ୟୁପି ଆତଙ୍କୀ କାର୍ଯ୍ୟକଳାପରେ ଓଡ଼ିଶା କନେକ୍ସନ । ପ୍ରୟାଗରାଜରେ ଛାପୁଥିଲେ ମାଳ ମାଳ ନକଲି ନୋଟ୍ । ପଢ଼ାଉଥିଲେ ଦେଶଦ୍ରୋହର ପାଠ ।
ରାଉରକେଲା ସେକ୍ଟର-୧୭ ଅଂଚଳରେ ଚଢାଉ କରି ଏତେ ପରିମାଣର ନକଲି ନୋଟ୍ ଜବତ କରିଛି ପୋଲିସ ଓ ଏସଟିଏପ୍ ମିଳିତ ଟିମ୍। ବିଡା ବିଡା ପାଂଚ ଶହ ଟଙ୍କିଆ ନୋଟ୍। ଦୁଇ ଶହର ନୋଟ୍ ବି ଥାକ ମାରି ଥୁଆ ହୋଇଛି। ଜବତ ଟଙ୍କାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ୧୧ ହଜାର ହେବ।