• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନିଜର ନବଜାତ ଶିଶୁକୁ ନିଜେ ହତ୍ୟା କଲା ମାଆ । ତାହା ପୁଣି ମାତ୍ର ୫ ଦିନର ଛୁଆ । ଅନୈତିକ ସଂପର୍କ ଲୁଚାଇବାକୁ ଚେଷ୍ଟା କରି ସେ ଏହି ଜଘନ୍ୟକାଣ୍ଡ କରିଥିବାର ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ବେଗୁନିଆ ପାଟଣା ଗାଁରୁ । ସୂଚନା ଅନୁସାରେ ଏହି ଗାଁର ଜଣେ ବିଧବାଙ୍କ ଏକ ପୁରୁଷ ସହିତ ସଂପର୍କ ଥିଲା । ଏଥିରେ ସେ ଗର୍ଭବତୀ ହୋଇଥିଲେ । ଏହାକୁ ଲୁଚାଇବାକୁ ସେ ପାଖ ଦେଉଳି ଗାଁରେ ଆସି ରହୁଥିଲେ । ୫ ଦିନ ତଳେ ଜନ୍ମ ହୋଇଥିଲା ଏକ କନ୍ୟା ସନ୍ତାନ । ଏହି କଥାକୁ ଲୁଚାଇବା ପାଇଁ ମହିଳା ଜଣକ ନବଜାତ ଶିଶୁକୁ ହତ୍ୟା କରିଥିବାର ଅଭିଯୋଗ ହୋଇଛି । କିନ୍ତୁ ପ୍ରସବ ପରେ ଅତ୍ୟଧିକ ରକ୍ତସ୍ରାବ ହେବାରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ ଭର୍ତ୍ତି ହୋଇଥିଲେ । ମେଡିକାଲ କର୍ତ୍ତପକ୍ଷଙ୍କ ସନ୍ଦେହ ହେବାରୁ ପୋଲିସକୁ ଦିଆଯାଇଥିଲା ଖବର । ଶିଶୁର ମୃତଦେହ ବ୍ୟବଚ୍ଛେଦ ପରେ ତାକୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିବା ପୋଲିସ କହିଛି । ସଂପୃକ୍ତ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।