• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋଲକାତାରେ ଜଣେ ବ୍ୟବସାୟୀଙ୍କ ଘରୁ ମିଳିଲା ନଗଦ ୧୭ କୋଟି ଟଙ୍କା । ପୁଅର ଆପ୍ ଜାଲିଆତିର ଯାଞ୍ଚ କରୁ କରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାତରେ ଲାଗିଛି ବିପୁଳ ଟଙ୍କା । ଘର ଭିତରୁ ପାଞ୍ଚ ଶହ, ଦୁଇ ହଜାର ଏବଂ ଦୁଇ ଶହ ଟଙ୍କିଆର ବିଡ଼ା ବିଡ଼ା ବଣ୍ଡଲ ମିଳିଛି । ଏତେ ପରିମାଣର ଟଙ୍କା ମେସିନ ଲଗାଇ ଗଣିବା ପରେ ୫ଟି ଟ୍ରଙ୍କରେ ଭର୍ତ୍ତି କରି ନେଇଛନ୍ତି ଇଡି ଅଧିକାରୀ ।

କୋଲକାତାର ନାସିର ଖାନ ନାମକ ଜଣେ ଟ୍ରାନ୍ସପୋର୍ଟ ବ୍ୟବସାୟୀଙ୍କ ଘରୁ ଏହି ୧୭ କୋଟି ଟଙ୍କା ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏକ ଗେମିଂ ଆପ୍ ଠକେଇର ଯାଞ୍ଚ କରୁ କରୁ ଏହି ଟଙ୍କା ସବୁ ମିଳିଛି ନାସିର । ଏ ସବୁ ଟଙ୍କା ନିଜ ଘରେ ଲୁଚାଇ ରଖିଥିଲେ । ନାସିରଙ୍କ ପୁଅ ଆମିର ଖାନ ଚଳାଇଉଥିବା ଏକ ମୋବାଇଲ ଆପରେ ଜାଲିଆତି କରୁଥିବା ନେଇ ଅଭିଯୋଗ ପରେ ଇଡି ଏହାର ଯାଞ୍ଚ କରିଥିଲା ।

E-Nuggets ନାମକ ଗେମିଂ ଆପ୍‌ ଜରିଆରେ ଲୋକଙ୍କୁ ଠକେଇ କରାଯାଇଥିବା ଅଭିଯୋଗ ହୋଇଥିଲା । ଏନେଇ ଫେଡରାଲ ବ୍ୟାଙ୍କ ପକ୍ଷରୁ ବ୍ୟବସାୟୀ ଆମିର ଖାନ ଓ ଅନ୍ୟ କିଛି ଲୋକଙ୍କ ବିରୋଧରେ ଇଡିକୁ ସୂଚନା ଦିଆଯାଇଥିଲା । ଏହି ଅଭିଯୋଗକୁ ଆଧାର କରି ଇଡି ପିଏମଏଲଏ ଅନୁସାରେ ମାମଲା ରୁଜୁ କରିଥିଲା । ସେହି ଅନୁସାରେ ରେଡ୍‌ କରାଯାଇଥିଲା  ।

ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ଯାଞ୍ଚ ବେଳେ ଇଡ଼ି ମୋଟା ଅଙ୍କର କ୍ୟାସ୍ ଜବତ କରିଛି । ଏଥିସହ କୋଲକାତାର ୬ଟି ସ୍ଥାନରେ ରେଡ୍ କରିଛି ଇଡି ଏ ନେଇ ଅଧିକ ଛାନଭିନ୍ ଜାରି ରହିଛି ।