• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆନ୍ଧ୍ର ପୋଲିସ ହାତରେ ବଡ଼ ଧରଣର ରକ୍ତ ଚନ୍ଦନ କାଠ ସ୍ମଗଲିଂ ଗ୍ୟାଙ୍ଗ । ଆନ୍ତର୍ଜାତିକ ରକ୍ତ ଚନ୍ଦନ କାଠ ତସ୍କରୀର ୧୧ ଜଣିଆ ଗ୍ୟାଙ୍ଗ ଧରିଛି ପୋଲିସ । ଏହି ୧୧ ଜଣଙ୍କ ମଧ୍ୟରେ ଗଜପତି ଜିଲ୍ଲା ଗଣ୍ଡାହାତୀ ଅଞ୍ଚଳର ୪ ଜଣ ରହିଛନ୍ତି । ଅନ୍ୟପଟେ ଗ୍ୟାଙ୍ଗର ଅନ୍ୟ ୪ ଜଣ ଏବେ ଫେରାର୍ ଅଛନ୍ତି । ଫେରାର୍ ଚନ୍ଦନ କାଠ ତସ୍କରୀଙ୍କୁ ଧରିବାକୁ ପ୍ରୟାସ ଜାରି ରହିଥିବା ଶ୍ରୀକାକୁଲମ୍ ଏସପି ସୂଚନା ଦେଇଛନ୍ତି ।

ଗିରଫଙ୍କ ମଧ୍ୟରେ ଆନ୍ଧ୍ର ଓ ତାମିଲନାଡୁର ବି ୭ ଜଣ ରହିଛନ୍ତି । ଏମାନଙ୍କ ନିକଟରୁ ୪ହଜାର ୨ ଶହ କିଲୋ ଓଜନର ୩୯୬ ଖଣ୍ଡ ରକ୍ତ ଚନ୍ଦନ କାଠ ଜବତ ହୋଇଛି । ଏଥିସହ ଦୁଇଟି କାର୍ ଜବତ ହୋଇଛି । ଏହାସହ ଅଭିଯୁକ୍ତଙ୍କ ନିକଟରୁ ୩୫ ହଜାର ଟଙ୍କା ନଗଦ ଏବଂ ୧୪ ଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ ହୋଇଥିବା ଏସପି କହିଛନ୍ତି । ଜବତ ରକ୍ତ ଚନ୍ଦନ କାଠର ଆନୁମାନିକ ମୂଲ୍ୟ ଦୁଇ କୋଟିରୁ ଅଧିକ ହେବ ।

ତେବେ ଅଭିଯୁକ୍ତଙ୍କ ନାଁରେ ଆନ୍ଧ୍ରର ବିଭିନ୍ନ ଥାନାରେ ୧୦ଟି ମାମଲା ରହିଥିବା ମଧ୍ୟ ସେ କହିଛନ୍ତି । ଏହି ଜବତ କାଠ ଗଜପତି ଜିଲ୍ଲାର ଗଣ୍ଡାହାତିରୁ ଆନ୍ଧ୍ରର ତିରୁପତି ଯାଇ ସେଠାରୁ ଚେନ୍ନାଇ ଚାଲାଣ ହୋଇଥାଆନ୍ତା । ଏତେ ଦୁର୍ଲଭ ତଥା ମୂଲ୍ୟବାନ କାଠ ଚାଲାଣ ହେବା ବେଳେ ଗଜପତି ପୋଲିସ କିମ୍ବା ବନ ବିଭାଗ କେମିତି ଟେର ପାଇଲେନି, ତାହା ଆଶ୍ଚର୍ଯ୍ୟର ବିଷୟ ।