Advertisment

ଶବ ପାଇଁ ଶ୍ମଶାନ ନମିଳିବାରୁ ଉତ୍ତେଜନା: ୧୪୪ ଧାରା ଜାରି, ପୋଲିସ୍‌ର ଲାଠି ଚାର୍ଜ

ଗତକାଲି ଉମରକୋଟ ସହର ୱାର୍ଡ ନଂ-୮ ଡଙ୍ଗରି ସାହିର ଜଣେ ଯୁବତୀଙ୍କ ମୃତଦେହକୁ ଏକତାଗୁଡ଼ା ଗ୍ରାମ ରାସ୍ତା ପାର୍ଶ୍ୱରେ ପ୍ରଶାସନର ସହଯୋଗରେ ପୋତାଯାଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
ଜାରି ହେଲା 144 ଧାରା

ଜାରି ହେଲା 144 ଧାରା

ନବରଙ୍ଗପୁର ଉମରକୋଟରେ ଶବ ପାଇଁ ଶ୍ମଶାନ ନମିଳିବା ଘଟଣାରେ ପ୍ରବଳ ଉତ୍ତେଜନା। ପରେ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି। ସ୍ଥାନୀୟ ଲୋକେ ଦୀର୍ଘ ସମୟ ଧରି ରାସ୍ତାରୋକ କରିବା ପରେ ବହୁ ସଂଖ୍ୟାରେ ଗାଡ଼ି ମୋଟର ଅଟକ ରହିଥିଲା। ତେବେ ଘଟଣାସ୍ଥଳରେ ଅତିରିକ୍ତ ଏସପି ପହଞ୍ଚିବା ପରେ ୧୪୪ ଧାରା ଜାରି କରାଯାଇଛି। ଫଳରେ ରାସ୍ତାରେ ଗାଡି ଚଳାଚଳ ସ୍ବାଭାବିକ ହୋଇଛି।

Advertisment

ଗତକାଲି ଉମରକୋଟ ସହର ୱାର୍ଡ ନଂ-୮ ଡଙ୍ଗରି ସାହିର ଜଣେ ଯୁବତୀଙ୍କ ମୃତଦେହକୁ ଏକତାଗୁଡ଼ା ଗ୍ରାମ ରାସ୍ତା ପାର୍ଶ୍ୱରେ ପ୍ରଶାସନର ସହଯୋଗରେ ପୋତାଯାଇଥିଲା। ଏହାକୁ ବିରୋଧ କରି ଏକତାଗୁଡ଼ା ଗ୍ରାମବାସୀଙ୍କ ଦ୍ବାରା ଗତକାଲିଠାରୁ ଜୟପୁର-ରାଇଘର ମୁଖ୍ୟ ରାସ୍ତା ଅବରୋଧ କରାଯାଇଥିଲା। ରାଜ୍ୟ ରାଜପଥ ଅବରୋଧ ଯୋଗୁଁ ଜୟପୁରଠାରୁ ରାଇଘର ଏବଂ ଛତିଶଗଡ଼କୁ ଯାତାୟତ ବନ୍ଦ ରହିଥିଲା।

Advertisment

ମୃତଦେହକୁ ସେଠାରୁ ନ ହଠାଇବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଥିଲେ। ଘଟଣାସ୍ଥଳରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଏସଡିପିଓ, ତହସିଲଦାର ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଜିଦ୍‌ରେ ଲୋକେ ଅଟଳ ରହିଥିଲେ। ପରେ ଅଧିକ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରାଯାଇ ଲାଠି ଚାର୍ଜ କରିବାରୁ ଲୋକେ ରାସ୍ତା ଅବରୋଧରୁ ହଟିଥିଲେ। ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସ ଫ୍ଲାଗମାର୍ଚ୍ଚ ମଧ୍ୟ କରିଥିଲା। 

144 Imposed In Umerkote
Advertisment
Advertisment