• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଥରେ ବ୍ରହ୍ମପୁରରୁ ଗଞ୍ଜେଇ ଯାଞ୍ଚ ବେଳେ ଧରାପଡ଼ିଲା ପୁଳା ପୁଳା ଟଙ୍କା । ଏକ ଘରୋଇ ବସ୍‌ରେ ବ୍ୟକ୍ତି ଜଣକ ବିଡ଼ା ବିଡ଼ା ଟଙ୍କା ଧରି ଯାଉଥିବା ବେଳେ ଧରାପଡ଼ିଛନ୍ତି । ସହର ଉପକଣ୍ଠ ଲାଞ୍ଜିପଲ୍ଲୀ ନିକଟରେ ଯାଞ୍ଚ କରୁଥିଲା ପୋଲିସ୍ । ଏହି ସମୟରେ ବ୍ୟକ୍ତିଙ୍କ ପାଖରୁ ବହୁ ପରିମାଣର ନଗଦ ଜବତ ହୋଇଛି । ଏହା  ପ୍ରାୟ ୩୨ ଲକ୍ଷ ଟଙ୍କା ବୋଲି ପୋଲିସ କହିଛି ।

ସଂପୃକ୍ତ ବ୍ୟକ୍ତି ବସ୍‌ରେ ବ୍ରହ୍ମପୁରରୁ କଟକ ଯାଉଥିଲା ବୋଲି ପୋଲିସ ଆଗରେ କହିଛି । ତେବେ ତାର କଥାରେ କିଛି ତାଳମେଳ ନାହିଁ । କେତେବେଳେ ସୁନା ବେପାର କଥା କହୁଛି ତ କେତେବେଳେ କାଜୁ ବେପାର କରୁଥିବା ସେ କହୁଛି । ଏତେ ଟଙ୍କା ସେ କେଉଁଠୁ ଆଣିଲା, କଣ ପାଇଁ ଏତେ ଟଙ୍କା ଧରି ଯାଉଥିଲା, ସେ ସଂପର୍କରେ ତନାଘନା କରୁଛି ପୋଲିସ ।

ପୂର୍ବରୁ ମଧ୍ୟ ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା । ଗଞ୍ଜେଇ ଧରିବା ପାଇଁ ବସ୍ ଖାନ୍‌ତଲାସି ବେଳେ ଜବତ ହୋଇଥିଲା ନଗଦ ୧ କୋଟି ୨୨ ଲକ୍ଷ ଟଙ୍କା । ପୁଣି ଟଙ୍କା ଜବତ ହୋଇଥିବା ଅଭିଯୁକ୍ତଠାରୁ ସୂଚନା ପାଇ ବ୍ରହ୍ମପୁରରେ ଥିବା ଏକ ଜୁଏଲର୍ସରୁ ମିଳିଲା ୨୩ଟି ସୁନା ବିସ୍କୁଟ୍ । ତେବେ ଜବତ ନୋଟ୍ ବିଡ଼ାରେ ରହିଥିଲା ଖାଲି ୫ ଶହ ଟଙ୍କିଆ ବିଡ଼ା। ଖାଲି ନୋଟ୍ କାହିଁକି, ୨୩ଟି ସୁନା ବିସ୍କୁଟ୍ ବି ଜବତ ହୋଇଥିଲା । ଯାହାର ଓଜନ ୨ କେଜି ୨ ଶହ ଗ୍ରାମ୍ ଥିଲା ।

ବ୍ରହ୍ମପୁର ରୁ କଟକ ଅଭିମୁଖେ ଯାଉଥିବା ଓଏସ୍‌ଆରଟିିସି ବସ୍‌ରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ସୂଚନା ପାଇଥିଲା ଅବକାରୀ ସ୍କ୍ୱାଡ୍ । ଲାଞ୍ଜିପଲ୍ଲୀ ବାଇପାସ୍ ପାଖରେ ଜଗି ରହିଥିଲେ ଅଧିକାରୀ ।

ବସ୍‌କୁ ଅଟକାଇ ଯାଞ୍ଚ ବେଳେ ସେଥିରେ ଯାତ୍ରା କରୁଥିବା ମହାରାଷ୍ଟ୍ର ସାଂଗଲି ଜିଲ୍ଲାର ଦଶରଥ ସୌକାତଙ୍କ ଉପରେ ସନ୍ଦେହ ଘନୀଭୂତ ହୋଇଥିଲା । ତାଙ୍କ ନିକଟରେ ଥିବା ଏକ ଜରି ଏବଂ ଅନ୍ୟ ଏକ ଏୟାର ବ୍ୟାଗରୁ ମିଳିଥିଲା ବିଡ଼ା ବିଡ଼ା ଟଙ୍କା । ବିପୁଳ ପରିମାଣର ଟଙ୍କା ଦେଖି ବ୍ରହ୍ମପୁର ବୈଦ୍ୟନାଥପୁର ପୋଲିସକୁ ଜଣାଇଥିଲା ଅବକାରୀ ଟିମ୍ । ପଚରାଉଚରା ବେଳେ ସ୍କାନରକୁ ଆସିଲା ବ୍ରହ୍ମପୁର ସାନବଜାରରେ ଥିବା ଆନନ୍ଦ ଜୁଏଲର୍ସ । ଏହି ଜୁଏଲର୍ସକୁ ସୁନା ବିକ୍ରି କରି ଟଙ୍କା ଆଣିଥିବା କହିଥିଲା ଅଭିଯୁକ୍ତ ଦଶରଥ ।