Advertisment

ପ୍ରେମିକ କଥାରେ ପଡ଼ି ବିଷ ପିଇଲେ ଯୁବତୀ ! ଘର ଲୋକଙ୍କୁ ଧମକାଇବା ପାଇଁ କହିଥିଲା ପ୍ରେମିକ....

ପ୍ରେମର ସ୍ୱୀକୃତି ପାଇଁ ଜଣେ ନାବାଳିକା ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବିଷ ପିଇ ଘର ଲୋକଙ୍କୁ ଡରାଇବାକୁ ଉଦ୍ୟମ କରି ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
Minor Girl Allegedly Commits Suicide In Balasore

Minor Girl Allegedly Commits Suicide In Balasore

ସମାଜରେ ଦିନକୁ ଦିନ ଆତ୍ମହତ୍ୟା ସଂଖ୍ୟା ବଢ଼ିବାରେ ଲାଗିଛି। କେହି ପ୍ରେମ ପାଇଁ ଆତ୍ମହତ୍ୟା କରୁଛନ୍ତି ତ ଆଉ କିଏ ମାନସିକ ଚିନ୍ତାରେ। ଆଜିକାଲିର ଯୁବପିଢ଼ି ପ୍ରେମରେ ବିଫଳ ହେବାପରେ କିଛି ଉପାୟ ନପାଇ ଶେଷରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ପଛାଉ ନାହାନ୍ତି। ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ପ୍ରେମର ସ୍ୱୀକୃତି ପାଇଁ ଜଣେ ନାବାଳିକା ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବିଷ ପିଇ ଘର ଲୋକଙ୍କୁ ଡରାଇବାକୁ ଉଦ୍ୟମ କରି ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ଫତେପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। 

Advertisment

ସୂଚନା ଅନୁସାରେ, ଫତେପୁରର ଜଣେ ନାବାଳିକାଙ୍କୁ ସେହି ଗାଁର ଆକାଶ ଲେଙ୍କା ନାମକ ଜଣେ ଯୁବକ ଭଲପାଉ ଥିଲେ। ଛାତ୍ରୀଙ୍କ ପରିବାର ଲୋକେ ଏହା ଜାଣିପାରି ଆକାଶଙ୍କ ପରିବାର ଲୋକଙ୍କୁ ଏସମ୍ପର୍କରେ ଜଣାଇବା ସହ ତାଙ୍କ ଝିଅ ପଛରେ ନପଡିବାକୁ କହିଥିଲେ। ହେଲେ ଗତ ୨ତାରିଖ ସକାଳେ ଯୁବତୀ ଜଣକ ପରିବାର ଲୋକଙ୍କ ସାମ୍ନାରେ ବିଷ ପିଇ ଦେଇଥିଲେ।ପରିବାର ଲୋକେ ଯୁବତୀଙ୍କୁ ପ୍ରଥମେ ଖଇରା ମେଡିକାଲ ଓ ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭଦ୍ରକ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକରେ ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ଦୁଃଖଦ ଘଟଣା, ଗତକାଲି ଯୁବତୀଙ୍କ ମୃତ୍ୟୁ ହୋଇଛି। ଝିଅର ମୃତ୍ୟୁ ପାଇଁ ପ୍ରେମିକ ଆକାଶ ଦାୟୀ ବୋଲି ଯୁବତୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। 

ନାବାଳିକାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅକୁ ପ୍ରେମିକ ଆକାଶ ଏକ ବିଷ ଡବା ଦେଇ ଆତ୍ମହତ୍ୟା କରିବାକୁ ପରିବାର ଲୋକଙ୍କୁ ଧମକ ଦେବାକୁ ପ୍ରବର୍ତ୍ତାଇଥିଲା। ଏହି ବିଷ ପିଇଦେଲେ ପରିବାର ଲୋକ ଡରି ପ୍ରେମକୁ ସ୍ୱୀକୃତି ଦେବେ ବୋଲି ଆକାଶ, ଝିଅକୁ କହିଥିଲେ ବୋଲି ଯୁବତୀଙ୍କ ବାପା ଅଭିଯୋଗ କରିଛନ୍ତି। 

Advertisment

ସୂଚନା ଅନୁସାରେ, ଯୁବତୀ ଜଣକ ଔପଦା କଲେଜର +୨ କଳାରେ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ଆକାଶ ପ୍ରତ୍ୟେକ ଦିନ ରାସ୍ତାରେ ଝିଅକୁ ଅଟକାଇ ହଇରାଣ କରୁଥିଲେ ବୋଲି ଯୁବତୀଙ୍କ ଜେଜେମା’ ଅଭିଯୋଗ କରିଛନ୍ତି। ଏହାପରେ ଆକାଶଙ୍କ ପରିବାର ଲୋକଙ୍କୁ ଡାକି ଏସମ୍ପର୍କରେ କୁହାଯାଇଥିଲା। କିଛିଦିନ ପର୍ଯ୍ୟନ୍ତ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ହେଲେ ପୁଣି କିଛି ମାସ ପରେ ଆକାଶ, ଯୁବତୀଙ୍କୁ ବାରମ୍ବାର ଫୋନ କରି ହଇରାଣ କରିଥିଲେ। ପରିବାର ଲୋକେ ଏହାକୁ ବିରୋଧ କରିବାରୁ ଆକାଶଙ୍କ କଥାରେ ପଡ଼ି ସେ ବିଷ ପିଇଦେଇଥିବା ଯୁବତୀଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। 

ଅଭିଯୋଗ ଆଧାରରେ ଔପଦା ପୋଲିସ୍‌ ଘଟଣାର ତଦନ୍ତ ଚଳାଇ ଥିବାବେଳେ ଆକାଶଙ୍କ ପରିବାର ଲୋକ ଫେରାର ଥିବା ସୂଚନା ମିଳିଛି। 

Minor Girl Suicide
Advertisment
Advertisment