Advertisment

୨୪ ଘଣ୍ଟାରେ ୩ ଆତ୍ମହତ୍ୟା ! ମିଳିଲା ଶିକ୍ଷକ ଓ ଛାତ୍ରଙ୍କ ମୃତଦେହ

ଗତ ୨୪ ଘଣ୍ଟାରେ ୩ ଜଣ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ରାଜ୍ୟରେ ୩ଟି ସ୍ଥାନରୁ ଏହି ଖବର ଆସିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
3 Suicide Case Reported In 24 hrs In Odisha

3 Suicide Case Reported In 24 hrs In Odisha

ରାଜ୍ୟରେ ଦିନକୁ ଦିନ ଆତ୍ମହତ୍ୟା ମାମଲା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୩ ଜଣ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ରାଜ୍ୟରେ ୩ଟି ସ୍ଥାନରୁ ଏହି ଖବର ଆସିଛି।ବାଲେଶ୍ଵରରେ ଜଣେ କ୍ରୀଡ଼ା ଶିକ୍ଷକ ଆତ୍ମହତ୍ୟା କରିଥିବା ବେଳେ ବଲାଙ୍ଗିରରେ ଜଣେ କଲେଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ଜଣେ ବି.ଟେକ୍‌ ଛାତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

Advertisment

ସୂଚନା ଅନୁସାରେ, ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ୍‌ ଅନ୍ତର୍ଗତ ଲବଣ ସତ୍ୟାଗ୍ରହ ସ୍ମୃତି ବିଦ୍ୟାପୀଠର ଜଣେ କ୍ରୀଡ଼ା ଶିକ୍ଷକ ଆତ୍ମହତ୍ୟା କରିଛନ୍ତି। ମୃତ ଶିକ୍ଷକଙ୍କ ନାଁ ପର୍ଶୁରାମ ସେଠୀ। ପ୍ରେମ ଜନିତ କାରଣରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ସନ୍ଦେହ କରାଯାଉଛି। ଏନେଇ ଖନ୍ତାପଡା ଥାନାରେ ଅଭିଯୋଗ ହୋଇଛି।

ବଲାଙ୍ଗିର ସହର ଶାନ୍ତପଡ଼ାରେ ଏକ ଭଡ଼ା ଘରୁ କଲେଜ ଛାତ୍ରଙ୍କ ମୃତଦେହ ହୋଇଛି। ମୃତ ଛାତ୍ର ସୋନପୁର ଜିଲ୍ଲା ଉଲୁଣ୍ଡା ଗାଁର ରମଣୀକାନ୍ତ କ୍ଷେତୀ ବୋଲି ଜଣାପଡ଼ିଛି। ବଲାଙ୍ଗିର ରାଜେନ୍ଦ୍ର ୟୁନିଭର୍ସିଟିରେ ଯୁକ୍ତ ତିନି ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ ରମଣୀ। ଶାନ୍ତପଡା ଠାରେ ଏକ ଭଡ଼ା ଘରେ ସେ ରହୁଥିଲେ। ଗତକାଲି ବିଲମ୍ୱିତ ରାତିରେ ଘର ଭିତରେ ତାଙ୍କର ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା। ଟାଉନ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଛାନଭିନ ଆରମ୍ଭ କରିଛି। ରମଣୀକାନ୍ତଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ହେଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନି।

Advertisment

ସେହିପରି ଚନ୍ଦ୍ରଶେଖରପୁର ରେଲୱେ କଲୋନୀରେ ଜଣେ ବି.ଟେକ୍‌ ଛାତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ଛାତ୍ରୀଙ୍କ ନାଁ ଆର.ଏନ୍.ନିୟତି ନାୟକ । ବୟସ ୨୪ ବର୍ଷ ହେବ । ତେବେ ସେ କାହିଁକି ଆତ୍ମହତ୍ୟା କଲେ, ସେନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ବି ପାରିବାରିକ କଳହରୁ ଏହି ଅଘଟଣ ଘଟିଥିବା ଚର୍ଚ୍ଚା ହେଉଛି ।

Student Suicide Student Ends Life
Advertisment
Advertisment