/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647922965.jpg)
Fraud Marriage
ବାହା ହେବାକୁ ଆସି ବର ହଟହଟା। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ଚାଉଳସୁଖା ଗାଁରେ ବାହା ହେବାକୁ ଆସି ବର ହଟହଟା ହୋଇଛି। ସାଙ୍ଗରେ ବରଯାତ୍ରୀ ଆଣିନଥିବାରୁ ଗାଁ ଲୋକଙ୍କ ମଧ୍ୟରେ ସନ୍ଦେହ ବଢ଼ିଥିଲା। ପରେ କନ୍ୟାପକ୍ଷ ଲୋକେ ବାହାଘର କରିବାକୁ ରାଜି ହୋଇନଥିଲେ। ଆଉ ବରକୁ ଅଟକ ରଖି ପଚରା ଉଚରା କରିଥିଲେ।
Advertisment
ପଚରାଉଚରା ବେଳେ ବର ପୂର୍ବରୁ ବିବାହିତ ବୋଲି ଜଣାପଡ଼ିବା ପରେ ତାକୁ ଗ୍ରାମବାସୀ ଅଟକ ରଖିଥିଲେ। ବାହାଘର ଦିନ ବର ପକ୍ଷ ତରଫରୁ ୧୫୦ ବରଯାତ୍ରୀ ଆସିବା ପାଇଁ କହିଥିଲେ କନ୍ୟାପକ୍ଷ।
ହେଲେ ଗତକାଲି ବର ବେଶରେ ଯୁବକ ଜଣକ ଗୋଟିଏ ଗାଡିରେ ଆସିଥିଲେ। ବାହାଘର ପାଇଁ ସାଙ୍ଗରେ ବରଯାତ୍ରୀ ଆସିନଥିବାରୁ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ବରବେଶରେ ଆସିଥିବା ଯୁବକଙ୍କ ନାଁ ଲକ୍ଷ୍ମୀକାନ୍ତ ତିଓ୍ୱାରୀ ବୋଲି ଜଣାପଡିଛି l ଝିଅର ମାଆଙ୍କ କହିବା ଅନୁସାରେ ନକଲି ସୁନା ଓ କିଛି ମିଠା ନେଇ ବର ଆସିଥିଲା। ଘଟଣା ସ୍ଥଳରେ କଣ୍ଟାବାଞ୍ଜି ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)