌ପ୍ୟାନେଲ କରିଥିଲେ ନିରଞ୍ଜନ।

ଗତ ୭ ତାରିଖରେ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁଙ୍କୁ ଅପହରଣ କରାଯାଇଥିଲା। ୧୪ ତାରିଖରେ ଏନେଇ ପରିବାର ପକ୍ଷରୁ ଏତଲା ହୋଇଥିଲା। ଏହି ଘଟଣାରେ ନିରଞ୍ଜନ ସେଠୀଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ଥିବା ପୋଲିସ କହି ଥିବାବେଳେ ୨୮ ତାରିଖରେ ଶର୍ମିଷ୍ଠାଙ୍କ ସଂପୂର୍ଣ୍ଣା ପେପରକୁ ଏମ୍‌ପ୍ୟାନେଲ ପାଇଁ ଅନୁମତି ଦେଇଥିଲେ ନିରଞ୍ଜନ। ଏଠାରେ ପ୍ରଶ୍ନ ଉଠୁଛି ଶର୍ମିଷ୍ଠା ଓ ନିରଞ୍ଜନଙ୍କ ଭିତରେ କ’ଣ ଥିଲା ସଂପର୍କ ? 

Advertisment

ସୂଚନାଥାଉ କି, ଅପହରଣ ପରେ ମାନସଙ୍କୁ ଭୁବନେଶ୍ୱର ଦୟାଲ ଆଶ୍ରମ ଅଣାଯାଇଥିଲା। ଯେଉଁଠି ତାଙ୍କୁ ମାଡ଼ ମାରିଥିଲେ ନିରଞ୍ଜନ। ମାନସଙ୍କୁ ହାତରେ ଏବଂ ଘାତକ ଅସ୍ତ୍ରରେ ପିଟିଥିଲେ। ଦୟାଲ ଆଶ୍ରମରେ ହିଁ ମାନସଙ୍କୁ ହତ୍ୟା କରାଯାଇଥିଲା ବୋଲି ଏଏସ୍‌ପି କହିଛନ୍ତି। ହତ୍ୟାକାଣ୍ଡ ପଛରେ ଚର୍ଚ୍ଚା ହେଉଥିବା ଚିପ୍ ସମ୍ପର୍କରେ ବି ପ୍ରେସମିଟ୍‌ରେ ସେ ସୂଚନା ଦେଇଛନ୍ତି। ଗୋଟିଏ ଚିପ୍ ପାଇଁ ଏସବୁ ଘଟଣା ଘଟିଛି ହେଲେ ପୋଲିସ୍ ହାତରେ ଏବେ ଯାଏ ସେହି ଚିପ୍‌ଟି ଲାଗିନି। ଏହାସହ ଅଶ୍ଳୀଳ ଭିଡିଓ ସମ୍ପର୍କରେ ତଦନ୍ତ ବେଳେ କିଛି ତଥ୍ୟ ମିଳିନଥିବା ସେ କହିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ନିରଞ୍ଜନଙ୍କ ସହ ମାନସଙ୍କ କ’ଣ ସମ୍ପର୍କ ଥିଲା ? ମାନସଙ୍କୁ ହତ୍ୟା କରିବାକୁ ଯୋଜନା କାହିଁକି କଲେ ନିରଞ୍ଜନ ?

ଅନ୍ୟପକ୍ଷରେ, କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଫେରାର ଅଛନ୍ତି। ଶର୍ମିଷ୍ଠା ରାଉତଙ୍କୁ ଖୋଜା ଚାଲିଥିବା ଭଦ୍ରକ ଏଏସ୍‌ପି ଯତୀନ ପଣ୍ଡା ସୂଚନା ଦେଇଛନ୍ତି। 

ମାନସ ହତ୍ୟାର ଟାଇମ୍‌ଲାଇନ୍‌...

  • ଫେବୃଆରୀ ୫ରେ ଭୁବନେଶ୍ୱର ଦେଇ ଚାନ୍ଦବାଲି ଯାଇଥିଲେ ମାନସ 
  • ଫେବୃଆରୀ ୬ରେ ଚାନ୍ଦବାଲିରେ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମାନସ 
  • ଫେବୃଆରୀ ୭ରେ ଭୋର୍‌ ସମୟରେ ମାନସଙ୍କୁ ଅପହରଣ କରାଯାଇଥିଲା  
  • ଶର୍ମିଷ୍ଠାଙ୍କ ସହ ୫ ଜଣ ମାନସଙ୍କୁ ଅପହରଣ କରିଥିଲେ 
  • ଅପହରଣ ପରେ ମାନସଙ୍କୁ ଭୁବନେଶ୍ୱର ଦୟାଲ ଆଶ୍ରମକୁ ଅଣାଯାଇଥିଲା 
  • ମାନସଙ୍କୁ ମାଡ଼ ମାରି ହତ୍ୟା କରାଯାଇଥିଲା  
  • ଫେବୃଆରୀ ୮ରେ ନୟାଗଡ଼ ରଣପୁରରେ ମୃତଦେହ ପୋତିଥିଲେ
  • ମାର୍ଚ୍ଚ ୧୨ରେ ମାନସଙ୍କ ମୃତଦେହ ନୟାଗଡ଼ ରଣପୁର ଗୋଡ଼ିପୋଖରୀରୁ ମିଳିଥିଲା 
  • ମାର୍ଚ୍ଚ ୧୪ରେ ମାନସଙ୍କ ପରିବାର ପକ୍ଷରୁ ଦିଆଯାଇଥିଲା ଏତଲା 

Camera Man Manas Swain Cameraman Murder Case Cameraman Manas Swain Murder
Advertisment
Advertisment