ଦେଢ଼ ଲକ୍ଷ ଟଙ୍କାର ଗହଣା ନେଇ ଛୁ ମାରିଲେ ଯୁବକ । ଆପତ୍ତିଜନକ ଭିଡିଓ ମାଗି ବ୍ଲାକମେଲିଂ ଅଭିଯୋଗ ।
ଇଡି ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଶେୟାର ବଜାରରେ ବେଟିଂ ଟଙ୍କା ବ୍ୟବହାର କରାଯାଇଥିଲା । ଏହି ଅନଲାଇନ ବେଟିଂ ଆପ୍ ଯୋଗୁଁ, ଆହୁରି ମଧ୍ୟ ଅନେକ ବଲିଉଡ୍ ତାରକା ଇଡି ରାଡାରରେ ଥିବା ଜଣାପଡିଛି ।
ଦିଲ୍ଲୀର ମଦ ଦୁର୍ନୀତି ଯାଞ୍ଚ ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଛନ୍ତି ସଞ୍ଜୟ ସିଂହ। ଏହି ମାମଲାରେ ଆଜି ସାଂସଦଙ୍କ ଦିଲ୍ଲୀ ବାସଭବନରେ ଖୋଳତାଡ କରିଥିଲା ଇଡି।
ହୋମଗାର୍ଡ ରାଜକୁମାର ପ୍ରଧାନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ମାମଲାକୁ ନେଇ ଚର୍ଚ୍ଚାରେ ସୋନପୁର ପୋଲିସ।
ଦିଲ୍ଲୀ ବାସଭବନରେ ଚଢ଼ଉ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ... ମଦ ଦୁର୍ନୀତି ମାମଲାରେ ଚଢ଼ଉ ଚାଲିଥିବା ସୂଚନା ...
ପୋଲିସ କିଛି ସାମ୍ବାଦିକଙ୍କୁ ପଚରାଉଚରା ପାଇଁ ନେଇଥିଲା । ଅଧିକ ଖୋଲତାଡ ପାଇଁ ସାମ୍ବାଦିକମାନଙ୍କ ଲାପଟପ୍ ଏବଂ ଫୋନ୍ ମଧ୍ୟ ଜବତ କରିଥିଲା । ସେହିପରି କିଛିଦିନ ତଳେ ନ୍ୟୁୟର୍କ ଟାଇମ୍ସର ଏକ ଅନୁସନ୍ଧାନ ଅଭିଯୋଗ କରିଥିଲା ଯେ, ନ୍ୟୁଜ୍କ୍ଲିକ୍ ପୋର୍ଟାଲ୍ ଚାଇନାର ପ୍ରଚାର କରିବା ପାଇଁ ଏକ ନେଟୱାର୍କରୁ ପାଣ୍ଠି ପାଉଛି ।
ରାଉରକେଲା ଉଦିତନଗର ଥାନା ମହିଳା ASI ମୃତ୍ୟୁ ମାମଲା । ୨ ଜଣଙ୍କୁ ଗିରଫ କଲା ଉଦିତନଗର ଥାନା ପୋଲିସ । ସାମ୍ନାକୁ ଆସିଲା ମହିଳା ASIଙ୍କ ମୃତ୍ୟୁପୂର୍ବରୁ ଗଣ୍ଡଗୋଳର ଚିତ୍ର ।
ମୋନିକା ଯେତେବେଳେ ୨୦୨୦ରେ ଦିଲ୍ଲୀ ପୋଲିସରୁ ଇସ୍ତଫା ଦେଇ ମୁଖାର୍ଜୀ ନଗରରେ UPSC ତୟାରି ଆରମ୍ଭ କଲେ, ସେତେବେଳେ ବି ତାଙ୍କ ଉପରେ ଥିଲା ସୁରେନ୍ଦ୍ରର ୨୪ ଘଣ୍ଟିଆ ପାପ ନଜର ।
ସାରା ରାଉରକେଲାରେ ସୃଷ୍ଟି ହୋଇଛି ହଇଚଇ । ASI ଆଲିଶାଙ୍କୁ ହତ୍ୟା ଅଭିଯୋଗ ପରେ ମାମଲା ରୁଜୁ ।
ବେଆଇନ୍ ଉପାୟରେ ସଂଗୃହୀତ ଲକ୍ଷାଧିକ ଟଙ୍କା ସହ ରଙ୍ଗେ ହାତ୍ ଧରା ପଡ଼ିବା ଅଭିଯୋଗରେ OSAP କମାଣ୍ଡାଣ୍ଟ ଗିରଫ ହୋଇଛନ୍ତି।
ପୂର୍ବରୁ କୌଣସି ଏକ ମାମଲାରେ ସଜା କାଟୁଥିଲା ଅଭିଯୁକ୍ତ ପୁଅ । ଗତ ୮ ଦିନ ତଳେ ଜେଲ୍ରୁ ଘରକୁ ଫେରିଥିଲା । ହେଲେ କେଉଁ କାରଣକୁ ନେଇ ଅଭିଯୁକ୍ତ ପୁଅ ଏପରି କାଣ୍ଡ ଭିଆଇଲା ତାହା ଜଣାପଡ଼ିନାହିଁ ।
ଯୁକ୍ତ ଦୁଇ ବିଜ୍ଞାନ ପରେ ପଶ୍ଚିମବଙ୍ଗରୁ MBBS କରିଥିଲେ ହେଲେ ତାହା ଫେକ୍ ବୋଲି ଜାଣିବା ପରେ ବି ଡାକ୍ତରୀ ପ୍ରାକ୍ଟିସ୍ ଜାରି ରଖିଥିଲେ ପ୍ରଦୀପ। ଆଜି ଧରାପଡ଼ିବା ପରେ ଏନେଇ ଖୋଦ୍ ସେ ସ୍ୱୀକାର କରିଛନ୍ତି ।
ମୃତ ମହିଳାଙ୍କ ସ୍ୱାମୀ ଗତ ୯ ବର୍ଷ ହେଲା ଜେଲରେ ଅଛନ୍ତି । ତେଣୁ ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ଓ ସନ୍ଦେହ ବଢ଼ିଛି । କିଏ ଓ କାହିଁକି ଏତେ ବଡ଼ କାଣ୍ଡ ଭିଆଇଲା ସେ ନେଇ ଏବେ ଜୁନାଗଡ଼ ପୋଲିସ୍ ଛାନ୍ଭିନ୍ କରୁଛି ।
ପୂର୍ବରୁ ଗୁଣି କରୁଥିବା ଅଭିଯୋଗରେ ଉଭୟଙ୍କ ମଧ୍ୟରେ ଝଗଡ଼ା ବି ହୋଇଥିଲା। ତେବେ ଏହା ଆଜି ଉଗ୍ର ରୂପ ନେବାରୁ ଏତେ ବଡ଼ କାଣ୍ଡ ଘଟିଛି। ହତ୍ୟା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି ରଖିଛି।
ଟଙ୍କା ପାଇଁ ମିଛ ଅପହରଣ ନାଟକ ରଚିଲେ ଫାଇନାନ୍ସ କର୍ମଚାରୀ। ନିଜ ବାଇକ୍, ଚପଲ ରାସ୍ତାକଡ଼ରେ ଫିଙ୍ଗି ସେ ଫେରାର ହୋଇଯାଇଥିଲେ।
ଲାଞ୍ଚ ସୂତ୍ରରେ ମିଳିଥିବା ଟଙ୍କା ଧରି ଯାଉଥିବା ବେଳେ ବାଟାଲିୟନ କମାଣ୍ଡାଣ୍ଟଙ୍କୁ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ନିଜ ସରକାରୀ ଗାଡ଼ିରେ ୧ ଲକ୍ଷ ୩୧ ହଜାର ଟଙ୍କା ଧରି ସୁନୀଲ ବେହେରା ଢେଙ୍କାନାଳରୁ କଟକ ଯାଉଥିଲେ।
ରାତିର ନିସ୍ତବ୍ଧ ପ୍ରହରରେ ଫୁଟପାଥରେ ଶୋଇଥିବାବେଳେ ଦ୍ରୁତ ଗତିରେ ମାଡ଼ିଆସିଲା କାର୍ । ଆଉ ସେହି କାର୍ ଚକ ତଳେ ଜଣେ ଶ୍ରମିକଙ୍କ ଜୀବନ ଚାଲିଗଲା । କଥା ଏତିକିରେ ସରିନି। କମିଶନରେଟ୍ ପୋଲିସର ସୁରକ୍ଷା ବଳୟକୁ ଭେଦି ଦୁର୍ଘଟଣାଗ୍ରସ୍ତ କାରକୁ ଧରି ଦ୍ରୁତଗତିରେ ଚମ୍ପଟ ମାରିଥିଲା ଡ୍ରାଇଭର୍ । ତେବେ ଲୋକଙ୍କ ସୂଚନା ଆଧାରରେ ସେହି କିଲର୍ କାରକୁ ପୋଲିସ ଜବତ କରିଛି ସତ, କିନ୍ତୁ ଡ୍ରାଇଭରର ଏଯାଏଁ ପତ୍ତା ପାଉନି ।
ରାତି ହେଲେ ଭୟଙ୍କର ହେଉଛି କି ରାଜଧାନୀ ? ରାତିର ନିସ୍ତବ୍ଧ ପହରରେ ଘୂରି ବୁଲୁଛି କି ମୃତ୍ୟୁର ଦୂତ ? କମିଶନରେଟ୍ ପୋଲିସର ସୁରକ୍ଷା ପାଚେରୀକୁ ଭେଦି ଅସାମାଜିକ ଖେଳୁଛନ୍ତି କି ମରଣର ଖେଳ ? କାରଣ ରାଜଧାନୀର ଛାତି ଉପରେ ଗତକାଲି ଘଟିଛି ଭୟଙ୍କର ଅଘଟଣ । ରାଜମହଲ ଛକ ଉପରେ ହିଟ୍ ଆଣ୍ଡ ରନ୍ ।
ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାକୁ ପ୍ରାୟ ୫ହଜାର ମୋବାଇଲ୍ ନମ୍ବରରୁ ସେମାନଙ୍କ ନମ୍ବର ଖୋଜିଥିଲା । ତା’ପରେ ସେମାନଙ୍କ ନମ୍ବର ଖୋଜିବା ସହ ତା’କୁ ଟ୍ରାକ୍ କରି ସେମାନଙ୍କ ନିକଟରେ ପହଞ୍ଚିଥିଲା ।
ରାତିର ଘନ ଅନ୍ଧକାରରେ ମାଡ଼ି ଆସିଲା ନାଲି ଗାଡ଼ି...ଶୋଇଥିବା ସମୟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା..
ସୁନୀଲ ନାହାକ ହତ୍ୟା ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ତେବେ ବର୍ତ୍ତମାନ ଖଲ୍ଲିକୋଟ ବିଧାୟିକାଙ୍କ ସ୍ୱାମୀଙ୍କ ସମେତ ୪ ଜଣଙ୍କ ନାଁରେ ଏତଲା ଦାୟର ହୋଇଛି । ଅନ୍ୟପକ୍ଷରେ ଏହି ଅଭିଯୋଗ ନେଇ ଦୈତାରୀ ବେହେରାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଜାଲ କାଗଜପତ୍ରରେ ବିକ୍ରି କରୁଥିବା ଅଭିଯୋଗ । ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ ।
ଗୋଷାଣି ନୂଆଗାଁ ବଡ଼ସାହି ମଠ ମନ୍ଦିର ନିକଟରେ ବୋମାମାଡ଼ ହୋଇଥିବା ସୂଚନା
୨୪ ଘଣ୍ଟା ଭିତରେ ଗଞ୍ଜାମ ଜିଲ୍ଲାରେ ଇଏ ଦ୍ବିତୀୟ ପଲିଟିକାଲ୍ ମର୍ଡର। ଗତରାତିରେ କୋଦଳା ଥାନା ଦାନପୁର ଗାଁ ମଝିରେ ବି ହୋଇଥିଲା ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ। ସେଠାକୁ ଗଣେଶ ଭସାଣ ଭୋଜି ଖାଇବାକୁ ଯାଇଥିବା ବେଳେ, ଆସ୍କା ବ୍ଲକ୍ ଅଧ୍ୟକ୍ଷାଙ୍କ ଦେଢ଼ଶୁର ସୁନୀଲ ନାହାକଙ୍କୁ ପଥର କିମ୍ବା ଶାବଳରେ ଛେଚି ହତ୍ୟା କରିଥିଲେ ଦୁର୍ବୃତ୍ତ।
ସୁସ୍ମିତାଙ୍କ ଭାଇ ସିବିଆଇ ତଦନ୍ତ ଦାବି କରିଆସୁଥିଲେ । ମାତ୍ର ଡିଏସପି ପାହ୍ୟାର ଅଫିସରଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିବାରୁ ଘଟଣାର ସତ୍ୟାସତ୍ୟ ସାମନାକୁ ଆସିବନି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ସେପଟେ ଆସନ୍ତା ୬ ତାରିଖରେ ଜିଲ୍ଲାପାଳ ଅଫିସ ଘେରିବାକୁ ଚେତାବନୀ ଦେଇଛନ୍ତି ଆଦିବାସୀ ନେତା ଆଲବର୍ଟ କିଣ୍ଡୋ।