Advertisment

Youth Murder 6 People: ଋଣ ପାଇଁ ରକ୍ତମୁଖା ସାଜିଲା ଯୁବକ; ପ୍ରେମିକ ସହ ୫ ଜଣଙ୍କୁ ହାଣିଲା

ସୋମବାର ସନ୍ଧ୍ୟାରେ ଅଭିଯୁକ୍ତ ଆଫାନ କିଛି ଘଣ୍ଟା ମଧ୍ୟରେ ତିନୋଟି ଭିନ୍ନ ସ୍ଥାନରେ ଏହି ହତ୍ୟାକାଣ୍ଡ ଭିଆଇଥିଲା।  ପରେ ଅଭିଯୁକ୍ତ ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରିଥିଲା। ହତ୍ୟାକାଣ୍ଡର ଘଟଣାକ୍ରମ  ପୁଲିସ ନିକଟରେ ବର୍ଣ୍ଣନା କରିଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Murder

Murder

କେରଳର ଥିରୁବନନ୍ତପୁରମ୍‌ରେ ଘଟିଛି ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ପ୍ରେମିକା ସହ ନିଜ ପରିବାରର ୫ ଜଣଙ୍କୁ ହାତୁଡ଼ିରେ ପିଟି ଚାପଡରେ ହାଣି ମାରିଲା ଯୁବକ। ହତ୍ୟା ପରେ ୨୩ ବର୍ଷୀୟ ଅଭିଯୁକ୍ତ ଯୁବକ ଥାନାରେ ଆତ୍ମସମର୍ପଣ କରିଛି। ସୋମବାର ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ମୃତକମାନେ ହେଲେ ନିଜ ମା’, ଜେଜେ ମା‘, ନାବାଳକ ଭାଇ, ଦାଦା, ଖୁଡ଼ି ଓ ପ୍ରେମିକା।

Advertisment

ସୋମବାର ସନ୍ଧ୍ୟାରେ ଅଭିଯୁକ୍ତ ଆଫାନ କିଛି ଘଣ୍ଟା ମଧ୍ୟରେ ତିନୋଟି ଭିନ୍ନ ସ୍ଥାନରେ ଏହି ହତ୍ୟାକାଣ୍ଡ ଭିଆଇଥିଲା। ପରେ ଅଭିଯୁକ୍ତ ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରିଥିଲା। ହତ୍ୟାକାଣ୍ଡର ଘଟଣାର କ୍ରମ  ପୁଲିସ ନିକଟରେ ବର୍ଣ୍ଣନା କରିଥିଲା। 

ଅଧିକ ପଢ଼ନ୍ତୁ:ବରକୁ ହତ୍ୟା ପାଇଁ ସୁପାରୀ, ବନ୍ଧୁକ ଓ ଖଣ୍ଡା ଜବତ କଲେ ଗାଁ ଲୋକେ

ଆତ୍ମସମର୍ପଣ କରିବା ପରେ ନିଜେ ବିଷ ପିଇଦେଇଥିବା ପୁଲିସ ପାଖରେ କହିଥିଲା ଆଫାନ। ପରେ ପୁଲିସ ଆଫାନକୁ ଥିରୁବନନ୍ତପୁରମ୍‌ ହସପିଟାଲରେ ଭର୍ତ୍ତି କରିଥିଲା।ତେବେ ଅଭିଯୁକ୍ତ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ କାହିଁକି ଘଟାଇଲା ତା’ର ପ୍ରକୃତ କାରଣ ଜଣାପଡ଼ି ନାହିଁ।

Advertisment

ପୁଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣଙ୍କ ବ୍ୟବସାୟ ପାଇଁ ଅର୍ଥ ନିବେଶ କରିଥିଲା। ହେଲେ ବ୍ୟବସାୟରେ କ୍ଷତି ହୋଇଥିଲା। ଅଭିଯୁକ୍ତ ମୁଣ୍ଡରେ କରଜ ଭାର ବଢ଼ିଯାଇଥିଲା। ଆଉ ସେ ନିଜ ପରିବାର ଲୋକଙ୍କୁ ସାହାଯ୍ୟ ମାଗିଥିଲା। ହେଲେ କେହି ତାକୁ ସାହାଯ୍ୟ ନକରିନାରୁ ସେ ନିଜ ପରିବାର ଲୋକଙ୍କ ସମେତ ପ୍ରେମିକାକୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଛି।  ପୁଲିସ ଘଟଣାର ତଦନ୍ତ କରୁଛି। ହତ୍ୟାକାଣ୍ଡ ସମୟରେ ଯୁବକ ଜଣଙ୍କ ନିଶାସକ୍ତ ଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। 

 ଅଧିକ ପଢ଼ନ୍ତୁ: ସୈତାନ ସ୍ୱାମୀ: ସ୍ତ୍ରୀକୁ ହତ୍ୟା କରି କଦଳୀ ଗଛ ତଳେ ପୋତିଦେଲା

Murder Kerala
Advertisment
Advertisment