Advertisment

କିଏ ଜାଳି ଦେଲା ସୁନା ସଂସାର ? ଗଣଆତ୍ମହତ୍ୟା ନାଁ ଯୋଜନାବଦ୍ଧ ହତ୍ୟାକାଣ୍ଡ ?

କିଏ ଜାଳି ଦେଲା ସୁନା ସଂସାର ? ଗଣଆତ୍ମହତ୍ୟା ନାଁ ଯୋଜନାବଦ୍ଧ ହତ୍ୟାକାଣ୍ଡ ? ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଶିକାରପାଇ ଗାଁରେ ଗୋଟିଏ ପରିବାରର ୩ ମୃତ ଓ ୨ ଗୁରୁତର ଘଟଣା ଏବେବି ରହସ୍ୟ ଘେରରେ।

author-image
Rajalaxmi Sahoo
3 Members Of A Family Died In Rayagada

3 Members Of A Family Died In Rayagada

କିଏ ଜାଳି ଦେଲା ସୁନା ସଂସାର ? ଗଣଆତ୍ମହତ୍ୟା ନାଁ ଯୋଜନାବଦ୍ଧ ହତ୍ୟାକାଣ୍ଡ ? ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଶିକାରପାଇ ଗାଁରେ ଗୋଟିଏ ପରିବାରର ୩ ମୃତ ଓ ୨ ଗୁରୁତର ଘଟଣା ଏବେବି ରହସ୍ୟ ଘେରରେ। ଦିନ ପରେ ଦିନ ଗଡ଼ୁଥିବା ବେଳେ, ଘଟଣାର ଖିଅ ପାଉନି ପୋଲିସ। ତଦସିଲଦାରଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଛନ୍ତି। ମୃତ ଦୟାନିଧି ବେହେରା, ପତ୍ନୀ ଲକ୍ଷ୍ମୀ ଓ  ପୁଅ ଅନୀଲଙ୍କ ଶେଷକୃତ୍ୟ ସରିଛି। ସାନପୁଅ ଶ୍ରୀକାନ୍ତ ଓ ବୋହୂ ସ୍ୱପ୍ନା ବେହେରା ଏବେବି ଗୁରୁତର ଅବସ୍ଥାକେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

Advertisment

ସୂଚନା ଅନୁସାରେ, ଗତ ୧୭ ତାରିଖ ଦିନ ଶିକାରପାଇ ଗାଁରେ ଏହି ଅଭାବନୀୟ ଘଟଣା ଘଟିଥିଲା। ଦୟାନିଧିଙ୍କ ଘରେ ନିଆଁ ଲାଗି ପରିବାରର ୫ ସଦସ୍ୟ ଗୁରୁତର ଅବସ୍ଥାରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକତତ୍ସାଳୟରେ ଭର୍ତ୍ତି ହୋଇଥିଲେ। ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡ଼ିକାଲ୍‌କୁ ସେମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦୟାନିଧି ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଥିଲା। ଗତ ୧୯ ତାରିଖ ଦିନ ମଝିଆ ପୁଅ ଅନିଲ ବେହେରାଙ୍କ ମୃତ୍ୟୁ ହୋଇଥିଲା। ସାନପୁଅ ଶ୍ରୀକାନ୍ତ ଓ ବୋହୂ ସ୍ୱପ୍ନା ବେହେରା ଏବେବି ଗୁରୁତର ଅବସ୍ଥାକେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।   

ନିଆଁ ଲାଗିଥିବା ଦୟାନିଧିଙ୍କ ଘରେ ସାଇଣ୍ଟିଫିକ୍ ଟିମ୍ ସହ ତହସିଲଦାରଙ୍କ ଉପସ୍ଥିତିରେ ପୋଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଜାରି କରିଛି। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାର, ଘରୋଇ କଳହକୁ କେନ୍ଦ୍ର କରି କିରାସିନି କିମ୍ବା ପେଟ୍ରୋଲ ଢାଳି ପରିବାର ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି। 

Advertisment
Death Mystery
Advertisment
Advertisment