• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବାସୁଦେବପୁର ଚୁଡ଼ାମଣି ସାମୁଦ୍ରିକ ଥାନା ଅଞ୍ଚଳ ରାଧାକାନ୍ତପୁରରେ ସ୍ତ୍ରୀକୁ ପୋଡ଼ି ହତ୍ୟା ଉଦ୍ୟମ । ପାରିବାରିକ କଳହରୁ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ପୋଡ଼ି ମାରିଦେବାକୁ ଉଦ୍ୟମ କରିଛନ୍ତି । ଅର୍ଦ୍ଧଦଗ୍ଧ ଅବସ୍ଥାରେ ସ୍ତ୍ରୀଙ୍କୁ ନିଜେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତେବେ ପୋଲିସ ସଂପୃକ୍ତ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖିଛି ।

କୌଣସି କାରଣରୁ ଗାଁର ଅଟଳ ମଳିକ ଓ ତାଙ୍କ ସ୍ତ୍ରୀ ମାନସୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଅଟଳ କିରାସିନ ଢାଳି ସ୍ତ୍ରୀ ମାନସୀକୁ ପୋଡି ମାରିଦେବାକୁ ଉଦ୍ୟମ କରିଥିଲେ ବୋଲ୍ । ମାନସୀଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ନିଆଁରେ ମହିଳାଙ୍କ ଶରୀରର ପ୍ରାୟ ୭୦ ଭାଗ ପୋଡି ଯାଇଛି । ଅନ୍ୟପକ୍ଷରେ ସ୍ତ୍ରୀଙ୍କୁ ଉଦ୍ଧାର କରିବାବେଳେ ଅଟଳଙ୍କ ହାତ ମଧ୍ୟ ଆଂଶିକ ପୋଡ଼ିଯାଇଛି ।