• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଚାକିରି ଯିବା ଭୟରେ କଲେ ଆତ୍ମହତ୍ୟା । ପେଟିଏମକୁ ନେଇ ଲାଗି ରହିଥିବା ବିବାଦ, ଜଣେ କର୍ମଚାରୀଙ୍କର ଜୀବନ ନେଇଛି । ପେଟିଏମ ବନ୍ଦ ହେଲେ, ଚାକିରି ହରାଇବା ଭୟରେ ସେ ଆତ୍ମହତ୍ୟା କରି ଦେଇଛନ୍ତି । ଏପରି ଦୁଃଖଦ ଘଟଣା ଘଟିଛି ମଧ୍ୟପ୍ରଦେଶର ଇନ୍ଦୋର ସହରରେ ।

ପେଟିଏମର ଜଣେ ଫିଲ୍ଡ ମ୍ୟାନେଜର ଆତ୍ମହତ୍ୟା କରିଛନ୍ତି । ପୋଲିସର କହିବାନୁସାରେ, ମ୍ୟାନେଜର ଗୌରବ ଗୁପ୍ତା ୪୦ ବର୍ଷ ବୟସରେ ଆତ୍ମହତ୍ୟା କରିଛନ୍ତି । କାଳେ ପେଟିଏମ ବନ୍ଦ ହୋଇଯିବ ଓ ନିଜ ଚାକିରି ହରାଇ ବସିବେ ସେହି ଭୟରେ ସେ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି ପୋଲିସ ସୂତ୍ରରୁ ଖବର ମିଳିଛି ।

ଅଧିକ ପଢ଼ନ୍ତୁ: Paytmକୁ RBI ଚୋଟ, ଅଧ୍ୟକ୍ଷ ପଦ ଛାଡ଼ିଲେ ପ୍ରତିଷ୍ଠାତା; ବୋର୍ଡରେ ଓଡ଼ିଆ ସାମିଲ୍

ନିୟମ ନମାନିବାରୁ ପେଟିଏମକୁ ନେଇ ଆରବିଆଇ କଠୋର ହୋଇଛି । ଚିନ୍ତାରେ ବ୍ୟବସାୟୀ...ଚିନ୍ତାରେ ଲୋକେ...କଣ କରିବେ ଓ କରିବେ ନାହିଁ ତାହାକୁ ନେଇ ଏବେ ଚିନ୍ତାରେ ପକାଇଛି ପେଟିଏମ୍‌ । ଠିକ୍‌ ୭ ବର୍ଷ ତଳେ " କିଛି ଡର ନାହିଁ...କି କିଛି ପ୍ରଲୋଭନ ନାହିଁ...କୌଣସି ଅଧିକାର ବି ନାହିଁ...କାରଣ ଭାରତର ସବୁଠାରୁ ସଚ୍ଚୋଟ ଓ ନିର୍ଭରଯୋଗ୍ୟ ବ୍ୟାଙ୍କ ଏଠାରେ ରହିଛି ।" ଏଭଳି କିଛି ଟ୍ୟାଗ୍‌ ଲାଇନ୍‌ ରଖି ନିଜର ବ୍ୟବସାୟ ଆରମ୍ଭ କରିଥିଲା ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ।

କିନ୍ତୁ ଏହାର ୭ ବର୍ଷ ପରେ ପୂରା ବଦଳି ଯାଇଛି ସବୁକିଛି । ଆର୍‌ବିଆଇର ସ୍କାନରରେ ଏବେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ । ୨୦୧୭ ମେରେ ଆରମ୍ଭ ହୋଇଥିବା ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ ବିବାଦ ପାଇଁ ଅପରିଚିତ ନୁହେଁ ଓ ଆରବିଆଇ ସହିତ ଅନେକ ଥର ସମସ୍ୟା ହୋଇଛି । ଏହାର ୭ ବର୍ଷର କାର୍ଯ୍ୟକାଳ ଭିତରେ ଅତି କମ୍‌ରେ ୫ଥର ଦଣ୍ତିତ ହୋଇଛି ପେଟିଏମ୍ ପେମେଣ୍ଟ ବ୍ୟାଙ୍କ୍‌ ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁଇସାଇଡ ନୋଟ ଜବତ ହୋଇନି । ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟପଟେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ ଜିତେନ୍ଦ୍ର ପାଟୱାରୀ କହିଛନ୍ତି ଯେ, ପେଟିଏମ୍ ବନ୍ଦ ହେବାର ଭୟ ପାଇଁ ଗୌରବ ଆତ୍ମହତ୍ୟା କରିଛନ୍ତି । ପେଟିଏମର ଏଭଳି ପରିସ୍ଥିତି ପାଇଁ ସେ ସିଧାସଳଖ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି ।

ସୂଚନାଯୋଗ୍ୟ ପେଟିଏମ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଗତ ସୋମବାର ପେଟିଏମ ପେମେଣ୍ଟ ବ୍ୟାଙ୍କର ଚେୟାରମ୍ୟାନ୍ ପଦରୁ ଇସ୍ତଫା ଦେଇଛନ୍ତି ।