• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୋସିଆଲ୍‌ ମିଡ଼ିଆରେ ଲୋକ ବିଭିନ୍ନ ପ୍ରକାରର ସ୍କାମ୍‌ର ଶିକାର ହେଉଥିବା ଖବର ଦେଖିଥିବେ । ଭିଡ଼ିଓ କଲ୍‌ ସ୍କାମ୍‌ କଣ ? କେମିତି ଶିକାର ହୁଅନ୍ତି ଲୋକ ? କିପରି ଏହାଠାରୁ ରହିବେ ଦୂରେଇ ? ଆପଣ ଯଦି ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି, ତେବେ ଏଥିରେ ସୋସିଆଲ୍ ମେସେଞ୍ଜର ହ୍ୱାଟ୍ସଆପ୍ ନିଶ୍ଚୟ ଥିବ। ଏମିତିରେ ବି ଆଜିକାଲି ଭିଡ଼ିଓ କଲ୍‌ ସ୍କାମ୍‌ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ମେସେଜିଂ ପ୍ଲାଟ୍‌ଫର୍ମଗୁଡ଼ିକରେ ସାଧାରଣ ଲୋକଙ୍କ ଆକାଉଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ ହ୍ୟାକରମାନଙ୍କୁ ଅନେକ ସୁଯୋଗ ଦେଉଛି । ବର୍ତ୍ତମାନ ହ୍ୱାଟ୍ସଆପ୍ ସହିତ ଜଡିତ ଆଉ ଏକ ନୂଆ ସ୍କାମ୍‌ ସାମ୍ନାକୁ ଆସିଲାଣି, ଏଥିରେ ଏକ ସାଧାରଣ ଭିଡ଼ିଓ କଲ୍‌ ମାଧ୍ୟମରେ ୟୁଜର୍ ଆକାଉଣ୍ଟକୁ ନିୟନ୍ତ୍ରଣ କରିପାରୁଛନ୍ତି । ସାଧାରଣ ଲୋକ ସ୍କାମର ଶିକାର ହେଉଛନ୍ତି...

ଅଧିକ ପଢ଼ନ୍ତୁ: ଅନ୍‌ଲାଇନ୍ ସ୍କାମ୍‌ର ୫ଟି ଉପାୟ; ଜାଣନ୍ତୁ ଏଥିରୁ ରକ୍ଷା ପାଇବାର ଟିପ୍ସ

ଭିଡିଓ କଲ୍ ଜରିଆରେ ଛଳନା କରି ଲୋକଙ୍କୁ ପ୍ରତାରଣା କରିବାର ପଦ୍ଧତି ଦୀର୍ଘ ଦିନ ଧରି ଚାଲିଆସୁଛି । ଏଥିରେ ସ୍କାମରମାନେ ସମାନ ଆପ୍ (ଯଥା, ହ୍ୱାଟ୍ସଆପ୍) ମାଧ୍ୟମରେ ଭିଡିଓ କଲ କରି ଲୋକଙ୍କୁ ସେମାନଙ୍କର ଶିକାର କରନ୍ତି ଯାହା ଏହି ସୁବିଧା ପ୍ରଦାନ କରିଥାଏ । ଚାରି ପ୍ରକାରର ଭିଡିଓ କଲ୍ ସ୍କାମ ଅଛି...ଆସନ୍ତୁ ଜାଣିବା...

ବ୍ଲାକମେଲ୍‌ ସ୍କାମ୍‌: ଠକମାନେ ତୁମର ଭିଡିଓ କଲ୍‌କୁ ତୁମର ଅଜାଣତରେ ରେକର୍ଡ କରନ୍ତି ଓ ତାପରେ ତୁମେ ଯଦି ଟଙ୍କା ନ ଦିଅ ତେବେ ଏହାକୁ ଭାଇରାଲ କରିଦେବେ ବୋଲି କହିଥାନ୍ତି ।

ଇନ୍‌ଭେଷ୍ଟମେଣ୍ଟ ସ୍କାମ୍‌: ଠକମାନେ ଭିଡିଓ କଲ୍ ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ଜାଲିଆତି ଯୋଜନାରେ ବିନିଯୋଗ କରିବାକୁ ପ୍ରଲୋଭିତ କରନ୍ତି ।

ଟେକ୍ ସପୋର୍ଟ ସ୍କାମ୍: ଠକମାନେ ଟେକ୍ ସପୋର୍ଟର ପ୍ରତିନିଧି ବୋଲି କହନ୍ତି ଓ ଆପଣଙ୍କୁ ଆପଣଙ୍କର ଡିଭାଇସ୍‌ରେ ରିମୋଟ ଆକ୍ସେସ୍ କରିବାକୁ କହନ୍ତି । ଏହା କରିବା ପରେ ଆପଣ ଠକେଇର ଶିକାର ହୁଅନ୍ତି ।

ରୋମାନ୍ସ ସ୍କାମ୍‌: ଠକମାନେ ସୋସିଆଲ ମିଡିଆ କିମ୍ବା ଡେଟିଂ ଆପ୍‌ରେ ଫେକ୍‌ ପ୍ରୋଫାଇଲ୍ ଖୋଲନ୍ତି । ଭିଡିଓ କଲ୍ ମାଧ୍ୟମରେ ସମ୍ପର୍କ ସ୍ଥାପନ କରନ୍ତି । ଧୀରେ ଧୀରେ ଆପଣଙ୍କ ବିଶ୍ୱାସ ଜିତିବା ପରେ ସେମାନେ ଟଙ୍କା କିମ୍ବା ବ୍ୟକ୍ତିଗତ ସୂଚନା ମାଗନ୍ତି ।

ଭିଡିଓ କଲ୍ ସ୍କାମ୍‌ରେ କିପରି କାମ କରନ୍ତି ? 

୧. ନକଲି ପରିଚୟ: ଠକମାନେ ପ୍ରାୟତଃ ଆପଣଙ୍କୁ ଜାଣିଥାନ୍ତି ବୋଲି କହନ୍ତି, ଯେପରିକି ସାଙ୍ଗ, ପରିବାର ସଦସ୍ୟ କିମ୍ୱା ବଡ଼ ବଡ଼ କମ୍ପାନୀର ପ୍ରତିନିଧି ବୋଲି କହିଥାନ୍ତି । ବେଳେବେଳେ ସେମାନେ ତୁମକୁ ଠିକ୍‌ କିମ୍ୱା ବାସ୍ତବ ଜିନିଷ ଦେଖାଇବା ପାଇଁ ଟେକ୍ନୋଲୋଜିର ବ୍ୟବହାର କରନ୍ତି ।

୨. ଶୀଘ୍ର ନିଷ୍ପତ୍ତି ନେବାକୁ ଚାପ ପକାନ୍ତି : ଠକମାନେ ଶୀଘ୍ର ନିଷ୍ପତ୍ତି ନେବାକୁ ଚାପ ପକାନ୍ତି ଯାହା ଦ୍ୱାରା ଆପଣ ଚିନ୍ତା ନକରି କିଛି ଭୁଲ ନିଷ୍ପତ୍ତି ନେଇଯାଆନ୍ତି, ଯାହାଫଳରେ ସେମାନଙ୍କ ଜାଲରେ ଆପଣ ଫସି ଯାଆନ୍ତି ।

କିପରି ଏହାଠାରୁ ଦୂରେଇ ରହିବେ ? 

- ସୋସିଆଲ ମିଡିଆରେ ଯେଉଁ ଲୋକଙ୍କୁ ଆପଣ ଜାଣିନାହିଁନ୍ତି ତାଙ୍କ ସହ କଥାବାର୍ତ୍ତା କରନ୍ତୁ ନାହିଁ ।
- ଅଜଣା ସମ୍ପର୍କରୁ ଭିଡିଓ କଲ୍‌ରେ କଥାବାର୍ତ୍ତା ହୁଅନ୍ତୁ ନାହିଁ । 
- ଆପ୍ ବ୍ୟବହାର କରିବା ସମୟରେ ସାବଧାନ ରୁହନ୍ତୁ । 
- ଭିଡିଓ କଲିଂ ପାଇଁ ଏକ ସୁରକ୍ଷିତ ପ୍ଲାଟଫର୍ମ ବ୍ୟବହାର କରନ୍ତୁ ।
- ଅନଲାଇନ୍ ଠକେଇକୁ ଏଡାଇବା ପାଇଁ, ଆପଣଙ୍କର ବ୍ୟକ୍ତିଗତ ସୂଚନା ଅନ୍‌ଲାଇନ୍‌ରେ ସେୟାର କରନ୍ତୁ ନାହିଁ ।