• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଷ୍ପା ଷ୍ଟାଇଲ୍‌ରେ ରକ୍ତ ଚନ୍ଦନ କାଠ ଚାଲାଣ । ସିନେମାରେ ଯେପରି ଅଲୁ ଅର୍ଜୁନ୍ ରକ୍ତ ଚନ୍ଦନ କାଠ ଚାଲାଣ କରୁଥିଲେ ଏଠି ବି ଠିକ୍‌ ସେମିତି । ଟ୍ରକ୍‌ରେ ଥିଲା ଗଦା ଗଦା ରକ୍ତ ଚନ୍ଦନ । ଆଉ ନଡ଼ା ଛପର ଦେଇ ଏହାକୁ ଘୋଡ଼ା ଯାଇଥିଲା । ହେଲେ ପୋଲିସ୍‌ର ଗୁଇନ୍ଦା ସୂଚନା ଓ ସକ୍ରିୟତା ଯୋଗୁଁ ଆନ୍ଧ୍ର ସରକାର ହାତରେ ଧରାପଡ଼ିଛି କୋଟି କୋଟି ଟଙ୍କାର ରକ୍ତ ଚନ୍ଦନ କାଠ ।

ଆନ୍ଧ୍ରପ୍ରଦେଶ ପଲାସା, ଶ୍ରୀକାଲୁମ୍ ଜିଲ୍ଲା ଭଳି ତିନିଟି ଅଞ୍ଚଳରୁ ତିନିଟି ଟ୍ରକ୍‌କୁ ଧରିଛି ପୋଲିସ୍ । ଏହି ଅନ୍ତର୍ଜାତୀୟ ରକ୍ତ ଚନ୍ଦନ କାଠ ତସ୍କରୀ ଗ୍ୟାଙ୍ଗର ୧୧ ଜଣଙ୍କୁ ଧରିବା ପରେ ଜବତ ହୋଇଛି ୪ ହଜାର ୨ ଶହ କିଲୋ ଓଜନର ୩୯୬ ଖଣ୍ଡ କାଠ । ଯାହାର ଆନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ହେବ । ଅର୍ଥାତ ଗୋଟିଏ କିଲୋ ରକ୍ତ ଚନ୍ଦନ କାଠର ଦାମ୍ ପାଖାପାଖି ୫୦ ହଜାର ଟଙ୍କା । ଏଥିସହ  ଦୁଇଟି କାର୍ ମଧ୍ୟ ଜବତ ହୋଇଛି । ଏମାନଙ୍କ ନିକଟରୁ ୩୫ ହଜାର ଟଙ୍କା ନଗଦ ଏବଂ ୧୪ ଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ ହୋଇଥିବା ଏସପି କହିଛନ୍ତି ।

ଧରାପଡ଼ିଥିବା ଏହି ଗ୍ୟାଙ୍ଗରେ ରହିଛନ୍ତି ଗଜପତି ଜିଲ୍ଲା ଗଣ୍ଡାହାତୀର ୪ ଜଣ ଅଭିଯୁକ୍ତ । ଅନ୍ୟ ୪ ଜଣ ଏବେ ଫେରାର ଅଛନ୍ତି । ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବାକୁ ପ୍ରୟାସ ଜାରି ରହିଥିବା ଶ୍ରୀକାକୁଲମ୍ ଏସପି ସୂଚନା ଦେଇଛନ୍ତି । ଗିରଫଙ୍କ ମଧ୍ୟରେ ଆନ୍ଧ୍ର ଓ ତାମିଲନାଡୁର ବି ୭ ଜଣ ରହିଛନ୍ତି । ଏମାନଙ୍କ ନାଁରେ ଆନ୍ଧ୍ରର ବିଭିନ୍ନ ଥାନାରେ ୧୦ଟି ମାମଲା ରହିଥିବା ମଧ୍ୟ ଏସ୍‌ପି କହିଛନ୍ତି । 

ତେବେ ଏହି ଜବତ କାଠ ଗଜପତି ଜିଲ୍ଲାର ଗଣ୍ଡାହାତିରୁ ଆନ୍ଧ୍ରର ତିରୁପତି ଯାଇ ସେଠାରୁ ଚେନ୍ନାଇ ଚାଲାଣ ହୋଇଥାନ୍ତା । ଏତେ ଦୁର୍ଲଭ ତଥା ମୂଲ୍ୟବାନ କାଠ ଚାଲାଣ ହେବା ବେଳେ ଗଜପତି ପୋଲିସ କିମ୍ବା ବନ ବିଭାଗ କେମିତି ଟେର ପାଇଲେନି ତାହା ଆଶ୍ଚର୍ଯ୍ୟର ବିଷୟ ।

ଆନ୍ଧ୍ର ଓ ତାମିଲନାଡ଼ୁର ଘଞ୍ଚ ଜଙ୍ଗଲ ଭିତରୁ ବେଶ୍ ଚାଲାକର ସହ ରକ୍ତ ଚନ୍ଦନ କଟା ହୁଏ । ଏହାକୁ ବିଭିନ୍ନ ଗାଁ, ସହର ଦେଇ ଆଣିବା ପରେ ଦେଶର ବିଭିନ୍ନ କୋଣ ଅନୁକୋଣକୁ ସ୍ମଗଲିଂ କରାଯାଉଛି । ଏପରିକି ଏହି ନେଟ୍‌ୱର୍କ ବିଦେଶ ଯାଏଁ ଲମ୍ବିଥିବା କୁହାଯାଏ । ଚୀନ ଓ ଜାପାନରେ ରକ୍ତ ଚନ୍ଦନର ବିଶେଷ ଚାହିଦା ଥିବାରୁ ଏହାର ସ୍ମଗଲିଂ ଏବେ ବଢ଼ିଛି ।