ସେତେବେଳେ ପୋଲିସ କହିଥିଲା- ରାଂଗି ହୋଇନି, ଏବେ କଣ କରିବ?
୨୪ ଘଣ୍ଟା ଭିତରେ ସମାନ ଢ଼ଙ୍ଗରେ ଦେଶରେ ୩ ପୋଲିସଙ୍କୁ ବର୍ବର ହତ୍ୟା ସମସ୍ତଙ୍କ ମନରେ ଆଶଙ୍କା ସୃଷ୍ଟି କରିଛି ।
ଏ କେମିତିକା ଶିକ୍ଷକ ? ପିଲାଙ୍କ ପାଇଁ ସରକାର ଦେଇଥିଲେ ମଧ୍ୟାହ୍ନ ଭୋଜନ । ଲକ୍ଷେ ନୁହେଁ କି ଦୁଇଲକ୍ଷ ନୁହେଁ ବରଂ ୪ ଲକ୍ଷ ଟଙ୍କା ଖାଇଗଲେ ପ୍ରଧାନ ଶିକ୍ଷକ । ପିଲା ଚାଉଳ ପାଇନଥିବାରୁ ରାଗିଲେ ଅଭିଭାବକ।
ଏ କେମିତିକା ଶିକ୍ଷକ? ପିଲାଙ୍କ ପାଇଁ ସରକାର ଦେଇଥିଲେ ମଧ୍ୟାହ୍ନ ଭୋଜନ...ପିଲାଙ୍କ ନାଁରେ ଟଙ୍କା ଆଉ ଚାଉଳ ଉଠାଇଲେ କିନ୍ତୁ ନିଜେ ଖାଇଦେଲେ। ଲକ୍ଷେ ନୁହେଁ କି ଦୁଇଲକ୍ଷ ନୁହେଁ ବରଂ ୪ ଲକ୍ଷ ଟଙ୍କା ଖାଇଗଲେ ପ୍ରଧାନ ଶିକ୍ଷକ। ପିଲା ଚାଉଳ ପାଇନଥିବାରୁ ରାଗିଲେ ଅଭିଭାବକ। ରାସ୍ତା ଉପରେ...
ମହିଳା ସବଇନ୍ସପେକ୍ଟର ସନ୍ଧ୍ୟା ଟପ୍ନୋଙ୍କୁ ଗାଡ଼ି ମଡାଇ ହତ୍ୟା କରାଯାଇଛି ।
ସ୍ପେଶାଲ ଟିମ୍ ଗଠନ କରି ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଅପରାଧୀଙ୍କୁ ଆଦୌ ଛଡ଼ାଯିବନି କହିଲେ ହରିୟାଣା ମୁଖ୍ୟମନ୍ତ୍ରୀ ଖଟ୍ଟର ।
ଧରାପଡ଼ିଲା ଚାଉଳ ଓଜନ ପରେ ସତ । ବେଧଡ଼କ୍ ଚାଲିଛି ମଧ୍ୟାହ୍ନ ଭୋଜନ ଚାଉଳ ହରିଲୁଟ୍ । ଉପଜିଲ୍ଲାପାଳ କହିଲେ ଯୋଗାଣ ବିଭାଗକୁ ମାଗିବୁ ରିପୋର୍ଟ ।
ଲୋକଙ୍କ ହାତରେ ଧରାପଡ଼ି ଉତ୍ତମ ମଧ୍ୟମ ଖାଇଲେ ଏବଂ ପୋଲିସ ହେପାଜତରେ ଏବେ ଆଇନଜୀବୀ ଜ୍ୱାଇଁ । ତେବେ କେମିତି ଘଟିଲା ଘଟଣା ? କଣ ରହିଥିଲା ଦୃଶ୍ୟପଟ୍ଟ ?
ରାସ୍ତା ଉପରେ ଓକିଲ ଜ୍ୱାଇଁ କଲେ ତାଣ୍ଡବ। ଶ୍ୱଶୁର ଶଳାଙ୍କୁ କାର ଚଢେଇ କେମିତି ଉଡେଇ ଦେଇଥାନ୍ତେ ଦେଖନ୍ତୁ
ବିଦେଶୀଙ୍କ ଜାଲରେ ପଡି ଠକି ଗଲେ ଇଂଜିନିୟରିଂ ଛାତ୍ର ଏବଂ ଆଉ ଜଣେ ଇଲେକ୍ଟ୍ରିକାଲ ଇଂଜିନିୟର ।
ଘଟଣାରେ ସଂପୃକ୍ତ ୫ ଜଣଙ୍କୁ ଅଟକ ରଖି କଳିଙ୍ଗନଗର ପୋଲିସ ଜେରା କରୁଛି ।
ହତ୍ୟା ମାମଲାରେ ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ...
ପୂର୍ବରୁ ୨୦୨୦ରେ ସଂପୃକ୍ତ ଅଭିଯୁକ୍ତ ସାରୁଅ ଶିଳ୍ପାଞ୍ଚଳରେ ଅନ୍ୟ ଜଣେ ପୂର୍ବତନ ସେନା କର୍ମଚାରୀ ରଘୁନାଥ ପାତ୍ରଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା ।
ଆତ୍ମହତ୍ୟା ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ୍ ଛାତ୍ରୀଙ୍କ ସ୍କୁଲର ଆଉ ୨ ଜଣ ଶିକ୍ଷୟିତ୍ରୀଙ୍କୁ ଗିରଫ କରିଛି । ଏହାକୁ ମିଶାଇ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।
ସମ୍ବଲପୁର ଏସ୍ପିଙ୍କ ବାସଭବନ ପାଚେରୀ ମଧ୍ୟ ଭାଙ୍ଗିଯାଇଛି।
ଦିନେ 'ଏମିତି ଏଇ ସମୟ, ବଦଳାଇ ଦେଲା ପରିଚୟ' ଗୀତରେ ଇନଷ୍ଟାଗ୍ରାମ୍ରେ ରିଲ୍ କରୁଥିଲେ। ଜୀବନରେ ସମୟ କେତେ ମୂଲ୍ୟବାନ ତାହାକୁ ନିଜେ ଭଲରେ ବୁଝୁଥିଲେ ଆଉ ଅନ୍ୟକୁ ବୁଝାଉଥିଲେ। ହେଲେ ସେ ମହିଳା ଜଣଙ୍କର ମୃତ୍ୟୁ ହୋଇଛି ।
ପୋଖରୀ ଭିତରୁ ମିଳିଲା ଚୋରା ବାଇକ୍। ଗୋଟିଏ କି ଦୁଇଟି ନୁହେଁ ଏକା ସାଙ୍ଗରେ ୮ଟି ଚୋରା ବାଇକ୍ ପୋଖରୀ ଭିତରୁ ମିଳିଛି।
ମୃତ୍ୟୁ ପୂର୍ବରୁ ମହିଳା ଜଣଙ୍କ ନିଜ ଇନଷ୍ଟାଗ୍ରାମରେ ଶେଷ ଦୁଇଟି ପୋଷ୍ଟ କରିଛନ୍ତି, ଯାହା ସତ ହୋଇଛି
ଅଭିଯୁକ୍ତ ଜଣକ ହେଲେ ରମ୍ଭା ଅଞ୍ଚଳର ସମୀର
ଓଡ଼ିଶା ସମେତ ଦେଶର ପ୍ରାୟ ୧ ଲକ୍ଷ ଲୋକଙ୍କୁ ଠକିଥିବା ଅଭିଯୋଗ
କଟକରେ ଜଣେ ସ୍ୱିଗି ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର ହୋଇଛି। ଲ’ ୟୁନିଭର୍ସିଟି କଲେଜ ସମ୍ମୁଖରୁ ସ୍ୱିଗି ବୟଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି।
ପାହାଡ଼ ଉପରୁ ମିଳିଲା ଯୁବକଙ୍କ ମୃତଦେହ। ଯୁବକଙ୍କୁ ହତ୍ୟା କରି ଫୋପାଡ଼ି ଦିଆଯିବା ସହ ଦେହର କିଛି ଅଂଶ ପୋଡି ଯାଇଥିବା ଦେଖିବାକୁ ମିଳିଛି।
ସୁନାଙ୍କ ନିଲମ୍ବନ ନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଦିଲ୍ଲୀ ଜାହାଙ୍ଗିରପୁରୀ ଅଞ୍ଚଳରେ ଗୁଳିମାଡ଼ ହୋଇଛି ।
ସାମ୍ନାକୁ ଆସିଲା ଲେଡି ପୋଲିସଙ୍କ ପ୍ରେମ କାହାଣୀ। ସେଦିନ ଦୁର୍ଘଟଣା ଦିନ ଗାଡି ଚଳାଉଥିବା ଡ୍ରାଇଭର କାଳେ ତାଙ୍କ ପ୍ରେମିକ। ଲେଡି ଇନ୍ସପେକ୍ଟରଙ୍କ ସ୍ୱାମୀ ଆଣିଲେ ସଙ୍ଗୀନ ଅଭିଯୋଗ। କହିଲେ, ରାଉରକେଲାରୁ ଫେରିବା ବେଳେ ଘରେ ଯାହା ଦେଖିଥିଲି କହିବା ମୁସ୍କିଲ। ସେପଟେ ଡ୍ରାଇଭର ମାଡାମଙ୍କ ପ୍ରେମିକ ହୋଇଥିବାରୁ ତାଙ୍କ ଉପରେ ହେଉନି କଡ଼ା କାର୍ଯ୍ୟାନୁଷ୍ଠାନ? ସେପଟେ ମାଡାମଙ୍କୁ କାହିଁକି ଘଂଟ ଘୋଡାଉଛି ପୋଲିସ? ସେନେଇ ଉଠିଲା ପ୍ରଶ୍ନ..