Advertisment

ପୋଲିସ ପଞ୍ଝାରେ ଧରାପଡ଼ିଲା ପ୍ରଫେସରଙ୍କୁ ଚୂନ ଲଗାଇଥିବା ଠକ

ଅଭିଯୁକ୍ତଙ୍କ ଠାରୁ ୧୦୦ରୁ ଉର୍ଦ୍ଧ୍ୱ ବିଭିନ୍ନ କମ୍ପାନୀର ସିମ୍ କାର୍ଡ ଜବତ କରିଛି।

author-image
Chandan Shishu
ଅଦ୍ୟତନ ହୋଇଛି
Cyber Crime

Cyber Crime

ପୋଲିସ ପଞ୍ଝାରେ ପ୍ରଫେସରଙ୍କୁ ଚୁନ ଲଗାଇ ୪ ଲକ୍ଷ ଟଙ୍କା ଗାୟବ କରିଥିବା ସାଇବର ଠକ। ରେଭେନ୍ସା ବିଶ୍ୱବିଦ୍ୟାଳୟର ଜୟଦେବ ଜେନା ନାମକ ଜଣେ ପ୍ରଫେସରଙ୍କୁ ଗତ ଫେବୃଆରୀ ୨୮ ତାରିଖରେ ବିଏସ୍ଏନ୍ଏଲର କର୍ମଚାରୀ କହି ଠକ ଜଣକ ଫୋନ କରିଥିଲା। ସିମ୍ ଅପଡେଟ କରିବାକୁ କହି ଅଭିଯୁକ୍ତ ଜଣଙ୍କ ପ୍ରଫେସରଙ୍କୁ ଫୋନ କରି ତାଙ୍କ ସିମ୍ ବନ୍ଦ ହୋଇଯିବ ବୋଲି କହି ଦୁଇଟି ଆପ ଡାଉନଲୋଡ କରିବାକୁ କହିଥିଲା।

Advertisment

ବ୍ୟକ୍ତି ଜଣଙ୍କ ସେହି ଆପ ଦୁଇଟି ଆକ୍ଟିଭ କରିବା ପରେ ତାଙ୍କ ଆକାଉଣ୍ଟରୁ ୪ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିଲା। ସାଇବର ଠକାମିର ଶିକାର ହୋଇଥିବା ଜାଣିବା ପରେ କଟକ ସାଇବର ଥାନାରେ ଅଭିଯୋଗ କରିଥିଲେ ପ୍ରଫେସର ଜୟଦେବ ଜେନା। ଅଭିଯୋଗ ପରେ ସାଇବର ଥାନା ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଦୀପକ କୁମାର ଦାସଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତଙ୍କ ଠାରୁ ଏକ ଲକ୍ଷ ଟଙ୍କା ସହ ୧୧ଟି ସିମ ଓ ମୋବାଇଲ ଫୋନ, ୧୦୦ରୁ ଉର୍ଦ୍ଧ୍ୱ ବିଭିନ୍ନ କମ୍ପାନୀର ସିମ୍ କାର୍ଡ଼ ଜବତ କରିଛି। ଅଭିଯୁକ୍ତ ଦୀପକ ସହ ରାଜ୍ୟ ଓ ରାଜ୍ୟ ବାହାରର ଏକ ଠକ ଗ୍ରୁପ ବିଭିନ୍ନ ରାଜ୍ୟରେ ଠକେଇ କରୁଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି।

Advertisment
Odisha Police Cyber Crime
Advertisment
Advertisment