Advertisment

ଗଞ୍ଜାମରେ ଉପୁଜିବନି ତ ପଶ୍ଚିମବଙ୍ଗ ସ୍ଥିତି ? ମାସେ ଭିତରେ ଗଡ଼ିଲାଣି ତିନି ତିନିଟି ମୁଣ୍ଡ

୨୪ ଘଣ୍ଟା ଭିତରେ ଗଞ୍ଜାମ ଜିଲ୍ଲାରେ ଇଏ ଦ୍ବିତୀୟ ପଲିଟିକାଲ୍ ମର୍ଡର। ଗତରାତିରେ କୋଦଳା ଥାନା ଦାନପୁର ଗାଁ ମଝିରେ ବି ହୋଇଥିଲା ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ। ସେଠାକୁ ଗଣେଶ ଭସାଣ ଭୋଜି ଖାଇବାକୁ ଯାଇଥିବା ବେଳେ, ଆସ୍କା ବ୍ଲକ୍ ଅଧ୍ୟକ୍ଷାଙ୍କ ଦେଢ଼ଶୁର ସୁନୀଲ ନାହାକଙ୍କୁ ପଥର କିମ୍ବା ଶାବଳରେ ଛେଚି ହତ୍ୟା କରିଥିଲେ ଦୁର୍ବୃତ୍ତ।

author-image
Santosh Kumar Sahoo
Ganjam Murder

Ganjam Murder

ଗଞ୍ଜାମରେ ପୁଣି ଗଡ଼ିଲା ମୁଣ୍ଡ। ରକ୍ତ ଭାସୁଛି, ସ୍କୁଟି ପଡ଼ିଛି। କ୍ରାଇମସିନ୍‌ରୁ ମିଳିଛି ଚାପଡ଼ ଓ ଭୁଜାଲି ଖୋଳ । ରାସ୍ତା ଉପରେ ଲୋଟିଛି ଧରାକୋଟ ବରିଗୁଡ଼ାର ଯୁବ ବିଜେଡି ନେତା କୋକ୍ ଓରଫ୍ ଅନୀଲ ମହାନ୍ତିଙ୍କ ରକ୍ତାକ୍ତ ମୃତଦେହ। ପାଖ ଗାଁରୁ ଫେରୁଥିବା ବେଳେ, ତାଙ୍କୁ ଏହି ନିଛାଟିଆ ରାସ୍ତାରେ ନିର୍ମମ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ତେବେ ଇଏ ଗୋଟିଏ ଘଟଣା ନୁହେଁ। ୨୪ ଘଣ୍ଟାରେ ଡବଲ୍ ମର୍ଡର, ମାସେ ଭିତରେ ଗଡ଼ିଲାଣି ତିନି ତିନିଟି ମୁଣ୍ଡ। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଲଗାତାର ପଲିଟିକାଲ୍ ମର୍ଡର୍ । ଗଞ୍ଜାମର ନିର୍ବାଚନୀ ହାୱାରେ ଏବେ ଭକ୍ଭକ୍ ରକ୍ତର ଆଇଁଷିଆ ଗନ୍ଧ। ତେବେ ଆଜିର ଏହି ବିଭତ୍ସ ହତ୍ୟାକାଣ୍ଡ ପରେ, ରାଜନୈତିକ ଶତ୍ରୁତାରୁ ପୁଅକୁ ମରାଯାଇଥିବା ଅଭିଯୋଗ କରିଛନ୍ତି ଅନୀଲଙ୍କ ବାପା।

Advertisment

୨୪ ଘଣ୍ଟା ଭିତରେ ଗଞ୍ଜାମ ଜିଲ୍ଲାରେ ଇଏ ଦ୍ବିତୀୟ ପଲିଟିକାଲ୍ ମର୍ଡର। ଗତରାତିରେ କୋଦଳା ଥାନା ଦାନପୁର ଗାଁ ମଝିରେ ବି ହୋଇଥିଲା ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ। ସେଠାକୁ ଗଣେଶ ଭସାଣ ଭୋଜି ଖାଇବାକୁ ଯାଇଥିବା ବେଳେ, ଆସ୍କା ବ୍ଲକ୍ ଅଧ୍ୟକ୍ଷାଙ୍କ ଦେଢ଼ଶୁର ସୁନୀଲ ନାହାକଙ୍କୁ ପଥର କିମ୍ବା ଶାବଳରେ ଛେଚି ହତ୍ୟା କରିଥିଲେ ଦୁର୍ବୃତ୍ତ। ସୁନୀଲଙ୍କ ନାଁରେ ପୂର୍ବରୁ ୩୩ଟି ମାମଲା ଥିବା ବେଳେ, ଏହି ହତ୍ୟାକାଣ୍ଡ ପଛରେ ବ୍ୟକ୍ତିଗତ ନା ରାଜନୈତିକ ଶତ୍ରୁତା ରହିଛି, ତାହା ସ୍ପଷ୍ଟ ହୋଇନି। ଗତ ୯ ତାରିଖରେ ବି ଶେରଗଡ଼ କୁମାରପାଣିର ଟାଣୁଆ ବିଜେଡି ନେତା ମଧୁସୂଦନ ବିଷୋୟୀ ବି ସଂଘବଦ୍ଧ ଆକ୍ରମଣରେ ପ୍ରାଣ ହରାଇଥିଲେ। ଏହି ଘଟଣାରେ ସେହି ଗାଁର ସରପଞ୍ଚ ଉଦୟ ପ୍ରଧାନକୁ ଗିରଫ କରିଛି ପୋଲିସ। ୬ ମାସ ତଳେ ବି ଦିଗପହଣ୍ଡିରେ ରାଜନୈତିକ ହିଂସାରେ ଜଣଙ୍କ ଜୀବନ ଯାଇଥିଲା।

ଗଞ୍ଜାମରେ ଉପୁଜିବନି ତ ପଶ୍ଚିମବଙ୍ଗ ସ୍ଥିତି ? ୨୦୨୪ ନିର୍ବାଚନକୁ ଆହୁରି ବେଶ୍ କିଛି ମାସ ବାକି ଅଛି । ଏବେଠୁ ଗଞ୍ଜାମରେ ଲାଗ୍ ଲାଗ୍ ରାଜନୈତିକ ହିଂସା ହତ୍ୟାକାଣ୍ଡର ରୂପ ନେବା ପରେ, ଚିନ୍ତା ବଢ଼ିଛି । ତେବେ ଦକ୍ଷିଣାଞ୍ଚଳ ଆଇଜି କହିଛନ୍ତି ଯେ, ନିର୍ବାଚନ ପାଖଉଥିବାରୁ ଆଇନଶୃଙ୍ଖଳା ସ୍ଥିତି ଉପରେ ନଜର ରଖିବା ପାଇଁ ପ୍ରତ୍ୟେକ ଥାନା ଅଧିକାରୀ ଓ ଏସଡିପିଓଙ୍କୁ ସତର୍କ କରାଯାଇଛି ।

Advertisment
Murder Odisha Ganjam
Advertisment
Advertisment