/odishatv-khabar/media/post_attachments/uploadimage/library/16_9/16_9_0/Clash_1662692923.jpg)
Clash
ଭଦ୍ରକ ଗଣେଶ ଭସାଣି ବେଳେ ପୋଲିସର ର୍ଦୁବ୍ୟବହାର ଅଭିଯୋଗ । ଯାହାକୁ ନେଇ ପୋଲିସ ଓ ସାଧାରଣ ଜନତା ଧସ୍ତାଧସ୍ତି ହୋଇଛନ୍ତି । ଗତକାଲି ସନ୍ଧ୍ୟାରେ ବୁଧବାର ହାଟ ଠାରେ ଡିଜେ ବଜାଇ ଗଣେଶ ଭସାଣି ହେଉଥିଲା । ଏହି ସମୟରେ ଜଣେ ପୋଲିସ କର୍ମଚାରୀଙ୍କୁ ଜଣେ ଯୁବକ ଆକ୍ଷେପ କରି କିଛି କହିଥିଲେ । ଏହାକୁ ନେଇ ଉତ୍ତେଜିତ IRB କନେଷ୍ଟବଳ ସମ୍ପୃକ୍ତ ଯୁବକଙ୍କୁ ଘୋଷାରି ଆଣିଥିଲେ । ପରେ ସେଠାରେ ଥିବା ଯୁବକ ମାନଙ୍କ ସହିତ ପୋଲିସର ଧସ୍ତାଧସ୍ତି ହୋଇଥିଲା । ଏପରିକି ଯୁବକ ମାନେ ଥାନା ପରିସରରେ ପଶି ହୋହଲ୍ଲା କରିଥିଲେ । ଫଳରେ ସେଠାରେ ତୀବ୍ର ଉତେଜନା ଦେଖାଇଦେଇଥିଲା । ଖବର ପାଇ ଭଦ୍ରକ ଟାଉନ ପୋଲିସ ପୁରୁଣା ବଜାର ଥାନାରେ ପହଞ୍ଚିଥିଲା । ଉତ୍ତେଜିତ ଲୋକମାନଙ୍କ ସହିତ ଆଲୋଚନା କରି ବୁଝାସୁଝା କରିଥିଲା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)