/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695986563.jpg)
Sushmita Minj
ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ୍ ମୃତ୍ୟୁ ମାମଲା ନେଇ ତେଜୁଛି ଅସନ୍ତୋଷ । ସାମ୍ବାଦିକ ସମ୍ମିଳନୀ କରି ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ବରିଷ୍ଠ ଆଦିବାସୀ ନେତା ଜର୍ଜ ତିର୍କୀ । ମୃତ୍ୟୁ ପରର ଫଟୋ ଦେଖାଇବା ସହ କହିଛନ୍ତି ମାମଲା ନେଇ ସୁସ୍ମିତାଙ୍କ ପରିବାର ହାଇକୋର୍ଟ ଯିବେ । ସୁସ୍ମିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ଆସନ୍ତା ୩ ତାରିଖରେ ଏସପି ଅଫିସ୍ ଘେରାଉ କରାଯିବ ବୋଲି ଜର୍ଜ କହିଛନ୍ତି ।
ଅନ୍ୟପଟେ ସୁସ୍ମିତାଙ୍କ ଭାଇ ସିବିଆଇ ତଦନ୍ତ ଦାବି କରିଆସୁଥିଲେ । ମାତ୍ର ଡିଏସପି ପାହ୍ୟାର ଅଫିସରଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିବାରୁ ଘଟଣାର ସତ୍ୟାସତ୍ୟ ସାମନାକୁ ଆସିବନି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ସେପଟେ ଆସନ୍ତା ୬ ତାରିଖରେ ଜିଲ୍ଲାପାଳ ଅଫିସ ଘେରିବାକୁ ଚେତାବନୀ ଦେଇଛନ୍ତି ଆଦିବାସୀ ନେତା ଆଲବର୍ଟ କିଣ୍ଡୋ । ଅନ୍ୟ ପଟେ ଘଟଣାର ଦଶ ଦିନ ପରେ ମୁହଁ ଖୋଲିଛନ୍ତି ଏସପି । ପ୍ରକୃତ ଦୋଷୀଙ୍କୁ ବାହାର କରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସ୍ପି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)