• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସୁନୀଲ ନାହାକ ହତ୍ୟା ଘଟଣାରେ ଥାନାରେ ଏତଲା । ଖଲ୍ଲିକୋଟ ବିଧାୟିକାଙ୍କ ସ୍ୱାମୀଙ୍କ ନାଁରେ କୋଦଳା ଥାନାରେ ଏତଲା । ବିଧାୟିକାଙ୍କ ସ୍ୱାମୀ ତଥା ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରାଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି। ଦୈତାରୀଙ୍କ ସମେତ ୪ ଜଣଙ୍କ ନାଁରେ ଥାନାରେ ଏତଲା ଦାୟର କରାଯାଇଛି । ଥାନାରେ ଏତଲା ଦାୟର କରିଛନ୍ତି ଘଟଣାର ପ୍ରତ୍ୟକ୍ଷଦର୍ଶୀ ଦାନପୁରର ପୂର୍ବତନ ସରପଞ୍ଚ।

ସୂଚନା ଅନୁସାରେ ସୁନୀଲ ନାହାକ ହତ୍ୟା ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ତେବେ ବର୍ତ୍ତମାନ ଖଲ୍ଲିକୋଟ ବିଧାୟିକାଙ୍କ ସ୍ୱାମୀଙ୍କ ସମେତ ୪ ଜଣଙ୍କ ନାଁରେ ଏତଲା ଦାୟର ହୋଇଛି । ଅନ୍ୟପକ୍ଷରେ ଏହି ଅଭିଯୋଗ ନେଇ ଦୈତାରୀ ବେହେରାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।