Advertisment

ରସିକିଆ ସ୍ୱାମୀ ସାମ୍ନାରେ ଦୁଇ ଗର୍ଭବତୀ ପତ୍ନୀ ହାତାହାତି

ବାଃ ବାଃରେ ରସିକିଆ ସ୍ୱାମୀ। ଜଣଙ୍କୁ ବାହା ହୋଇ ଗର୍ଭବତୀ କରିବା ପରେ ଏବେ ଆଉ ଜଣଙ୍କ ସହ ରଖିଛନ୍ତି ପ୍ରେମ ସମ୍ପର୍କ। ଖାଲି ସମ୍ପର୍କ ନୁହେଁ ବରଂ ତାଙ୍କ ସହ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ କରୁଛନ୍ତି ପୋଷ୍ଟ। ଇନଷ୍ଟା ଭିଡ଼ିଓ ଦେଖିବା ପରେ ଥାନାରେ ଦ୍ୱାରସ୍ଥ ହେଲେ ପ୍ରଥମ ସ୍ତ୍ରୀ..ହେଲେ ଉଭୟ ସାମ୍ନାସାମ୍ନି ହେବା ପରେ..

author-image
Manoranjan Behera
ଅଦ୍ୟତନ ହୋଇଛି
Cheating On Wife

Cheating On Wife

ଫସେଇ ଦେଲା ସୋସିଆଲ ମିଡ଼ିଆ । ଭିଡ଼ିଓ ପୋଷ୍ଟ କରି ହଟ୍ଟହଟା ହେଲେ ରସିକିଆ ସ୍ୱାମୀ । ମହଙ୍ଗା ପଡ଼ିଲା ରିଲ୍‌ ଭିଡ଼ିଓ । ଜଣଙ୍କୁ ବାହା ହେବା ପରେ ସ୍ତ୍ରୀ ଗର୍ଭବତୀ ଅଛନ୍ତି, ହେଲେ ସ୍ୱାମୀଙ୍କୁ ମନ ଏମିତି ଅସ୍ଥିର ଯେ ଅନ୍ୟ ଜଣେ ଯୁବତୀଙ୍କୁ  ପ୍ରେମ କରି ବସିଲେ। ଖାଲି ପ୍ରେମ କଲେ ତାହା ନୁହେଁ ବରଂ ଜୀବନସାଥି କରିବାର ବି କୁଆଡେ ସ୍ୱପ୍ନ ଦେଖିଲେ । ପ୍ରେମରେ ଏମିତି ଉବୁଟୁବୁ ହେଲେ ଯେ, ସୋସିଆଲ ମିଡ଼ିଆରେ ଦ୍ୱିତୀୟ ଯୁବତୀଙ୍କ ସହ ଫଟୋ ପୋଷ୍ଟ କରିବାକୁ ବି ପଛାଇଲେ ନାହିଁ। ଆଉ ଫଟୋ ପୋଷ୍ଟ ହେବା ପରେ ସାମ୍ନାକୁ ଆସିଲା ରସିକିଆ ସ୍ୱାମୀଙ୍କ କଳା କାରନାମା ।

Advertisment

ସବୁ ସାରିଦେଲା ସୋସିଆଲ ମିଡ଼ିଆ । ପ୍ରଥମ ସ୍ତ୍ରୀ ଗର୍ଭବତୀ ଥାଇ ବାପଘରେ ଥିବା ବେଳେ ମନ୍ଦିରରେ ପୁଣି ଦ୍ୱିତୀୟ ବିବାହ କଲେ ରସିକିଆ ସ୍ୱାମୀ । ଖାଲି ଏତିକି ନୁହେଁ, ବରଂ ପ୍ରେମ ଆଲିଙ୍ଗନର ଭିଡିଓ ଇନଷ୍ଟାଗ୍ରାମ୍‌ରେ ପୋଷ୍ଟ ହେବା ପରେ ଗିରଫ ହେଲେ ସ୍ୱାମୀ। ଏମିତି ଘଟଣା ଘଟିଛି ଭଦ୍ରକ ପିରହାଟ ଥାନା ଅଂଚଳରେ ।

ସାତ ଜନ୍ମକୁ ସାକ୍ଷୀ ରଖି ବୈଦିକ ରୀତିନୀତିରେ ନୂଆସାହି ଗାଁର ସସ୍ମିତାଙ୍କ ହାତ ଧରିଥିଲେ ଈଶ୍ୱରପୁର ଗାଁର ଅନୀଲ । ପ୍ରଥମେ ପ୍ରଥମେ ଉଭୟଙ୍କ ମଧ୍ୟରେ ଅତି ଉତ୍ତମ ସମ୍ପର୍କ ବି ଥିଲା । ହେଲେ ଏହି ସମ୍ପର୍କ କିନ୍ତୁ ବେଶ ଦିନ ତିଷ୍ଠି ପାରିଲାନି। ତେବେ ସସ୍ମିତା ଗର୍ଭବତୀ ଥିବାରୁ ତାଙ୍କୁ ବାପଘରେ ନେଇ ଛାଡିଆସିଥିଲେ ଅନୀଲ । ଆଉ ପରେ ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢିଥିଲେ ଅନୀଲ।

Advertisment

ଖାଲି ଏତିକି ନୁହେଁ ତାଙ୍କୁ ମନ୍ଦିରରେ ନେଇ ବିବାହ ବି କରିଥିଲେ । ଆଉ ବିବାହର ଫଟୋ ଇନଷ୍ଟାରେ ସେୟାର କରିବା ପରେ ସବୁ ସତ ଜାଣିଥିଲେ ସସ୍ମିତା । ଆଉ ସ୍ୱାମୀଙ୍କ ଏପରି କଳାକାରନାମାକୁ ନେଇ ଥାନାରେ ବି ଦେଇଥିଲେ ଏତଲା ।

ସେପଟେ ଦ୍ୱିତୀୟ ଯୁବତୀ ଦାବି କରୁଛନ୍ତି କି ସିଏ ବି ବର୍ତ୍ତମାନ ସମୟରେ ୧ ମାସର ଗର୍ଭବତୀ ଅଛନ୍ତି । ଯାହାକୁ ନେଇ ଏବେ ପୂରା ଅଂଚଳରେ ଚର୍ଚ୍ଚା  ଚାଲିଛି । ହେଲେ ଥାନାରେ ମାମଲା ରୁଜୁ ହେବା ପରେ ପୀରହାଟ ପୁଲିସ ଭଦ୍ରକ ରେଳ ଷ୍ଟେସନରୁ ଦ୍ୱିତୀୟ ପ୍ରେମିକାଙ୍କ ସହ ଅନିଲଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ତେବେ ଜଣେ ସ୍ତ୍ରୀ ଥାଉ ଥାଉ କାହିଁକି ଏମିତି କଲେ ଅନୀଲ, ତାହାକୁ ନେଇ ପ୍ରଶ୍ନ ଉଠୁଛି । ସେପଟେ ଥାନାରେ ଦୁଇ ସ୍ତ୍ରୀଙ୍କ ମଝିରେ ମାରପିଟ ହୋଇଥିବା କଥା ମଧ୍ୟ ସାମ୍ନାକୁ ଆସିଛି ।

(ରିପୋର୍ଟ- ପାର୍ଥସାରଥୀ ନାୟକ, ଭଦ୍ରକ)

Reels On Social Media Special Story Cheating On Wife
Advertisment
Advertisment